Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

କୁମାର ସାନୁଙ୍କ ଅଫର ପରେ ହଠାତ୍ ଭାଇରାଲ ହେଲା ରାନୁ ମଣ୍ଡଲଙ୍କ ଏହି ପୁରୁଣା ଗୀତର ଭିଡିଓ : ପଢ଼ନ୍ତୁ ପୂରା ଖବର

20/09/2019 at 10:50 AM

ମୁମ୍ବାଇ ୨୦/୯: କେବେ ରେଲଓ୍ବେ ଷ୍ଟେସନରେ ଗୀତ ଗାଇ ନିଜ ଗୁଜୁରାଣ ମେଣ୍ଟାଇଥିବା ରାନୁ ମଣ୍ଡଲଙ୍କୁ ଆଜି ସମସ୍ତେ ଜାଣିଛନ୍ତି। ନିଜର ଗୋଟିଏ ଗୀତ ଯୋଗୁଁ ସିଙ୍ଗିଙ୍ଗ୍ ସେନସେସନ୍ ହୋଇଥିବା ରାନୁ ରିୟଲିଟି ଶୋରେ ଗୀତ ଗାଇବା ପରେ ଏବେ ଫିଲ୍ମରେ ମଧ୍ୟ ଏଣ୍ଟ୍ରି କରି ସାରିଲେଣି। ତାଙ୍କର ଗୋଟିଏ ଗୀତ ‘ତେରି ମେରି କାହାନୀ’ ରିଲିଜ ହେବା ସହ ଏବେ ଜୋରଦାର ଭାବେ ଭାଇରାଲ ହେଉଛି। ତାଙ୍କର ଏହି ଗୀତ ହିମେଶ ରେଶମିୟାଁଙ୍କ ଫିଲ୍ମ ‘ ହ୍ୟାପି ହାର୍ଡ଼ି ଆଣ୍ଡ ହୀର’ର ଗୀତ,ଯେଉଁଥିରେ ତାଙ୍କ ସହ ହିମେଶ ରେଶମିୟାଁ ମଧ୍ୟ ଗୀତ ଗାଇଛନ୍ତି। ଏବେ ରାନୁ ମଣ୍ଡଲଙ୍କ ସହ ଆଉ ଜଣେ ଦିଗ୍ଗଜ ଗାୟକ କୁମାର ସାନୁ ମଧ୍ୟ ଗୀତ ଗାଇବାର ଇଚ୍ଛା ପ୍ରକାଶ କରିଛନ୍ତି। କୁମାର ସାନୁଙ୍କ ତରଫରୁ ମିଳିଥିବା ଏହି ଅଫର ସହ ଏବେ ରାନୁ ମଣ୍ଡଲଙ୍କ ଆଉ ଏକ ପୁରୁଣା ଗୀତ ଭାଇରାଲ ହେଉଛି।

କୁମାର ସାନୁ ମଧ୍ୟ ରାନୁ ମଣ୍ଡଲଙ୍କୁ ନେଇ ଏକ ବଡ଼ ବୟାନ୍ ଦେଇଛନ୍ତି। ସେ କହିଛନ୍ତି ଯେ, ‘ ଯଦି ତାଙ୍କୁ ଭଲ ଅଫର ମିଳେ ତେବେ ସେ ରାନୁ ମଣ୍ଡଲଙ୍କ ସହ ଗୀତ ଗାଇବା ପାଇଁ ପ୍ରସ୍ତୁତ ଅଛନ୍ତି। କୁମାର ସାନୁ ତାଙ୍କର ଆସନ୍ତା ଦୁର୍ଗା ପୂଜା ଆଲବମ୍ ଲଞ୍ଚ ଅବସରରେ କହିଛନ୍ତି,‘ ବଲିଉଡରେ ନୂଆ ସିଙ୍ଗର ଆସିବାକୁ ନେଇ ସେ ଖୁସି ଅଛନ୍ତି। ଯଦି ରାନୁ ଭଲ କାମ କରିବେ ତେବେ ସମସ୍ତେ ତାଙ୍କୁ ଚିହ୍ନିବେ। ଯଦି ତାଙ୍କୁ ଭଲ ପ୍ରସ୍ତାବ ମିଳେ ତେବେ ସେ ନିଶ୍ଚୟ ରାନୁଙ୍କ ସହ ଗୀତ ଗାଇବେ।

କୁମାର ସାନୁଙ୍କ ଏହି ଟିପ୍ପଣୀ ପରେ ହଠାତ୍ ରାନୁ ମଣ୍ଡଲଙ୍କ ପୁରୁଣା ଭିଡିଓ ଭାଇରାଲ ହୋଇ ଯାଇଛି। ଏହି ଭିଡିଓ ସେହି ସମୟର ଯେବେ ରାନୁ କୋଲକାତାର ରାସ୍ତାରେ ଏବଂ ରେଲଓ୍ବେ ଷ୍ଟେସନରେ ବୁଲୁଥିଲେ ଏବଂ ସେଠାରେ ଗୀତ ଗାଇ ନିଜର ଗୁଜୁରାଣ ମେଣ୍ଟାଉଥିଲେ। ଏହି ଭାଇରାଲ ହେଉଥିବା ଭିଡିଓରେ ରାନୁ ମଣ୍ଡଲ ଖାସ୍ ଅନ୍ଦାଜରେ ‘କ୍ୟା ହୁଆ ତେରା ଓ୍ବାଦା’ ଗୀତ ଗାଉଛନ୍ତି ଏବଂ ଲୋକେ ତାଙ୍କ ଗୀତ ଶୁଣୁଛନ୍ତି।

ପାଖାପାଖି ୨୩ସେକେଣ୍ଡର ଏହି ଭିଡିଓ ଟ୍ବିଟରରେ ଜୋରଦାର ଭାଇରାଲ ହେଉଛି। ତାଙ୍କର ନୂଆ ଗୀତ ‘ଆଦତ’ ର ମେକିଙ୍ଗ ଭିଡିଓ ମଧ୍ୟ ସାମନାକୁ ଆସିଯାଇଛି। ଗୀତ ରିଲିଜ ହେବା ପୂର୍ବରୁ ହିମେଶ ଏହାର ମେକିଙ୍ଗ ଭିଡିଓ ସେୟାର କରୁଛନ୍ତି।

   Related Posts