Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ପୁଣି ଥରେ ହେଭି ମେକଅପରେ ରାନୁ ମଣ୍ଡଲଙ୍କ ଆଉ ଏକ ଭିଡିଓ ଆସିଲା ମାର୍କେଟକୁ : ରାମ୍ପ ଓ୍ବାକ୍ ପରେ ବସିପଡ଼ିଥିଲେ ଏହି ସ୍ଥାନରେ

19/11/2019 at 5:08 PM

ମୁମ୍ବାଇ ୧୯/୧୧: ଏବେ କେବଳ ଜଣେ ବ୍ୟକ୍ତି ଚର୍ଚ୍ଚାରେ ରହିଛନ୍ତି। ସେ ହେଉଛନ୍ତି ଇଣ୍ଟରନେଟ୍ ସେନସେସନ୍ ରାନୁ ମଣ୍ଡଲ। ରାନୁଙ୍କ ହେଭି ମେକଅପ୍ ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋ ଦେଖି ଲୋକେ ତାଙ୍କୁ ପରିହାସ କରୁଛନ୍ତି। ରାନୁଙ୍କ ମେକଅପକୁ ନେଇ ସୋଶିଆଲ ମିଡିଆ ୟୁଜର୍ସ ଦୁଇ ଭାଗରେ ବିଭାଜିତ ହୋଇଛନ୍ତି। କେତେକ ବ୍ୟକ୍ତି ତାଙ୍କ ପରିହାସ କରୁଥିବାବେଳେ ଆଉ କେତେକ ତାଙ୍କୁ ସମର୍ଥନ କରୁଛନ୍ତି।

ଏହି ଫଟୋ ଗୁଡ଼ିକ ଇଣ୍ଟରନେଟରେ ଭାଇରାଲ ହେଉଛି। ସେ କାନପୁରରେ ହୋଇଥିବା ଏକ ଇଭେଣ୍ଟରେ ରାମ୍ପ ଓ୍ବାକ୍ ମଧ୍ୟ କରିଥିଲେ। ଏହି ରାମ୍ପ ଓ୍ବାକର ଭିଡିଓ ଯେତେବେଳେ ଲୋକଙ୍କ ସାମନାକୁ ଆସିଥିଲା ସେତେବେଳେ କେହି ବିଶ୍ବାସ କରିପାରିନଥିଲେ ଯେ ହେଭି ମେକଅପ ପଛରେ ରାନୁଙ୍କର ଚେହେରା ରହିଛି। ଏବେ ରାନୁ ମଣ୍ଡଲଙ୍କର ଏକ ନୂଆ ଭିଡିଓ ସାମନାକୁ ଆସିଛି।

ରାନୁ ମଣ୍ଡଲ ରାମ୍ପ ଓ୍ବାକ୍ ପରେ ଏକ ରେଡିଓ ଷ୍ଟୁଡିଓରେ ପହଞ୍ଚିଥିଲେ। ସେ ସେତେବେଳେ ହେଭି ମେକଅପରେ ନଜର ଆସିଥିଲେ। ଷ୍ଟୁଡିଓରେ ସେ ପୁଣି ଥରେ ‘ତେରି ମେରି କାହାନୀ’ ଗାଇଥିଲେ। ହିମେଶ ରେଶମିୟାଁଙ୍କ ସହ ରାନୁଙ୍କର ଏହି ଗୀତ ଇଣ୍ଟରନେଟରେ ଖୁବ୍ ଭାଇରାଲ ହୋଇଥିଲା।

ଉତ୍ତରପ୍ରଦେଶର କାନପୁରରେ ରାନୁ ମଣ୍ଡଲଙ୍କୁ ଏକ ବିୟୁଟି ପାର୍ଲର କାର୍ଯ୍ୟକ୍ରମକୁ ଡକାଯାଇଥିଲା। ସେଠାକାର ସ୍ଥାନୀୟ ମେକଅପ୍ ଆର୍ଟିଷ୍ଟ ତାଙ୍କ ମେକଅପ୍ କରିଥିଲେ। ସେହି ମେକଅପ୍ ଆର୍ଟିଷ୍ଟଙ୍କ ନାଁ ସନ୍ଧ୍ୟା ବୋଲି କୁହାଯାଉଛି। ଏହି ମେକଅପ୍ ଆର୍ଟିଷ୍ଟ ରାନୁଙ୍କ ମୁହଁରେ ଏତେ ମେକଅପ୍ କରି ଦେଇଥିଲେ ଯେ ତାଙ୍କୁ ଚିହ୍ନି ହେଉନଥିଲା।

ରାନୁ ମଣ୍ଡଲ ଏବେ ଏଣ୍ଟରଟେନମେଣ୍ଟ ଦୁନିଆର ସେନସେସନ୍ ହୋଇଯାଇଛନ୍ତି। ପଶ୍ଚିମବଙ୍ଗର ରାଣାଘାଟ ରେଲଓ୍ବେ ଷ୍ଟେସନରେ ଲତା ମଙ୍ଗେସକରଙ୍କ ପ୍ରସିଦ୍ଧ ଗୀତ ‘ଏକ ପ୍ୟାର କା ନଗମା ହେ’ ଗାଇ ରାନୁ ରାତାରାତି ଇଣ୍ଟରନେଟରେ ଛାଇ ଯାଇଥିଲେ। ଏହା ପରେ ସେ ହିମେଶ ରେଶମିୟାଁଙ୍କ ସହ ଗୀତ ଗାଇଥିଲେ। ଏହା ସହିତ ସେ ଅନେକ ରିୟଲିଟି ଶୋରେ ମଧ୍ୟ ଅତିଥି ହିସାବରେ ଯାଇଛନ୍ତି। ରାନୁ ମଣ୍ଡଲଙ୍କୁ ଅନେକ ପବ୍ଲିକ୍ ଇଭେଣ୍ଟରେ ମଧ୍ୟ ଦେଖାଯାଇଛି।

   Related Posts