ବିବାହ ବନ୍ଧନରେ ବାନ୍ଧିହେଲେ ଦୀପବୀର: ସିନ୍ଧି ପରମ୍ପରା ଅନୁସାରେ ଆଜି ନେବେ ସାତ ଫେରେ

Published By : Prameya-News7 Bureau | November 15, 2018 IST

ମୁମ୍ବାଇ ୧୫/୧୧ : ବଲିଉଡର ବାଜିରାଓ ଓ ମସ୍ତାନୀ ଗତକାଲି କୋଙ୍କଣୀ ରୀତିନୀତି ଅନୁସାରେ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି | ହେଲେ ଦୀପବୀର ଏବେ ଯାଏଁ ସୋସିଆଲ ମିଡ଼ିଆରେ ବାହାଘରର କୌଣସି ଫଟୋ ଛାଡି ନାହାନ୍ତି | ସୂଚନାଯୋଗ୍ୟ ଯେ, ଗତକାଲି ବାହାଘରର ତହିଁ ଥିଲା ଧଳା | ବାର କନ୍ୟାଙ୍କ ସହ ବାହାଘରରେ ଉପସ୍ଥିତ ପରିବାରଲୋକେ ଏବଂ ବନ୍ଧୁ ପରିଜନ ମଧ୍ୟ ଧଳା ପୋଷାକ ପିନ୍ଧିଥିଲେ | ଦୀପିକା ଧଳା ରଙ୍ଗର କାଞ୍ଜିବରମ ଶାଢ଼ୀ ପିନ୍ଧିଥିଲେ ଯେଉଁଥିରେ ସୁନେଲି କାମ ହୋଇଥିଲା | ଏହା ସହ ସୁନା ଗହଣା, ଗୋଡରେ ପାଉଁଜି, ଧଳା ଗଜରାରେ ସଜେଇ ହୋଇଥିଲେ ମସ୍ତାନୀ | ରଣବୀର ମଧ୍ୟ ଧଳା ରଙ୍ଗର ସେରୱାନି ପିନ୍ଧିଥିଲେ ଯେଉଁଥିରେ ସୁନେଲି କାମ ହୋଇଥିଲା | ପୁରା ମଣ୍ଡପ ଧଳା ଫୁଲରେ ସଜା ଯାଇଥିଲା | ପ୍ରାୟ ୮୦୦୦ ଫୁଲରେ ମଣ୍ଡପ ସଜା ଯାଇଥିବା ଜଣାପଡିଛି | ଉଭୟ ରଣବୀର ଏବଂ ଦୀପିକାଙ୍କ ମନପସନ୍ଦ ରଙ୍ଗ ଧଳା ହୋଇଥିବାରୁ ସେମାନେ ବାହାଘର ଥିମ ଧଳା ରଖିଥିବା ଜଣାପଡିଛି | ଆଜି ଉଭୟ ସିନ୍ଧି ରୀତିନୀତି ଅନୁସାରେ ପୁଣି ବିବାହ କରିବେ | ସିନ୍ଧି ପରମ୍ପରା ଅନୁଯାୟୀ ଦୀପବୀର ଆଜି ସାତଫେର ନେବେ | ତେବେ ଆଜିର ଥିମ ରହିଛି ଲାଲ ରଙ୍ଗ | ରଣବୀର ଲାଲ ରଙ୍ଗର ସେରୱାନି ଏବଂ ଦୀପିକା ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିବେ ବୋଲି ଜଣାପଡିଛି | ଆଜିର ଭୋଜନରେ ମଧ୍ୟ ସିନ୍ଧି ଭୋଜନ ସାମିଲ ଥିବା ଜଣାପଡିଛି | ତେବେ ନବ ଦମ୍ପତି ବାହାଘର ଫଟୋ ଏବଂ ଭିଡିଓ କେବେ ସୋସିଆଲ ମିଡ଼ିଆରେ ସେୟାର କରିବେ ଦେଖିବା ବାକି ରହିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.