ନିଜେ କାର ଚଲେଇ ଏୟାରପୋର୍ଟ ପହଁଚିଲେ ରଣବୀର ; ବିବାହ ପାଇଁ ଦୀପିକାଙ୍କ ସହ ଗଲେ ଇଟାଲୀ

Published By : Prameya-News7 Bureau | November 10, 2018 IST

ମୁମ୍ବାଇ ୧୦/୧୧ : ପଦ୍ମାବତ ଷ୍ଟାର ରଣବୀର ଏବଂ ଦୀପିକାଙ୍କ ବାହାଘର ଆସନ୍ତା ୧୪ ତାରିଖରେ ଇଟାଲୀର ଲେକ କୋମୋଠାରେ ଅନୁଷ୍ଠିତ ହେବ | ବାହାଘର ପାଇଁ  ଉଭୟ ଗତକାଲି ରାତିରେ ମୁମ୍ବାଇ ଏୟାରପୋର୍ଟରୁ ଇଟାଲୀ ଯାଇଥିବା ସୂଚନା ମିଳିଛି | ଇଟାଲୀରେ ଉଭୟଙ୍କ ବିବାହର ସମସ୍ତ ରୀତିନୀତି ଅନୁଷ୍ଠିତ ହେବ | ଗତକାଲି ରାତିରେ ଇଟାଲୀ ବାହାରିବାବେଳେ ଉଭୟ ରଣବୀର ଏବଂ ଦୀପିକା  ସୁନ୍ଦର ଧଳା ପୋଷାକ ପିନ୍ଧିଥିଲେ|  ସୂଚନାଯୋଗ୍ୟ ଯେ,  ରଣବୀର ନିଜେ ତାଙ୍କର ଧଳା କାର ଚଳାଇ ଏୟାରପୋର୍ଟ ପହଂଚିଥିଲେ | ବିବାହ ପାଇଁ ସେ ବହୁତ  ଖୁସି ଥିଲେ | ଏୟାରପୋର୍ଟରେ କ୍ୟାମେରାମ୍ୟାନମାନେ ତାଙ୍କୁ ବିବାହ ପାଇଁ ଶୁଭେଚ୍ଛା ଜଣେଇଥିଲେ | ରଣବୀର ଖୁସି ହୋଇ ତାଙ୍କୁ ଧନ୍ୟବାଦ ମଧ୍ୟ ଜଣେଇଥିଲେ | ରଣବୀର-ଦୀପିକାଙ୍କ ଇଟାଲୀ ଯିବା କଥା ଜାଣି ଏୟାରପୋର୍ଟରେ ପ୍ରଶଂସକଙ୍କ ଭିଡ ଦେଖିବାକୁ ମିଳିଥିଲା | ରଣବୀର ନିଜ ପ୍ରଶଂସକଙ୍କୁ ମଧ୍ୟ ଅଭିବାଦନ ଜଣେଇଥିଲେ | ଉଭୟଙ୍କ ଏୟାରପୋର୍ଟ ଫଟୋ ଏବେ ସୋସିଆଲ ମିଡ଼ିଆରେ ପୋଷ୍ଟ ହୋଇଛି | ରଣବୀର ଏବଂ ଦୀପିକା ଗତ କିଛି ବର୍ଷ ହେଲା ରିଲେସନରେ ଥିଲେ | ଚଳିତ ବର୍ଷ ଉଭୟ ବିବାହ କରିବ ପାଇଁ ନିଷ୍ପତ୍ତି ନେଇଥିଲେ | ବାହାଘର ପରେ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପସନର ଆୟୋଜନ କରିଛନ୍ତି ଏହି ଷ୍ଟାର କପୁଲ | ଏହି ରିସେପସନରେ ବଲିଉଡର ସମସ୍ତ ଷ୍ଟାର ଓ ସେଲିବ୍ରିଟି ସାମିଲ ହେବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.