Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ରାନୁ ମଣ୍ଡଲଙ୍କ ଭାଗ୍ୟ ଖୋଲିବ! ବିଗ୍ ପ୍ରୋଜେକ୍ଟରେ ମିଳିଲା ଚାନ୍ସ ,ଦୀପିକାଙ୍କ ପାଇଁ ଗାଇବେ ଗୀତ

11/11/2020 at 4:14 PM

ମୁମ୍ବାଇ ୧୧/୧୧: ଟିଭି ଶୋ ‘ରାମାୟଣ’ର ସୀତା ଓରଫ ଦୀପିକା ଚିଖଲିୟା ସୋସିଆଲ୍ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ରାନୁ ମଣ୍ଡଲ ପ୍ରଶଂସକଙ୍କୁ ନିଜ ନୂଆ ପ୍ରୋଜେକ୍ଟ ବିଷୟରେ ସୂଚନା ଦେଉଥିବାର ନଜର ଆସିଛନ୍ତି। ଫିଲ୍ମ ‘ସରୋଜିନୀ’ରେ ଦୀପିକା ଚିଖଲିୟା,ସରୋଜିନୀ ନାଇଡ଼ୁଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମର ଗୀତ ରାନୁ ମଣ୍ଡଲ ଗାଇବେ।

ଭିଡିଓ ସେୟାର କରି ଦୀପିକା ଚିଖଲିୟା ଲେଖିଛନ୍ତି ଯେ ,‘ ମୋ ଫିଲ୍ମ,ସରୋଜିନୀ,ଧୀରଜ ମିଶ୍ରାଙ୍କ ଦ୍ବାରା ଲେଖାଯାଇଛି। ଏହି ଫିଲ୍ମର ଗୀତକୁ ରାନୁ ମଣ୍ଡଲ ଗାଇବେ।’ ଭିଡିଓରେ ରାନୁ ମଣ୍ଡଲ କହୁଥିବାର ନଜର ଆସିଛନ୍ତି ଯେ ସେ ଧୀରଜ ମିଶ୍ରାଙ୍କ ଫିଲ୍ମ ସହ ଯୋଡ଼ି ହେବାକୁ ଯାଉଛନ୍ତି। ଫିଲ୍ମର ସବୁ ଗୀତରେ ତାଙ୍କରି କଣ୍ଠସ୍ବର ରହିବ। ତାଙ୍କୁ ଆଶା ରହିଛି ଯେ ତାଙ୍କୁ ସେହି ପ୍ରେମ ଏବଂ ସମ୍ମାନ ମିଳିବ ଯାହା ସମସ୍ତେ ତାଙ୍କୁ ଦେଇ ଆସିଛନ୍ତି।

କିଛି ଦିନ ତଳେ ଖବର ଆସିଥିଲା ଯେ ରାନୁ ମଣ୍ଡଲଙ୍କ ଜୀବନରେ ପୁଣି ଥ​‌ରେ ଅନ୍ଧାର ଛାଇ ଯାଇଛି। ସେ ନିଜ ନୂଆ ଘର ଛାଡ଼ି ପୁରୁଣା ଘରକୁ ଚାଲି ଯାଇଛନ୍ତି। ରାନୁ ମଣ୍ଡଲଙ୍କ ପାଖରେ ଏବେ କାମ ନାହିଁ। ବଲିଉଡରେ କରୋନା ଭାଇରସ୍ ଯୋଗୁଁ କାମ ନ ମିଳିବା କାରଣରୁ ତାଙ୍କ ଆର୍ଥିକ ସ୍ଥିତି ମଧ୍ୟ ଖରାପ ହେବାକୁ ଲାଗିଛି।

୨୦୧୯ମସିହାରେ ରାନୁ ମଣ୍ଡଲଙ୍କ ଭାଗ୍ୟ ରାତାରାତି ବଦଳି ଯାଇଥିଲା। ରାନୁ ମଣ୍ଡଲଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ପ୍ରସିଦ୍ଧ ହୋଇଥିଲା,ଯେଉଁଥିରେ ସେ ଲତା ମଙ୍ଗେସକରଙ୍କ ଗୀତ ଗାଉଥିବା ନଜର ଆସିଛନ୍ତି।

   Related Posts