Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ପ୍ରଥମ ଥର ପାଇଁ ପରଦାରେ ନଜର ଆସିବେ ଏହି ନୂଆ ଯୋଡି

22/12/2019 at 12:12 PM

ମୁମ୍ବାଇ୨୨|୧୨:  ଚଳିତ ବର୍ଷ ବଲିଉଡରେ ଅନେକ ନୂଆ ଯୋଡି ଏଣ୍ଟ୍ରି କରିଛନ୍ତି। କିଛି ଯୋଡ଼ି ସୁପର୍‌ହିଟ୍‌ ହେଉଛି ତ କିଛି ଫ୍ଲପ୍ ହେଉଛି। ଦର୍ଶକ ମଧ୍ୟ ନୂଆ ନୂଆ ଯୋଡିଙ୍କୁ ଦେଖିବା ପସନ୍ଦ କରନ୍ତି। ପ୍ରଥମଥର ପାଇଁ ଏହି ଯୋଡି ସ୍କ୍ରିନ୍‌ରେ ଏକା ସହ ନଜର ଆସିବେ । ସେମାନେ ହେଉଛନ୍ତି ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଶ୍ରଦ୍ଧା କପୁର ।

ସାଧାରଣତଃ ଦର୍ଶକ ରଣବୀରଙ୍କର ପ୍ରତ୍ୟେକ ଫିଲ୍ମ ଦେଖିବା ପସନ୍ଦ କରନ୍ତି। କାରଣ ରଣବୀରଙ୍କ ଅଭିନୟ ଅନେକ ଲୋକଙ୍କ ଦିଲ୍‌ ଜିତିସାରିଛି। ସମଗ୍ର ଦେଶର ଝିଅ ରଣବୀରଙ୍କ ଉପରେ ଫିଦା। ତାଙ୍କ ଲୁକ୍‌ ଓ ପର୍ସାନାଲିଟିର ଦିୱାନା ଅଗଣିତ। ତେବେ ନିକଟରେ ଏହି ଖବର ସାମ୍ନାକୁ ଆସିଛି ଯେ, ରଣବୀର ଓ ଶ୍ରଦ୍ଧା ଏକା ସହ ଫିଲ୍ମରେ ଅଭିନୟ କରିବେ।

ଫିଲ୍ମ ନିର୍ମାତା ଲଭ୍‌ ରଞ୍ଜନ ନିଜ ଆଗାମୀ ପ୍ରୋଜେକ୍ଟରେ ରଣବୀର ଓ ଶ୍ରଦ୍ଧାଙ୍କୁ ସାଇନ୍‌ କରିବା ନେଇ ଘୋଷଣା କରିଛନ୍ତି। ଲଭ୍ ରଞ୍ଜନ ଓ ଅଙ୍କୁର ଗର୍ଗ ମିଶି ଏହି ଫିଲ୍ମ ତିଆରି କରିବେ। ତେବେ ଫିଲ୍ମର ନାଁ ଓ କାହାଣୀ ବିଷୟରେ କିଛି ସ୍ପଷ୍ଟ ହୋଇନାହିଁ।

ଲଭ୍ ଫିଲ୍ମର ଅଫିସିଆଲ୍ ଟ୍ୱିଟର ଅନୁସାରେ ଫିଲ୍ମଟି ୨୦୨୧ ମସିହା ମାର୍ଚ୍ଚ ମାସ୨୬ ତାରିଖରେ ରିଲିଜ୍ ହେବ।  ୨୦୨୦ମସିହା ଜାନୁଆରୀ ମାସରୁ ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଯେ, ଏହି ଫିଲ୍ମରେ ଅଜୟ ଦେବ୍‌ଗନ୍‌ ମଧ୍ୟ ଅଭିନୟ କରିଥାନ୍ତେ।

 ହେଲେ କୌଣସି ବ୍ୟକ୍ତିଗତ କାରଣରୁ ସେ ଫିଲ୍ମରେ ଅଭିନୟ କରିବେ ନାହିଁ। ଲଭ୍‌ ଫିଲ୍ମସ ‘ସୋନୁ କୀ ଟିଟୁ କୀ ସ୍ୱିଟି’, ‘ପ୍ୟାର୍‌ କା ପଞ୍ଚନାମା’ ‘ଦେ ଦେ ପ୍ୟାର୍‌ ଦେ’, ‘ଆକାଶ ବାଣୀ’ ଭଳି ଚଳଚ୍ଚିତ୍ର ଦର୍ଶକଙ୍କ ସାମ୍ନାକୁ ଆଣିଛି । ରଣବୀର ଏବେ ନିଜ ଅପ୍‌କମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଓ ‘ଶମଶେରା’କୁ ନେଇ ବ୍ୟସ୍ତ ଥିବାବେଳେ ଶ୍ରଦ୍ଧା ‘ଷ୍ଟ୍ରିଟ୍ ଡ୍ୟାନ୍‌ସର୍‌’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି।

   Related Posts