ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଦୀପବୀରଙ୍କ ବିବାହ ଫଟୋ

Published By : Prameya-News7 Bureau | November 16, 2018 IST

ମୁମ୍ବାଇ ୧୫/୧୧ : ଶେଷରେ ସବୁ ଅପେକ୍ଷାର ଅନ୍ତ ଘଟିଲା | ଦେଖିବାକୁ ମିଳିଲା ରଣବୀର ଦୀପିକାଙ୍କ ବିବାହ ଫଟୋ | ବିବାହର ସମସ୍ତ କାର୍ଯ୍ୟକ୍ରମ ସରିବା ପରେ ନିଜେ ଦୀପବୀର ବିବାହ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି | ଫଟୋ ସେୟାର କରିବା ପରେ ବଲିଉଡ ସମସ୍ତ ଅଭିନେତା ଅଭିନେତ୍ରୀ ତଥା ସେଲେବ୍ରିଟୀ ଉଭୟଙ୍କୁ ବିବାହର ଶୁଭେଚ୍ଛା ଜଣେଇଛନ୍ତି | ବିବାହ ଫଟୋରେ ଉଭୟ ବର କନ୍ୟା ବହୁତ ସୁନ୍ଦର ସଜେଇ ହୋଇଥିବା ଦେଖିବାକୁ ମିଳିଛି | ପ୍ରଥମ ଦିନ କୋଙ୍କଣୀ ପରମ୍ପରା ଅନୁସାରେ ବିବାହ କରିଥିଲେ ଦୀପବୀର ଏବଂ ଦ୍ୱିତୀୟ ଦିନ ସିନ୍ଧି ପରମ୍ପରା ଅନୁଯାୟୀ ସାତ ଫେରେ ନେଇଥିଲେ | ସୋସିଆଲ ମିଡ଼ିଆରେ ପୋଷ୍ଟ ହୋଇଥିବା ଫଟୋରେ ଦେଖିବାକୁ ମିଳିଛି ଦୀପିକା ହାତରେ ପିନ୍ଧିଥିବା ନିର୍ବନ୍ଧ ମୁଦି | ଏକ କଲରଫୁଲ ହୀରା ମୁଦି | ବହୁ ଆଗ୍ରହର ସହ ସମସ୍ତେ ଚାହିଁ ରହିଥିଲେ ଦୀପବୀରଙ୍କ ବିବାହ ଫଟୋ କେବେ ପୋଷ୍ଟ ହେବ | ଗତକାଲି ସନ୍ଧ୍ୟାରେ ସମସ୍ତ କାର୍ଯ୍ୟକ୍ରମ ସରିବା ପରେ ଦୀପବୀର ନିଜେ ତାଙ୍କ ବିବାହ ବେଳର ଏହି ଫଟୋ ଇନ୍ସଟାଗ୍ରାମରେ ପୋଷ୍ଟ କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.