Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ପଞ୍ଝାରେ ରେଞ୍ଜର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ଭୁବନେଶ୍ବର : ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||

ସୁଶାନ୍ତ ସିଂଙ୍କୁ ଅପଦସ୍ତ କରି ଜୋରଦାର ଟ୍ରୋଲ ହେଉଛନ୍ତି ରଣବୀର ସିଂହ : ୟୁଟ୍ୟୁବରୁ ଡିସଲାଇକ୍ ବଟନ୍ ହଟାଇଲା ବିଙ୍ଗୋ ମ୍ୟାଡ୍ ୟାଙ୍ଗେଲ୍ସ୍

19/11/2020 at 9:11 PM

ନୂଆଦିଲ୍ଲୀ ୧୯/୧୧ : ଦିବଂଗତ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରଶଂସକ ରଣବୀର ସିଂହଙ୍କର ନୂଆ ବିଜ୍ଞାପନକୁ ଜୋରଦାର ଟ୍ରୋଲ କରୁଥିବା ଦେଖିବାକୁ ମିଳିଛି । ବିଙ୍ଗୋ ମ୍ୟାଡ୍ ୟାଙ୍ଗେଲ୍ସ୍ ପକ୍ଷରୁ ରଣବୀର ଏହି ବିଜ୍ଞାପନ ପ୍ରମୋଟ କରୁଥିଲେ । ତେବେ ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରଶଂସକଙ୍କ କହିବାକଥା ଯେ ଏହି ବିଜ୍ଞାପନରେ ସୁଶାନ୍ତଙ୍କୁ ପରିହାସ କରିବାକୁ ଚେଷ୍ଟା କରାଯାଇଛି ।

ଏହି ବିଜ୍ଞାପନରେ ରଣବୀର ସିଂହଙ୍କୁ ତାଙ୍କ ପରିବାର ଲୋକେ ଭବିଷ୍ୟତ ବାବଦରେ କଣ ଯୋଜନା ଅଛି ବୋଲି ପ୍ରଶ୍ନ ପଚାରୁଥିବା ଦେଖାଯାଉଛି । ତେବେ ମ୍ୟାଡ୍ ୟାଙ୍ଗେଲ୍ସ୍ ଖାଇବା ପରେ ରଣବୀର ଅନେକ ଗୁଡିଏ ସାଇଣ୍ଟିଫିକ୍ ଶବ୍ଦ କହି ନିଜ ସମ୍ପର୍କୀୟଙ୍କୁ ତାଜୁବ କରିଦେଉଛନ୍ତି । ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରଶଂସକଙ୍କ ଅଭିଯୋଗ ଏହା ଯେ ସୁଶାନ୍ତ ହିଁ ଏକମାତ୍ର ଅଭିନେତା ଯାହାଙ୍କର ବିଜ୍ଞାନ ବାବଦରେ ଅନେକ ଗୁଡିଏ ରୁଚି ଥିଲା । ଜଣେ ଟ୍ବିଟର ବ୍ୟବହାରକାରୀ ଲେଖିଛନ୍ତି “ଏଲିଆନ୍ସଙ୍କୁ ସହଯୋଗୀମାନଙ୍କ ମଧ୍ୟରେ ଅନୁଭବ ସହିତ ମେଳ ଖାଇବାକୁ ପଡିବ | ଏହି ବାକ୍ୟଗୁଡ଼ିକ ଦ୍ୱାରା ତୁମେ କଣ କହିବାକୁ ଚାହୁଁଛ?”

ଆଉ ଜଣେ ଟ୍ବିଟର ୟୁଜର ଲେଖିଛନ୍ତି ମିଷ୍ଟର କାର୍ଟୁନ ରଣବୀର ସିଂହଙ୍କ ସହିତ ଏହି ବିଜ୍ଞାପନକୁ ଡ୍ରପ୍ କରନ୍ତୁ | ଏହା ସିଧାସଳଖ ଆମ ସୁଶାନ୍ତଙ୍କୁ ଟାର୍ଗେଟ କରିବା ପାଇଁ। ଏହି ବିଜ୍ଞାପନ ଅପସାରଣ ନକରିବାର ପରିଣାମ ବିଷୟରେ ମଧ୍ୟ ଲୋକମାନେ କହିଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି, ରଣଭୀର ସିଂ ଏବଂ ବିଙ୍ଗୋ କିପରି ଆମ ସୁଶାନ୍ତ ସିଂହ ରାଜପୁତଙ୍କୁ ପରିହାସ କରୁଛନ୍ତି ଦେଖନ୍ତୁ ।

ତେବେ ଏଭଳି ଅନେକ ଟ୍ବିଟର ୟୁଜର ବିଙ୍ଗୋ ମ୍ୟାଡ୍ ୟାଙ୍ଗେଲ୍ସ୍ ଏବଂ ରଣଭୀର ସିଂଙ୍କୁ ଟାର୍ଗେଟ କରିଛନ୍ତି । ଏଭଳି ନକାରାତ୍ମକ ଟ୍ବିଟ୍ ପରେ ବର୍ତ୍ତମାନ ଟ୍ବିଟର ସେହି ବିଜ୍ଞାପନରୁ ଅନଲାଇକ୍ ବଟନ୍ ହଟାଇ ଦେଇଛି । ଭିଡିଓଟି ୟୁଟ୍ୟୁବରେ ବିଙ୍ଗୋର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଅପଲୋଡ୍ ହୋଇଥିଲା, ମାତ୍ର ଦେଢ ଲକ୍ଷ୍ୟ ଭ୍ୟୁ ପରେ କମ୍ପାନୀ ଅନଲାଇକ ବଟନ୍ ଅକ୍ଷମ କରିଦେଇଛି ।

   Related Posts