ଏହି ଯୁବକଙ୍କ ଭିଡିଓ ପାଇଁ ଷ୍ଟେସନରେ ଗାଉଥିବା ରାନୁ ମଣ୍ଡଳ ରାତା ରାତି ହେଲେ ବଲିଉଡ ସିଂଗର

Published By : Prameya-News7 Bureau | August 25, 2019 IST

ମୁମ୍ବାଇ୨୫|୮: ମଣିଷର ଭାଗ୍ୟ କେବେ ବଦଳିବ ତାହା କେହି ଜାଣିନଥାନ୍ତି। ତେବେ ସୋସିଆଲ ମିଡିଆ ମଧ୍ୟ ରାତାରାତି କାହାର ନା କାହାର ଭାଗ୍ୟ ବଦଳାଇ ଦେଉଛି। ଏହାର ବଡ ଉଦାହରଣ ହେଉଛନ୍ତି ପଶ୍ଚିମ ବଙ୍ଗର ରାନୁ ମଣ୍ଡଳ। କେବଳ ଗୋଟେ ଭିଡିଓ ଯୋଗୁଁ ସମଗ୍ର ଦେଶ ତାଙ୍କ କଣ୍ଠର ପ୍ରଶଂସା କରୁଛନ୍ତି। ନିଜ କଣ୍ଠସ୍ବରରେ ରାନୁ ଇଣ୍ଟରନେଟ୍‌ରେ ଦର୍ଶକଙ୍କ ସଂଖ୍ୟା ବଢ଼ାଇ ଚାଲିଛନ୍ତି।

{"id":148628}

ତାଙ୍କ ଗୀତ ଏବେ ବଲିଉଡ୍‌ରେ ମଧ୍ୟ ପହଞ୍ଚିଛି। ପ୍ରଥମେ ରାନୁ ପଶ୍ଚିମ ବଙ୍ଗ ରାଣାଘାଟ ରେଲୱେ ଷ୍ଟେସନରେ ଗୀତ ଗାଇ ଜୀବନଯାପନ କରୁଥିଲେ। ପୁରୁଣା ଗୀତ ଗାଇ ସେ ରେଲୱେ ଷ୍ଟେସନରେ ଅନେକ ଲୋକଙ୍କ ମନ ଶାନ୍ତ କରୁଥିଲେ। କିଛି ଲୋକ ଗୀତ ଶୁଣିବା ପାଇଁ ଠିଆ ହୋଇଯାଉଥିଲେ ତ ଆଉ କିଛି ନଦେଖି ଚାଲିଯାଉଥିଲେ।

{"id":148627}

ରାନୁ ବିଶେଷକରି ଲତା ମଙ୍ଗେସକରଙ୍କ ଗୀତ ଗାଆନ୍ତି। ତେବେ ଷ୍ଟେସନରେ ଗୀତ ଗାଉଥିବା ବେଳେ ଅତିନ୍ଦ୍ର ଚକ୍ରବର୍ତ୍ତୀ ସେଠାରେ ଉପସ୍ଥିତ ଥିଲେ। ଷ୍ଟେସନରେ ଗୀତ ଗାଉଥିବା ସମୟରେ ଅତିନ୍ଦ୍ର ମୋବାଇଲରେ ଗୀତଟିକୁ ରେକର୍ଡିଂ କରି ନିଜର ଫେସ୍‌ବୁକ୍‌ ଆକାଉଣ୍ଟରେ ପୋଷ୍ଟ କରିଦେଇଥିଲେ।

{"id":148629}

'ଏକ୍‌  ପ୍ୟାର୍‌ କା ନଗ୍‌ମା' ଗୀତ ଗାଇ ରାତାରାତି ଷ୍ଟାର ହୋଇଗଲେ ରାନୁ।ଧୀରେ ଧୀରେ ସୋସିଆଲ ମିଡିଆରେ ତାଙ୍କ ଭିଡିଓ ଭାଇରାଲ ହେବାକୁ ଲାଗିଲା। ଭୋକ ମେଣ୍ଟାଇବା ପାଇଁ ଷ୍ଟେସନରେ ଗୀତ ଗାଉଥିବା ମହିଳାଙ୍କୁ ଏବେ ବହୁତ ବଡ ବଡ ଅଫର୍ସ ଆସିଲାଣି।

{"id":148630}

ଅତିନ୍ଦ୍ର ଜଣେ ସଫ୍ଟୱେର ଇଂଜିନିୟର ଓ ସେ ରାଣାଘାଟର ନିବାସୀ। ଅତିନ୍ଦ୍ରଙ୍କ ଯୋଗୁଁ ଆଜି ରାନୁ ଏହି ସ୍ଥାନରେ ପହଞ୍ଚିଛନ୍ତି। ତାଙ୍କର ଗୋଟେ ଭିଡିଓ ରାନୁଙ୍କ ଜୀବନ ବଦଳାଇଦେଲା। ଏବେ ମଧ୍ୟ ଅତିନ୍ଦ୍ର ରାନୁଙ୍କର ବହୁତ ସାହାଯ୍ୟ କରୁଛନ୍ତି। ବଲିଉଡ ଅଭିନେତା ତଥା ଗାୟକ ହିମେଶ ରେଶମିୟା ମଧ୍ୟ ରାନୁଙ୍କୁ ଗୀତ ଗାଇବାର ସୁଯୋଗ ଦେଇଛନ୍ତି।

{"id":148631}

ହିମେଶ ନିଜ ଅପକମିଂ ଫିଲ୍ମରେ ଗୀତ ଗାଇବା ପାଇଁ ରାନୁଙ୍କୁ ବାଛିଛନ୍ତି।ତାଙ୍କ ନୂଆ ଫିଲ୍ମ “ହେପି, ହାର୍ଡି ଏଣ୍ଡ ହୀର”ରେ ରାନୁ ତେରି ମେରି କାହାନୀ ନାମକ ଗୀତ ଗାଇଛନ୍ତି। ରାନୁଙ୍କ ଗୀତ ଗାଇବାର ଭିଡିଓ ହିମେଶ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓରେ ରାନୁ ଷ୍ଟୁଡିଓରେ ରେକର୍ଡିଂ କରୁଥିବାର ନଜର ଆସିଛନ୍ତି।ଏହା ବ୍ୟତୀତ ରାନୁ ଏକ ରିୟାଲିଟି ସୋ ସୁପରଷ୍ଟାର ସିଂଗରରେ ମଧ୍ୟ ନଜର ଆସିସାରିଛନ୍ତି।

{"id":148632}

ହିମେଶ କହିଛନ୍ତି ଯେ, ସଲମାନ ଖାନଙ୍କ ବାପା ସଲିମ୍‌ ଖାନ ତାଙ୍କୁ ଅନ୍ୟମାନଙ୍କ ସାହାଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ଯାହା ସେ ଏଯାଏଁ ଭୁଲିନାହାନ୍ତି। ସଲିମ୍‌ ଖାନ ତାଙ୍କୁ କହିଥିଲେ ଯେ, ଯେବେ ବି ପ୍ରତିଭା ସାମ୍ନାରେ ଥିବ ତାକୁ ଦେଖି କେବେ ନଜରଅନ୍ଦାଜ କରିବା ଅନୁଚିତ୍‌। ସେହି ଟାଲେଣ୍ଟ ଦ୍ବାରା ତାକୁ ଆଗକୁ ବଢିବା ପାଇଁ ସୁଯୋଗ ଦେବା ଜରୁରୀ। ଭିଡିଓ ପରେ ଅତିନ୍ଦ୍ର ସବୁବେଳେ ରାନୁଙ୍କ ସହ ଯୋଗାଯୋଗରେ ରହିଛନ୍ତି। ରାନୁଙ୍କୁ ସୁଯୋଗ ଦେଇଥିବାରୁ ହିମେଶଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅତିନ୍ଦ୍ର।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.