ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ମାରିବେ ରାନୁ ମଣ୍ଡଲ! ମିଳିଲା ଅଫର

Published By : Prameya-News7 Bureau | August 28, 2019 IST

wp:heading {"level":4}

ମୁମ୍ବାଇ୨୮|୮: ରାନୁ ମଣ୍ଡଲଙ୍କ କ୍ୟାରିଅରର ଗାଡି ହିମେଶ ରେଶମିୟାଁ ଚଲାଇବାରେ ସଫଳ ହୋଇଛନ୍ତି। ତେବେ ସୋସିଆଲ ମିଡିଆ ମାଧ୍ୟମରେ ରାତାରାତି ଷ୍ଟାର ହୋଇଥିବା ରାନୁ ମଣ୍ଡଲ ଏବେବେଶ ଚର୍ଚ୍ଚାରେ ଅଛନ୍ତି। ପଶ୍ଚିମ ବଙ୍ଗର ରାନୁ ମଣ୍ଡଳଙ୍କ ମାତ୍ର ଗୋଟିଏ ଭିଡିଓ ଯୋଗୁଁ ସମଗ୍ର ଦେଶ ତାଙ୍କ କଣ୍ଠର ପ୍ରଶଂସା କରୁଛନ୍ତି।

/wp:heading {"id":149963}
wp:heading {"level":4}

 ନିଜ କଣ୍ଠସ୍ବରରେ ରାନୁ ଇଣ୍ଟରନେଟ୍‌ରେ ଦର୍ଶକଙ୍କ ସଂଖ୍ୟା ବଢ଼ାଇ ଚାଲିଛନ୍ତି।ଖବର ମିଳିଛି ଯେ, ରାନୁଙ୍କୁ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଇବା ପାଇଁ ଅଫର ଦିଆଯାଇଛି। ଅଭିନେତା ପ୍ରଦୀପ ପାଣ୍ଡେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ ରାନୁ ମଣ୍ଡଲଙ୍କୁ ତାଙ୍କ ଫିଲ୍ମରେ ଗୀତ ଗାଇବା ପାଇଁ ଅଫର ଦେଇଛନ୍ତି।

/wp:heading {"id":149964}
wp:heading {"level":4}

 ପ୍ରଦୀପ କହିଛନ୍ତି ଯେ, ଆମ ଦେଶର ସବୁ କମାଲ ଗାୟିକା ଏବେ ସାମ୍ନାକୁ ଆସୁଛନ୍ତି। ଯେଉଁମାନେ ତାଙ୍କ କଣ୍ଠସ୍ବରରେ ସମସ୍ତଙ୍କୁ ଇମ୍ପ୍ରେସ କରୁଛନ୍ତି। ସେହିଭଳି ରାନୁ ଭୋଜପୁରୀ ଇଣ୍ଡଷ୍ଟ୍ରିରେ ମଧ୍ୟ ଲୋକଙ୍କ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିବେ। ରାନୁଙ୍କ ଗୀତ ଶୁଣିବାପରେ ସେ ନିଜେ ତାଙ୍କର ବହୁତ ବଡ ଫ୍ୟାନ୍‌ ହୋଇଯାଇଛନ୍ତି। କେବଳ ସେ ନୁହେଁ ସମଗ୍ର ଭୋଜପୁରୀ ଇଣ୍ଡଷ୍ଟ୍ରି ରାନୁଙ୍କୁ ସ୍ବାଗତ କରିବାକୁ ଚାହାନ୍ତି।

/wp:heading {"id":149965}
wp:heading {"level":4}

ପଶ୍ଚିମ ବଙ୍ଗ ରାଣାଘାଟ ରେଲୱେ ଷ୍ଟେସନରେ ଗୀତ ଗାଇ ଜୀବନଯାପନ କରୁଥିଲେ ରାନୁ। ପୁରୁଣା ଗୀତ ଗାଇ ସେ ରେଲୱେ ଷ୍ଟେସନରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ। କିଛି ଲୋକ ଗୀତ ଶୁଣିବା ପାଇଁ ଠିଆ ହୋଇଯାଉଥିଲେ ତ ଆଉ କିଛି ନଦେଖି ଚାଲିଯାଉଥିଲେ।କିଏ ବିସ୍କୁଟ ପ୍ୟାକେଟ ଦେଇ ଯାଏ ତ କିଏ ଅନ୍ୟାନ୍ୟ ଖାଦ୍ୟ ଜିନିଷ ଦିଏ।

/wp:heading {"id":149966}

ତେବେ ଷ୍ଟେସନରେ ଗୀତ ଗାଉଥିବା ବେଳେ ଅତିନ୍ଦ୍ର ଚକ୍ରବର୍ତ୍ତୀ ନାମକ ଜଣେ ଇଂଜିନିୟର ସେଠାରେ ଉପସ୍ଥିତ ଥିଲେ। ଷ୍ଟେସନରେ ଗୀତ ଗାଉଥିବା ସମୟରେ ଅତିନ୍ଦ୍ର ମୋବାଇଲରେ ଗୀତଟିକୁ ରେକର୍ଡିଂ କରି ନିଜର ଫେସ୍‌ବୁକ୍‌ ଆକାଉଣ୍ଟରେ ପୋଷ୍ଟ କରିଥିଲେ।ସେବେଠୁ ଧୀରେ ଧୀରେ ସୋସିଆଲ ମିଡିଆରେ ତାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଥିଲା। ଫଳରେ ସେ ରାତା ରାତି ଷ୍ଟାର ହୋିଥିଲେ।

{"id":149967}



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.