Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଏବେ କେମିତି ଅଛନ୍ତି ରାନୁ ମଣ୍ଡଳ? ରାତାରାତି ଷ୍ଟାର୍ ଷ୍ଟ୍ରିଟ୍ ସିଙ୍ଗରଙ୍କ ପାଇଁ କରୋନା କରିଦେଲା ଅନ୍ଧାର

12/10/2020 at 2:50 PM

ମୁମ୍ବାଇ ୧୨/୧୦: ପଶ୍ଚିମବଙ୍ଗର ରାଣାଘାଟ ଷ୍ଟେସନରେ ଲତା ମଙ୍ଗେସକରଙ୍କ ଗୀତ ଗାଇ ରାନୁ ମଣ୍ଡଲ ରାତାରାତି ଷ୍ଟାର ହୋଇଯାଇଥିଲେ। ପ୍ରସିଦ୍ଧ ହେବା ପରେ ରାନୁଙ୍କ ଜୀବନ ପୂରାପୂରି ବଦଳିଯାଇଥିଲା। ସେ ଯାହା ବି କରୁଥିଲେ,ଯାହା ବି ପିନ୍ଧୁଥିଲେ ତାହା ଚର୍ଚ୍ଚାରେ ରହୁଥିଲା। ଗତ ବର୍ଷ ନବରାତ୍ରିରେ କୋଲକାତାରେ ସବୁ ପେଣ୍ଡାଲରେ ରାନୁଙ୍କ ତେରି ମେରି ଗୀତର ସୁପରହିଟ୍ ଭର୍ସନ ପ୍ଲେ କରାଯାଉଥିଲା। ଏହି ସମୟରେ ସେ ସୋସିଆଲ୍ ମିଡିଆ ସେନସେସନ ହୋଇଯାଇଥିଲେ। ଚାରିଆଡ଼େ ତାଙ୍କର ଚର୍ଚ୍ଚା ଥିଲା ଏବଂ ତାଙ୍କ ଲୋକପ୍ରିୟତା ବଢ଼ିଯାଇଥିଲା।

କିନ୍ତୁ ଏବେ ଏପରି ଲାଗୁଛି ଯେ ତାଙ୍କ କଣ୍ଠର ଯାଦୁ ଗାୟବ ହୋଇଗଲାଣି। ୨୦୧୯ ନଭେମ୍ବର ମାସରେ ରାନୁ ମଣ୍ଡଲ ,ହିମେଶ ରେଶମିୟାଁଙ୍କ ସହ ୩ଟି ଗୀତ ରେକର୍ଡ଼ କରିଥିଲେ । କିନ୍ତୁ ଏବେ ତାଙ୍କ ବିଷୟରେ କେହି କିଛି ଶୁଣିବାକୁ ପାଉନାହାନ୍ତି। ତାଙ୍କ ଜୀବନରେ ପୁଣି ଥରେ ଅନ୍ଧାର ଛାଇ ଯାଇଥିଲା। କରୋନା ମହାମାରୀ ଯୋଗୁଁ ତାଙ୍କ ଅବସ୍ଥା ଖରାପ ହୋଇଯାଇଛି। ସୂଚନା ମିଳିଛି ଯେ ରାନୁ ମଣ୍ଡଲଙ୍କୁ ମୁମ୍ବାଇରେ ଏବେ କିଛି କାମ ମିଳୁନାହିଁ। ଯାହା ଫଳରେ ସେ ଚିନ୍ତିତ ଅଛନ୍ତି।

ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହୋଇ ପଡ଼ୁଥିବା ରାଣାଘାଟର ଲତା ଏବେ ନୂଆ ସୁଯୋଗ ଅପେକ୍ଷାରେ ଅଛନ୍ତି। ଲୋକପ୍ରିୟ ହେବା ପରେ ରାନୁ ନିଜ ପୁରୁଣା ଘର ଛାଡ଼ି ଦେଇଥିଲେ ଏବଂ ଏକ ନୂଆ ଘରେ ଶିଫ୍ଟ ହୋଇଯାଇଥିଲେ। କିନ୍ତୁ ଏବେ କୁହାଯାଉଛି ଯେ ରାନୁ ମଣ୍ଡଲ ଏହି ନୂଆ ଘରକୁ ଛାଡ଼ି ତାଙ୍କ ପୁରୁଣା ଘରକୁ ଫେରି ଆସିଛନ୍ତି। ସୂଚନା ଅନୁଯାୟୀ,ରାନୁଙ୍କ ପାଖରେ ବଲିଉଡରେ ଅଧିକ କାମ ନଥିଲା । ସେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ। ତେଣୁ ସେ ନିଜ ପୁରୁଣା ଘରକୁ ଫେରି ଯାଇଥିଲେ।

   Related Posts