ରଣବୀର-ଦୀପିକା ନୂଆ ଆଇପିଏଲ ଟିମ୍ କିଣିବାକୁ ଆଗ୍ରହୀ : ନିଲାମରେ ଭାଗ ନେବେ, ଯେତେ ମାଗିଲେ ବି ଦେବେ

Published By : Prameya-News7 Bureau | October 22, 2021 IST

ମୁମ୍ବାଇ, ୨୨|୧୦ :  ଆଇପିଏଲର ୨୦୨୨ ସଂସ୍କରଣରେ ୧୦ଟି ଟିମ୍ ଖେଳିବେ । ଦୁଇଟି ନୂଆ ଫ୍ରାଞ୍ଚାଇଜ୍ ଆଇପିଏଲରେ ସାମିଲ ହେବେ । ବିସିସିଆଇ ନିକଟରେ ଏକ ନୋଟିସ ଜାରି କରିଥିଲା, ଯେଉଁଥିରେ ନିଲାମି ଡକାଯାଇଥିଲା । ତେବେ ବଲିଉଡ୍ ସେଲିବ୍ରିଟି ରଣବୀର ସିଂ ଓ ଦୀପିକା ପାଦ୍ୟୁକୋନ ଆଇପିଏଲରେ ନିଲାମରେ ରୁଚି ଦେଖାଇଥିବା ଖବର ମିଳିଛି ।

ଆଉଟଲୁକ୍ ଇଣ୍ଡିଆର ଖବର ଅନୁସାରେ, ଦୀପିକା ଓ ରଣବୀର ଦୁଇଟି ଟିମ୍ ପାଇଁ ନିଲାମି ପ୍ରକ୍ରିୟାରେ ସାମିଲ ଓ ବିଡ୍ ଦାଖଲ ପ୍ରସ୍ତୁତ ଅଛନ୍ତି । ସେହିପରି ଅଦାନୀ ଓ ଆରପି ସଞ୍ଜିବ ଗୋଏନକା ଗ୍ରୁପ ନୂଆ ଦଳ କିଣିବା ରେସରେ ଅଛନ୍ତି । ଆହୁରି ମଧ୍ୟ ଇଂଲଣ୍ଡ ଫୁଟବଲ କ୍ଲବ୍ ମାଞ୍ଚେଷ୍ଟର ୟୁନାଇଟେଡ୍ ମଧ୍ୟ ଆଇପିଏଲ ନୂଆ ଟିମ୍ ପାଇଁ ନିଲାମରେ ଭାଗ ନେବ ବୋଲି ସୂଚନା ମିଳିଛି । ଜିନ୍ଦଲ ଗ୍ରୁପର ନବୀନ ଜିନ୍ଦଲ କଟକ ଫ୍ରାଞ୍ଚାଇଜି କିଣିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ଦୀପିକାଙ୍କ ପରିବାର ବି କ୍ରୀଡା ସହ ଜଡିତ । ତାଙ୍କ ପିତା ପ୍ରକାଶ ପାଦ୍ୟୁକୋନ ଜଣେ ବ୍ୟାଡମିଣ୍ଟନ ଚାମ୍ପିଅନ । ରଣବୀର ମଧ୍ୟ ଖେଳରେ ସଉକ ରଖନ୍ତି । ସେ ସବୁଠାରୁ ଲୋକପ୍ରିୟ ବାସ୍କେଟ୍ ବଲ ଲିଗର ବ୍ରାଣ୍ଡ୍ ଆମ୍ବାସଡର ଅଟନ୍ତି । ତେବେ ବଲିଉଡ୍ ସେଲିବ୍ରିଟି ଆଇପିଏଲରେ ରୁଚି ଦେଖାଇବା କିଛି ନୂଆ କଥା ନୁହେଁ । ଶାହରୁଖ ଖାନ, ଜୁହି ଚାଓ୍ୱାଲା କେକେଆରରେ ମାଲିକ ଅଟନ୍ତି । ସେହିପରି ପ୍ରୀତି ଜିଣ୍ଟା ପଞ୍ଜାବ କିଙ୍ଗସରେ ମାଲିକାଣୀ । ଆଇପିଏଲ ଦେଖିବାକୁ ବଲିଉଡ୍ ସେଲିବ୍ରିଟିଙ୍କ ଭିଡ ବି ଜମି ଥାଏ ।

ରଣବୀର ଓ ଦୀପିକା ଆଇପିଏଲ ଟିମ୍ କିଣିବା ଖବର ପ୍ରକାଶ ପରେ ଟ୍ରୋଲ୍ କରିଛନ୍ତି କେକେଆରର ପୂର୍ବତନ ଅଧିନାୟକ ଦିନେଶ କାର୍ତ୍ତିକ । ସେ ଦଳର ଜର୍ସିକୁ ଅତ୍ୟନ୍ତ ଚମତ୍କାର ହେବ ବୋଲି ଟ୍ୱିଟ୍ କରିଛନ୍ତି । ତେବେ ଏବେସୁଦ୍ଧା କେଉଁ ନୂଆ ଟିମ୍ ଆଇପିଏଲରେ ସାମିଲ ହେବ ସେନେଇ କୌଣସି ସ୍ପଷ୍ଟ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.