Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏଥର ରାନୁ ମଣ୍ଡଲଙ୍କ ସହ ଝିଅ ବି ଗାଇଲେ ଗୀତ, “ଆଜକଲ ତେରେ ମେରେ ପ୍ୟାର କେ ଚର୍ଚ୍ଚେ”…

9/09/2019 at 5:15 PM

ମୁମ୍ବାଇ୯|୯: ରାନୁ ମଣ୍ଡଲ ଏବେ ଇଣ୍ଟରନେଟ୍‌ ସେନ୍‌ସେଶନ ସହ ଜଣେ ସେଲିବ୍ରିଟି ମଧ୍ୟ ହୋଇସାରିଛନ୍ତି। ସମଗ୍ର ଦେଶ ଏବେ ରାନୁ ମଣ୍ଡଲଙ୍କୁ ଚିହ୍ନେ। ଏବେ ରାନୁ ବିଭିନ୍ନ ଷ୍ଟେଜରେ ମଧ୍ୟ ପ୍ରଦର୍ଶନ କରନ୍ତି। ହିମେଶ ରେଶମିୟାଁଙ୍କ ଆଗାମୀ ଫିଲ୍ମ ହେପି ହାର୍ଡି ଓର ହିରରେ ରାନୁ ୩ଟି ଗୀତ ଗାଇଛନ୍ତି।

ରାନୁ ଏବେ ଜୁଆଡେ ଯାଉଛନ୍ତି ଲୋକେ ତାଙ୍କ ସହ ସେଲ୍‌ଫି ନେଉଛନ୍ତି। ଏବେ ତାଙ୍କ ସ୍ବରର ହଜାର ହଜାର ଫ୍ୟାନ୍ସ ଅଛନ୍ତି। ରାନୁ ମଣ୍ଡଲଙ୍କ ଭିଡିଓ ଭାଇରାଲ ହେବାର କିଛି ଦିନ ପରେ ତାଙ୍କ ଝିଅ ମଧ୍ୟ ଫେରିଆସିଥିଲେ। ରାନୁଙ୍କ ଝିଅ ଏଲିଜାବେଥ ଗତ ୧୦ ବର୍ଷରୁ ତାଙ୍କଠୁ ଅଲଗା ରହୁଥିଲେ। ଏବେ ଉଭୟ ଏଲିଜାବେଥ ଓ ରାନୁ ଗାଉଥିବା ଗୀତ ସାମ୍ନାକୁ ଆସିଛି।

ଏକ ଭିଡିଓରେ ଏଲିଜାବେଥ ନିଜ ମାଆଙ୍କ ଭଳି ଗାଇଛନ୍ତି। ଉଭୟ ମାଆ ଝିଅଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଉଭୟ “ଆଜ କଲ ତେରେ ମେରେ ପ୍ୟାର କେ ଚର୍ଚ୍ଚେ” ଗାଇଛନ୍ତି। ନିକଟରେ ଏଲିଜାବେଥ କହିଥିଲେ ଯେ, ତାଙ୍କ ମାଆ ରେଲୱେ ଷ୍ଟେଶନରେ ଗୀତ ଗାଇ ଟଙ୍କା ରୋଜଗାର କରନ୍ତି ବୋଲି ସେ ଜାଣିନଥିଲେ।

ଏଲିଜାବେଥ ଅଭିଯୋଗ କରିଛନ୍ତି ଯେ, ଏବେ ରାନୁଙ୍କର ଯେଉଁ କ୍ଲବ ଧ୍ୟାନ ରଖୁଛି ସେହି କ୍ଲବର ସଦସ୍ୟମାନେ ତାଙ୍କୁ ଧମକ ମଧ୍ୟ ଦେଇଥିଲେ।ଏଲିଜାବେଥ କହିଛନ୍ତି ଯେ, ଏମିତି ଲାଗେ ଯେମିତି ଅତିନ୍ଦ୍ର ଚକ୍ରବର୍ତ୍ତୀ ଓ ତପନ ଦାସ(କ୍ଲବର ସଦସ୍ୟ)  ତାଙ୍କ ମାଆଙ୍କର ଅସଲି ପୁଅ।

ସେମାନେ ଏଲିଜାବେଥଙ୍କୁ ଧମକ ଦେଇଛନ୍ତି ଯେ, ଯଦି ସେ ତାଙ୍କ ମାଆଙ୍କୁ ଦେଖା କରିବା ପାଇଁ ଚେଷ୍ଟା କଲେ ତାହେଲେ ସେମାନେ ତାଙ୍କ ଗୋଡ ଭାଙ୍ଗିଦେବେ। ସେ ତାଙ୍କ ମାଆଙ୍କ ସହ ଫୋନ୍‌ରେ ମଧ୍ୟ କଥା ହେଇପାରୁନାହାନ୍ତି।

ଏଲିଜାବେଥଙ୍କ ଅନୁସାରେ କ୍ଲବର ସଦସ୍ୟ ତାଙ୍କ ମାଆଙ୍କ ବ୍ରେନୱାସ୍‌ କରିଦେଇଛନ୍ତି। ଏଲିଜାବେଥ ତାଙ୍କ ମାଆଙ୍କ ସହ ସବୁବେଳେ ଥିଲେ ଓ ବ୍ୟକ୍ତିଗତ ସମସ୍ୟା ପାଇଁ ମାଆଙ୍କୁ ଦେଖା କରିପାରୁନଥିଲେ ବୋଲି ସେ କହିଛନ୍ତି।

 

   Related Posts