ବାଥରୁମରେ ପଡି ପ୍ରଶଂସକଙ୍କ ମୃତ୍ୟୁ : ଫଟୋ ପୋଷ୍ଟ କରି ଦୁଃଖ ପ୍ରକାଶ କଲେ ରଣବୀର

Published By : Prameya-News7 Bureau | June 11, 2019 IST

ମୁମ୍ବାଇ ୧୧/୬ : ବଲିଉଡ ଅଭିନେତା ରଣବୀର ସିଂହଙ୍କ ବହୁତ ପ୍ରଶଂସକ ଅଛନ୍ତି । ରଣବୀର ନିଜ ପ୍ରଶଂସକଙ୍କୁ ବହୁତ ମହତ୍ୱ ଦିଅନ୍ତି । ନିକଟରେ ରଣବୀରଙ୍କ ଜଣେ ପ୍ରଶଂସକଙ୍କ ମୃତ୍ୟୁ ହୋଇଛି । ଯତୀନ ଦୁଲେରା ନାମକ ଜଣେ ଯୁବକ ଯିଏକି ରଣବୀରଙ୍କ ଜଣେ ବଡ ପ୍ରଶଂସକ ତାଙ୍କର ମୃତ୍ୟୁ ହୋଇଛି । ବାଥରୁମରେ ଅଚାନକ ପଡିଯାଇ ଯତୀନଙ୍କର ମୃତ୍ୟୁ ହୋଇଛି । ଯତୀନଙ୍କ ମୃତ୍ୟୁ ଖବର ଶୁଣି ଦୁଃଖ ପ୍ରକାଶ କରିଛନ୍ତି ରଣବୀର ।

ରଣବୀର ନିଜ ଇନ୍ସଟାଗ୍ରାମ ପେଜରେ ଯତୀନଙ୍କ ସହ ଉଠାଇଥିବା ଫଟୋ ସେୟାର କରି ଦୁଃଖ ପ୍ରକାଶ କରିବା ସହ  'RIP LIL HOMIE.' କ୍ୟାପ୍ସନ ଲେଖି ପୋଷ୍ଟ କରିଛନ୍ତି ।

ଯତୀନ ଅଫିସ ଯିବା ପାଇଁ ଗାଧେଇବାକୁ ବାଥରୁମ ଯାଇଥିଲେ । ଗାଧେଇବାବେଳେ ଅଚାନକ ତାଙ୍କ ଗୋଡ ଖସି ଯାଇଥିଲା ଏବଂ ସେ ପଡିଯାଇଥିଲେ । ଫଳରେ ତାଙ୍କର ନିଶ୍ୱାସ ପ୍ରଶ୍ୱାସ ବନ୍ଦ ହୋଇଯାଇଥିଲା ଏବଂ ତାଙ୍କର ମୃତ୍ୟୁ ହୋଇଥିଲା ।

{"id":121996,"align":"center"}

ସୂଚନା ଅନୁଯାୟୀ, ଯତୀନ ଜଣେ ବହୁତ ଶାନ୍ତ ସ୍ୱଭାବର ଯୁବକ ଥିଲେ । ତାଙ୍କର କୌଣସି ଖରାପ ଅଭ୍ୟାସ ନଥିଲା । ଅଳ୍ପ ବୟସରେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଯାଇଥିଲା । ତାଙ୍କର ଦୁଇଜଣ ସାନ ଭାଇ ଭଉଣୀ ଅଛନ୍ତି । ଯତୀନଙ୍କ ମା ଜଣେ ସରକାରୀ କର୍ମଚାରୀ । ଯତୀନ ମୁମ୍ବାଇରେ ରହୁଥିଲେ । ସେ ବାନ୍ଦ୍ରା ସ୍ଥିତ ଏକ ବିଲଡିଂରେ କାମ କରିଥିଲେ । ସେହି ବିଲଡିଂରେ ଅଭିନେତା ଫାରହାନ ଅଖତରଙ୍କ ମଧ୍ୟ ଅଫିସ ଅଛି ।

ଯତୀନଙ୍କ ଶେଷକୃତ୍ୟ ମୁମ୍ବାଇ ଶିବାଜୀ ପାର୍କରେ କରାଯାଇଛି । ଯତୀନଙ୍କ ଶେଷକୃତ୍ୟରେ ପାଖାପାଖି ୭୦୦ ଲୋକ ପହଂଚିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.