Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ମୁକ୍ତିଲାଭ କଲା ‘ତେରୀ ମେରୀ କାହାନୀ’ର ସମ୍ପୂର୍ଣ୍ଣ ଗୀତ

11/09/2019 at 7:34 PM

ମୁମ୍ବାଇ : ପଶ୍ଚିମବଙ୍ଗ ଷ୍ଟେସନମାନଙ୍କରେ ଗୀତ ଗାଇ ପେଟ ପୋଷୁଥିବା ରାନୁ ମଣ୍ଡଳଙ୍କ ପ୍ରଥମ ବଲିଉଡ ଫିଲ୍ମ ଗୀତ ‘ତେରୀ ମେରୀ କାହାନୀ’ ମୁକ୍ତିଲାଭ କରିଛି। ଏହି ଗୀତରେ ରାନୁଙ୍କ ସହ ଫିଲ୍ମର ମ୍ୟୁଜିକ ଡାଇରେକ୍ଟର ହିମେଶ ରେଶମିଆ ମଧ୍ୟ କଣ୍ଠଦାନ କରିଛନ୍ତି। ଏହି ଗୀତଟି ହିମେଶଙ୍କ ଆଗାମୀ ଫିଲ୍ମ ‘ହ୍ୟାପୀ, ହାର୍ଡି ଏଣ୍ଡ ହୀର’ର । ହିମେଶ ହିଁ ପ୍ରଥମ ବଲିଉଡ ଷ୍ଟାର ଯିଏ ପ୍ଲାଟଫର୍ମ ସିଙ୍ଗର ରାନୁଙ୍କୁ ବଲିଉଡରେ ସୁଯୋଗ ଦେଇଛନ୍ତି। କିଛଦିନ ପୂର୍ବରୁ ଗୀତର କେବଳ ମୁଖଡା ସୋସାଲ ମିଡିଆରେ ଘୁରିବୁଲୁଥିଲା। ହେଲେ ଏବେ ସଙ୍ଗୀତ ପ୍ରେମୀ ଫିଲ୍ମର ସମ୍ପୂର୍ଣ୍ଣ ଗୀତ ସୋସାଲ ମିଡିଆରୁ ଅପଲୋଡ କରିପାରିବେ।

ଗୀତଟି ଏକ ସ୍ୟାଡ ସଙ୍ଗ। ତେବେ ହିମେଶଙ୍କ ସହ ରାନୁଙ୍କ କଣ୍ଠର ଅଜବ ତାଳମେଳ ଏହାକୁ ଚମତ୍କାର କରିଦେଇଛି। ଯାହାକି ପ୍ରତ୍ୟେକ ଶ୍ରୋତାଙ୍କ ମନଛୁଇଁପାରିବ ବୋଲି ଆଶା କରାଯାଉଛି। କେବଳ ଗାୟକଙ୍କ କଣ୍ଠର ଯାଦୁ ନୁହେଁ ମ୍ୟୁଜିକ ଡାଇରେକ୍ଟରଙ୍କ ମ୍ୟୁଜିକ କମ୍ପୋଜ ମଧ୍ୟ ଗୀତଟିକୁ ଉଚ୍ଚକୋଟିର କରିଛି। ସମ୍ପୂର୍ଣ୍ଣ ଗୀତ ପୂର୍ବରୁ ଏହାର ଟିଜର ଗତ ମଙ୍ଗଳବାର ମୁକ୍ତିଲାଭ କରିଥିଲା। ଯାହା ସୋସାଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି।

ତେବେ ଏଠାରେ ଆମେ ଜଣାଇ ଦେବାକୁ ଚାହୁଁଛୁ ହିମେଶ ତାଙ୍କ ଫିଲ୍ମର ଗୋଟିଏ ନୁହେଁ ରାନୁଙ୍କ କଣ୍ଠରେ ୨ଟି ଗୀତ ରେକର୍ଡ କରିବାକୁ ଚୁକ୍ତି କରିଛନ୍ତି। ଏଥିଲାଗି ତାଙ୍କୁ ସାଇନିଂ ଏମାଉଣ୍ଟ ମଧ୍ୟ ଦେଇସାରିଛନ୍ତି। ତେବେ ରାନୁ ଜଣେ ପୋଖତ କଳାକାର ଫିଲ୍ମର ତେରୀମେରୀ କାହାନୀ ଗୀତଟି ପ୍ରମାଣିତ କରୁଛି। ଏଣୁ ପ୍ରଥମ ଗୀତଟି ଭଳି ଦ୍ୱିତୀୟ ଗୀତଟି ମଧ୍ୟ ବେଶ ଚମତ୍କାର ହୋଇଥିବ ବୋଲି ଆଶା କରାଯାଉଛି।  ଏହାଛଡା ହିମେଶ ‘ଆଶିକି ମେଁ ତେରୀ’ ଗୀତର ରିମେକ୍ କରିବାକୁ ଯାଉଛନ୍ତି। ଏହି ଗୀତ ଲାଗି ସେ ରାନୁଙ୍କୁ ଚୁକ୍ତିବଦ୍ଧ କରିବେ ବୋଲି ଜଣାପଡିଛି।

   Related Posts