ସିଙ୍ଗିଙ୍ଗ ଷ୍ଟାର ରାନୁ ମଣ୍ଡଲ ଏବେ ଫେରିଯାଇଛନ୍ତି ତାଙ୍କ ପୁରୁଣା ଘରକୁ : ଜାଣନ୍ତୁ କ’ଣ କରୁଛନ୍ତି ଏବେ

Published By : Prameya-News7 Bureau | October 21, 2019 IST

ମୁମ୍ବାଇ ୨୧/୧୦: ନିଜ କୋକିଳ କଣ୍ଠ ପାଇଁ ରାତାରାତି ଇଣ୍ଟରନେଟରେ ଛାଇଯାଇଥିବା ରାନୁ ମଣ୍ଡଲ ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି ଏବଂ ରେଲଓ୍ବେ ଷ୍ଟେସନରୁ ବଲିଉଡକୁ ଆସି ପାରିଛନ୍ତି। ନିକଟରେ ହିମେଶ ରେଶମିୟାଁ ନିଜର ଆଗାମୀ ଫିଲ୍ମ ‘ହ୍ୟାପି ହାର୍ଡ଼ି ଔର ହୀର’ ପାଇଁ ରାନୁ ମଣ୍ଡଲଙ୍କ ଗୀତ ରେକର୍ଡ଼ କରିଛନ୍ତି।

{"id":172584}

ରାନୁଙ୍କ ଗୀତ ଖୁବ୍ ଭାଇରାଲ ହୋଇଥିଲା କିନ୍ତୁ କିଛି ଦିନ ହେବ ରାନୁ ମିଡିଆଠୁ ଦୂରରେ ଅଛନ୍ତି ଏବଂ ସେ କେଉଁଠି ଅଛନ୍ତି ଏବଂ କ’ଣ କରୁଛନ୍ତି ଏହି କଥା ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଥିବ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ

{"id":172585}

ରାନୁ ମଣ୍ଡଲ ଭାଇରାଲ ହେବାପରେ ତାଙ୍କ ମ୍ୟାନେଜର ଏବଂ ଷ୍ଟାଫ ଟିମଙ୍କ ତରଫରୁ ଫେସବୁକରେ ଆକାଉଣ୍ଟ କରାଯାଇଛି ଏବଂ ଏଠାରେ ତାଙ୍କ ବିଷୟରେ ଲଗାତାର ଅପଡେଟ୍ ସେୟାର କରାଯାଉଛି। ସୂଚନା ଅନୁଯାୟୀ ରାନୁ ମଣ୍ଡଲ ଏବେ ତାଙ୍କର ପଶ୍ଚିମ ବଙ୍ଗରେ ଥିବା ପୁରୁଣା ଘରେ ରହୁଛନ୍ତି।

{"id":172586}

ନିକଟରେ ଶୁଣିବାକୁ ମିଳିଥିଲା ଯେ ରାନୁ ମଣ୍ଡଲଙ୍କ ଉପରେ ଖୁବ୍ ଶୀଘ୍ର ବାୟୋପିକ୍ ହେବାକୁ ଯାଉଛି ଏବଂ ଏହା ନିର୍ମାଣ ହେବା ଯୋଗୁଁ ରାନୁ ତାଙ୍କ ପୁରୁଣା ଘରେ ରହୁଛନ୍ତି। ରାନୁଙ୍କ ପାଖରେ ଏବେ ସିଙ୍ଗିଙ୍ଗର ଅନେକ କାମ ରହିଛି ଏବଂ ନିକଟରେ ତାଙ୍କୁ ତାଙ୍କ ପାସପୋର୍ଟ ମିଳିଛି।

{"id":172587}

ରାନୁ ମଣ୍ଡଲଙ୍କ ସୋଶିଆଲ ମିଡିଆରେ ଅନେକ ଫ୍ୟାନ୍ ଫଲୋଇଙ୍ଗ ଅଛନ୍ତି ଏବଂ ତାଙ୍କ ଫେସବୁକ୍ ପେଜରେ ଦୁଇ ଲକ୍ଷରୁ ଅଧିକ ଲାଇକସ ଏବଂ ଫଲୋଅର ଅଛନ୍ତି। ଅତୀନ୍ଦ୍ର ଚକ୍ରବର୍ତ୍ତୀ ମ୍ୟାନେଜର ହିସାବରେ ରାନୁଙ୍କ ସବୁ କାମ ସମ୍ଭାଳନ୍ତି। ନିକଟରେ ଅତୀନ୍ଦ୍ର କହିଥିଲେ ଯେ ସିଙ୍ଗିଙ୍ଗ କାମ ପାଇଁ ରାନୁଙ୍କୁ ବାରମ୍ବାର ମୁମ୍ବାଇ ଯିବାକୁ ପଡ଼ୁଛି।

{"id":172588}

ଫିଲ୍ମ ନିର୍ମାତା ହୃଷିକେଶ ମଣ୍ଡଲ ରାନୁଙ୍କ ଉପରେ ବାୟୋପିକ୍ ନିର୍ମାଣ କରିବାକୁ ଯାଉଛନ୍ତି ଏବଂ ଜଣାଶୁଣା ବଙ୍ଗୀୟ ଅଭିନେତ୍ରୀ ସୁଦିପ୍ତା ଚକ୍ରବର୍ତ୍ତୀ ଏହି ଫିଲ୍ମରେ ରାନୁଙ୍କ ଭୂମିକାରେ ଅଭିନୟ କରିବେ।

{"id":172589}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.