ପ୍ରଂଶସକଙ୍କ ଉପରେ ଅଚାନକ ରାଗି ଗଲେ ରାନୁ ମଣ୍ଡଳ, ଭିଡିଓ ହେଲା ଭାଇରାଲ, ଦେଖନ୍ତୁ
7/11/2019 at 4:00 PM

ନୂଆଦିଲ୍ଲୀ୫/୧୧: ଷ୍ଟେସନରେ ଲତା ମଙ୍ଗେସକରଙ୍କ ଗୀତ ଗାଇ ରାତାରାତି ଷ୍ଟାର ବନିଥିବା ରାନୁ ମଣ୍ଡଳଙ୍କ ବ୍ୟବହାରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ପ୍ରଂଶସକଙ୍କୁ ସେ କିଭଳି ବ୍ୟବହାର କରୁଛନ୍ତି ତାହାର ଏକ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ରାନୁ ମଣ୍ଡଳ କୌଣସି ଏକ ସୁପର ମାର୍କେଟରେ ସପିଂ କରୁଥିବାର ଦୃଶ୍ୟ ରହିଛି। ଠିକ୍ ଏହି ସମୟରେ ଜଣେ ମହିଳା ପ୍ରଂଶସକ ସେଲଫି ନେବା ଲାଗି ରାନୁଙ୍କ କାନ୍ଧରେ ହାତ ମାରି ଡ଼ାକି ଥିଲେ। ମାତ୍ର ଏତିକି କଥାରେ ରାନୁ ରାଗି ଯାଇଥିଲେ।
ରାନୁଙ୍କ କହିବା ଅନୁସାରେ ଏଭଳି କାହାକୁ ଡାକନ୍ତି ନାହିଁ। କାହା ବିନା ଅନୁମତିରେ ଏଭଳି ଭାବେ କାହାକୁ ଛୁଇଁବା ଠିକ୍ ନୁହେଁ ବୋଲି ରାନୁ କହିଥିଲେ।
ରାନୁଙ୍କ କଥାରେ ମହିଳା ପ୍ରଂଶସକ ନ ରାଗି ହସି ଦେଇଥିଲେ। ତାଙ୍କର ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।
ରାନୁଙ୍କ ଏପରି ବ୍ୟବହାର ପାଇଁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। କିଛି ଲୋକ ତାଙ୍କୁ ସମର୍ଥନ କରୁଥିବା ବେଳେ ସଫଳତା ପାଇବା ପରେ ରାନୁଙ୍କ ବ୍ୟବହାରରେ ବଦଳି ଯିବା କଥା କିଛି ଲୋକ କହୁଛନ୍ତି। ଏଥିସହ ରାନୁଙ୍କ ଏହି ଭିଡିଓରେ ୟୁଜର୍ସ ଫନି ମୀମସ୍ ଶେୟାର କରିଛନ୍ତି।