ଆସନ୍ତାକାଲି ରିସେପସନ; ବାଙ୍ଗାଲୁରୁ ଗଲେ ଦୀପବୀର

Published By : Prameya-News7 Bureau | November 20, 2018 IST

ବାଙ୍ଗାଲୁରୁ ୨୦/୧୧ : ନବ ଦମ୍ପତ୍ତି ରଣବୀର ଏବଂ ଦୀପିକା ଆଜି ବାଙ୍ଗାଲୁରୁ ଯାଇଛନ୍ତି | ଆସନ୍ତାକାଲି ବାଙ୍ଗାଲୁରୁରେ ନବ ଦମ୍ପତିଙ୍କ ପ୍ରଥମ ରିସେପସନ ଆୟୋଜନ ହୋଇଛି | ଆଜି ସକାଳେ ମୁମ୍ବାଇ ଏୟାରପୋର୍ଟରୁ ଉଭୟ ଦୀପବୀର ବାଙ୍ଗୁଲୁରୁ ବାହାରିଥିଲେ |  ଉଭୟଙ୍କୁ ଟ୍ରାଡିସନାଲ ପୋଷାକରେ ଦେଖିବାକୁ ମିଳିଥିଲା | ବିବାହଠୁ ଆରମ୍ଭ କରି ଭାରତ ଫେରିବା ଯାଏଁ ଉଭୟ ନବ ଦମ୍ପତି ସବୁ କାର୍ଯ୍ୟକ୍ରମରେ ମ୍ୟାଚ କରି ଡ୍ରେସ ପିନ୍ଧିଥିବା ଦେଖିବାକୁ ମିଳିଥିଲା | ସେହିଭଳି ଆଜି ମଧ୍ୟ ଉଭୟ ଦୀପବୀର କଲର ମ୍ୟାଚ କରି ଡ୍ରେସ ପିନ୍ଧିଥିଲେ |  ସୂଚନାଯୋଗ୍ୟ ଯେ, ଦୀପିକା ପାଦୁକୋନ ବାଙ୍ଗାଲୁରୁ ନିବାସୀ | ସେଥିପାଇଁ ସେ ବିବାହର ପ୍ରଥମ ରିସେପସନ ପାର୍ଟି ସେ ନିଜ ବନ୍ଧୁ ପରିଜନଙ୍କ ପାଇଁ ବାଙ୍ଗାଲୁରୁରେ ଆୟୋଜନ କରିଛନ୍ତି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.