Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ବଲିଉଡ୍‌ର ପ୍ରସିଦ୍ଧ କଣ୍ଠଶିଳ୍ପୀ ଉଦିତ୍ ନାରାୟଣଙ୍କ ସହ ରାନୁ ମଣ୍ଡଳଙ୍କ ଗୀତ ହେଲା ରେକର୍ଡ, ଦେଖନ୍ତୁ ଭିଡ଼ିଓ

28/09/2019 at 3:13 PM

ମୁମ୍ବାଇ୨୮|୯:ସୋସିଆଲ ମିଡ଼ିଆର ରାଣୀ ରାନୁ ମଣ୍ଡଳଙ୍କ ଗୀତରେ ଏବେ ସବୁ ଦିଓ୍ବାନ ହୋଇଯାଇଛନ୍ତି। ତାଙ୍କର ମଧୁର କଣ୍ଠ ଲାଗି ସେ ସଫଳତା ପାଇଛନ୍ତି। ଷ୍ଟେସନରେ ଗୀତ ଗାଉଥିବା ରାନୁ ମଣ୍ଡଳ ଆଜି ଗୋଟେ ପରେ ଗୋଟେ ସଫଳତାର ପାହାଚ ଅତିକ୍ରମ କରି ଚାଲିଛନ୍ତି। ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦେଶକ ହିମେଶ ରଶମିୟାଙ୍କ ସହ ରାନୁ ଗୀତ ଗାଇ ସାରିଲେଣି।

ଏବେ ରାନୁ ନିଜ ପ୍ରଶଂସକଙ୍କ ଲାଗି ଏକ ନୂଆ ଗୀତ କେହ ରହି ହେ ନଜଦିକୀୟା କୁ ନେଇ ଆସୁଛନ୍ତି। ଏହି ଗୀତରେ ବଲିଡର ଲୋକପ୍ରିୟ କଣ୍ଠଶିଳ୍ପୀ ଉଦିତ୍ ନାରାୟଣ ଓ ହିମେଶ ରଶମିୟା ରାନୁ ମଣ୍ଡଳଙ୍କ ସହ ଗୀତ ଗାଇଛନ୍ତି।

ରାନୁ ମଣ୍ଡଳଙ୍କ ଗୀତ ଗାଉଥିବାର ଭିଡ଼ିଓକୁ  ହିମେଶ ନିଜ ଅଫିସିଆଲି ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏହି ଭିଡ଼ିଓରେ ରାନୁଙ୍କ ସହ ଉଦିତ ନାରାୟଣ ଗୀତ ଗାଉଥିବାର ଦୃଶ୍ୟ ମଧ୍ୟ ରହିଛି। ରାନୁଙ୍କ ଏହି ଭିଡ଼ିଓକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି। ଏମିତି କି ହିମେଶଙ୍କ ଇନଷ୍ଟାଗ୍ରାମରେ ୟୁଜର୍ସ ରାନୁଙ୍କୁ ତାରିଫ କରିଛନ୍ତି। ରାନୁ ମଣ୍ଡଳଙ୍କୁ ହିମେଶ ଗୀତ ଗାଇବା ଲାଗି ସୁଯୋଗ ଦେଇଥିବାର ୟୁଜର୍ସ ତାଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି।

   Related Posts