ଦୀପ-ବୀର ବିବାହ : ରିସେପସନରେ ଏଣ୍ଟ୍ରି ପାଇଁ ସ୍କାନ ହେବା କାର୍ଡର କ୍ୟୁ ଆର କୋଡ଼

Published By : Prameya-News7 Bureau | November 13, 2018 IST

ମୁମ୍ବାଇ ୧୩/୧୧ : ବଲିଉଡ ଷ୍ଟାର ରଣବୀର ଏବଂ ଦୀପିକା ଆସନ୍ତାକାଲି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି | ବିବାହ ପରେ ମୁମ୍ବାଇ ଏବଂ ବାଙ୍ଗାଲୁରୁରେ ରିସେପସନ ଆୟୋଜନ କରିଛନ୍ତି ଦୀପବୀର | ତେବେ ରିସେପସନରେ ଅତିଥିଙ୍କ ଠାରୁ କୌଣସି ଉପହାର ଗ୍ରହଣ ନକରିବା ପାଇଁ ଉଭୟ ନିଷ୍ପତ୍ତି ନେଇଛନ୍ତି | ତେବେ ସେମାନେ ତାଙ୍କର ନିମନ୍ତ୍ରଣ ପତ୍ରରେ ଜରିଆରେ ଏହି ଅପିଲ କରିଛନ୍ତି | ରିସେପସନରେ ଉପହାର ନ ନେଇ ଆସିବାକୁ ଉଭୟ ନିଜ ନିମନ୍ତ୍ରଣ ପତ୍ରରେ ଅପିଲ କରିଛନ୍ତି | ଉପହାର ବଦଳରେ ଦାନ ଦେବା ପାଇଁ ଅତିଥିଙ୍କୁ ଅପିଲ କରିଛନ୍ତି ଦୀପବୀର | ରଣବୀର ଏବଂ ଦୀପିକା "ଦ ଲିବ ଲଭ ଲାଫ ଫାଉଣ୍ଡେସନ" ନାମକ ଏକ ସଂସ୍ଥା ସହିତ ଜଡିତ | ତେବେ ସେମାନେ ଚାହୁଁଛନ୍ତି ଯେ, ଚାରିଟି ସଦୃଶ ସମସ୍ତ ଉପହାର ଏହି ସଂସ୍ଥାକୁ ଦାନ କରାଯିବ | ରଣବୀର ଏବଂ ଦୀପିକାଙ୍କ ନିମନ୍ତ୍ରଣ ପତ୍ର ସାଧାରଣ ନିମନ୍ତ୍ରଣ ପତ୍ରଠାରୁ ସମ୍ପୂର୍ଣ ଭିନ୍ନ | ନିମନ୍ତ୍ରଣ ପତ୍ରରେ ସଫାସଫା ଦର୍ଶାଯାଇଛି ଯେ, ରିସେପସନ ପାର୍ଟିରେ ସାମିଲ ହେବାକୁ ଥିବା ଅତିଥିଙ୍କୁ ନିଜ ନିଜ ମୋବାଇଲରେ ନିମନ୍ତ୍ରଣ ପତ୍ରର ଇ-ଇନଭାଇଟ ନେଇ ଆସିବାକୁ ପଡିବ | ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ଏଣ୍ଟ୍ରି ସମୟରେ ସମସ୍ତ ଅତିଥିଙ୍କ ଇ-ଇନଭାଇଟରେ ଥିବା QR କୋଡ଼କୁ ସ୍କାନ କରାଯିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.