Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ରାନୁଙ୍କ ପ୍ରକୃତ ମେକ୍ଅପ୍ ଭିଡିଓ ଦେଖାଇଲେ ମେକ୍ଅପ୍ ଆର୍ଟିଷ୍ଟ୍: କହିଲେ ଅରିଜିନାଲ ଓ ଫେକ୍ ମଧ୍ୟରେ କ’ଣ ରହିଛି ଫରକ୍

21/11/2019 at 5:45 PM

ମୁମ୍ବାଇ୨୧/୧୧:  ନିକଟରେ ରାନୁ ମଣ୍ଡଳଙ୍କ ମେକ୍‌ଅପ୍‌ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ରାନୁଙ୍କ ଏହି ମେକଅପ୍‌ ଫଟୋକୁ ସୋସିଆଲ ମିଡିଆରେ ୟୁଜର୍ସ ଜବରଦସ୍ତ ଟ୍ରୋଲ କରିଥିଲେ। ଏଥିସହ ରାନୁଙ୍କ ମେକ୍‌ଅପ୍‌ ଆର୍ଟିଷ୍ଟଙ୍କୁ ବି ୟୁଜର୍ସ ଛାଡ଼ି ନ ଥିଲେ। ଉତ୍ତରପ୍ରଦେଶର କାନପୁରର ଏକ ବ୍ୟୁୟୁଟି ପାର୍ଲର କାର୍ଯ୍ୟକ୍ରମରେ ରାନୁ ମଣ୍ଡଳ ଯୋଗ ଦେବାକୁ ଯାଇଥିଲେ। ଏହି କାର୍ଯ୍ୟକ୍ରମ ଅବସରେ କ୍ଲିକ୍ ହୋଇଥିବା ଫଟୋ ଓ ଭିଡିଓ ସବୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏବେ ରାନୁଙ୍କ ମେକଅପ୍‌ ଆର୍ଟିଷ୍ଟ୍ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ରାନୁଙ୍କ ମେକ୍ଅପ୍ ଫଟୋ ଫେକ୍ ବୋଲି ମେକ୍ଅପ୍ ଆର୍ଟିଷ୍ଟ୍ ସନ୍ଧ୍ୟା କହିଛନ୍ତି। ସେ ରାନୁଙ୍କର ଅରିଜିନାଲ୍ ମେକ୍ଅପ୍ ଫଟୋକୁ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। ଏଥିସହ ରାନୁଙ୍କ ମେକ୍‌ଅପ୍‌ ଫଟୋକୁ ନେଇ ଟ୍ରୋଲ୍ କରିଥିବା ଲୋକଙ୍କୁ ମଧ୍ୟ ସେ କଡ଼ା ଜବାବ ଦେଇଛନ୍ତି। ସନ୍ଧ୍ୟା ଫେକ୍ ଓ ଅରିଜିନାଲ ଫଟୋକୁ ପୋଷ୍ଟ କରି ଲେଖିଛନ୍ତି ଯେ ଆପଣ ଉଭୟ ଫଟୋକୁ ଭଲ କରି ଦେଖନ୍ତୁ। ଅରିଜିନାଲ ଓ ଫେକ୍‌ ଫଟୋ ମଧ୍ୟରେ ଫରକ୍ କ’ଣ ରହିଛି ବୁଝି ପାରୁଥିବେ ବୋଲି ସନ୍ଧ୍ୟା ପ୍ରଶ୍ନ କରିଛନ୍ତି।

   Related Posts