Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଝିଅଙ୍କ ଅଭିଯୋଗର ଏପରି ଜବାବ ଦେଲେ ରାନୁ ମଣ୍ଡଲ, ଏଲିଜାବେଥ କହିଲେ ତାଙ୍କ ମସ୍ତିଷ୍କ ବିକୃତି ଘଟିଛି

8/09/2019 at 7:27 PM

କୋଲକାତା: ହିମେଶ ରେଶମିଆଙ୍କ ଆଗାମୀ ଫିଲ୍ମ ଗୀତ ‘ତେରି ହି ମେରି ହି  ତେରିମେରି’ ଏବେ ଖୁବ୍ ଲୋକପ୍ରୀୟତା ଅର୍ଜନ କରୁଛି।  ତେବେ ପୁରା ଗୀତର ଏହା ସାମାନ୍ୟ ଅଂଶ।  ହେଲେବି ରାନୁ ମଣ୍ଡଲଙ୍କ କଣ୍ଠରେ ଖୁବ୍ ସୁଲଳିତ ଲାଗୁଛି ଏହି ଗୀତଟି। କିଛି ଦିନ ପୂର୍ବରୁ ରାନୁଙ୍କ ୨ ମ୍ୟାନେଜରଙ୍କ ବିରୋଧରେ ତାଙ୍କ ଝିଅ ଏଲିଜାବେଥ ଆଣିଥିବା ଅଭିଯୋଗ ଗଣମାଧ୍ୟମରେ ରୋଚକ ପ୍ରସଙ୍ଗ ପାଲଟିଥିଲା। ତେବେ ଏ ସମ୍ପର୍କରେ ଜାଣିବା ପରେ ରାନୁ ଯାହା ଜବାବ ଦେଇଛନ୍ତି ସେଥିରେ ଏଲିଜାବେଥ ଏକଦମ ଚୁପ ହୋଇଯାଇଛନ୍ତି।

ରାନୁ ଏକ ପ୍ରତିଷ୍ଠିତ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ହୁଏତ ତାଙ୍କ ଝିଅ କିଛି ଭୁଲ ବୁଝିଛନ୍ତି ନଚେତ ଏଥିଲାଗି କେହି ତାଙ୍କୁ ଉସକେଇଥିବା କହିଛନ୍ତି। ତପନ ଦାସ ଓ ଅତୀନ୍ଦ୍ର ଚକ୍ରବର୍ତ୍ତୀ ତାଙ୍କୁ ମୁମ୍ବାଇରେ ବେଶ ସହାୟତା କରୁଥିବା କହିଛନ୍ତି ରାନୁ। ତେବେ ତାଙ୍କ ଝିଅ ତାଙ୍କ ସହ କଥା ହେବାକୁ ଚାହୁଁଥିବାର ସେ କେବେ ଜାଣି ନାହାନ୍ତି ବୋଲି କହିଛନ୍ତି। କିଛି ସମୟ ପୂର୍ବରୁ ଏଲିଜାବେଥ ତାଙ୍କ ମାଙ୍କ ମାନସିକ ଅବସ୍ଥା ଭଲ ନଥିବା କହିଥିଲେ।

ହେଲେ ମୁମ୍ବାଇରେ ସେ ଠିକଠାକ କାମ କରୁଥିବା ଦେଖାଯାଇଛି। ଅତିନ୍ଦ୍ର ଓ ତପନ ତାଙ୍କ ସହ ରହୁଥିବାରୁ ତାଙ୍କୁ କାମରେ ବେଶ ସହାୟତା କରୁଛନ୍ତି। ହେଲେ ଏଲିଜାବେଥ ଅତିନ୍ଦ୍ର ଓ ତପନଙ୍କ କ୍ଲବ ସଦସ୍ୟମାନେ ତାଙ୍କୁ ଧମକାଉଥିବାର ଗଣମାଧ୍ୟମରେ ଅଭିଯୋଗ କରିଥିଲେ। ହେଲେ ଏଭଳି କଥା ସେ ଜାଣିନଥିବା କହିଛନ୍ତି ରାନୁ।  

   Related Posts