ରଣପୁରରେ କାହା ସ୍ଥିତି କ'ଣ ପଢନ୍ତୁ ଏହି ରିପୋର୍ଟ

Published By : Prameya-News7 Bureau | April 09, 2019 IST

ନୟାଗଡ଼ ୯/୪: ୨୦୧୯ ନିର୍ବାଚନ ପାଇଁ କମ୍ପୁଛି ରଣାଙ୍ଗନ। ମଇଦାନ ପ୍ରସ୍ତୁତ। ଯୋଦ୍ଧା ବି ପ୍ରସ୍ତୁତ। ତୃତୀୟ ପର୍ଯ୍ୟାୟରେ ରଣପୁର ବିଧାନସଭା ନିର୍ବାଚନ। ଏପ୍ରିଲ ୨୩ରେ ଭୋଟ। ମୋଦି ଲହର ନା ନବୀନ ମ୍ୟାଜିକ୍ ନା ରାହୁଲ ଇଫେଟ୍କ କାହାର ରହିବ ଦମ୍ … ଏହାକୁ ନେଇ ରାଜନୀତି ସରଗରମ। ରଣପୁର ବ୍ଲକର ଗୋଟିଏ ଏନ୍.ଏ.ସି. ଓ ୩୭ଟି ପଞ୍ଚାୟତ ଏବଂ ଓଡଗଁ। ବ୍ଲକର ୧୮ଟି ପଞ୍ଚାୟତକୁ ନେଇ ରଣପୁର ବିଧାନସଭା ମଣ୍ଡଳୀ ଗଠିତ।ଏହି ନିର୍ବାଚନମଣ୍ଡଳୀରେ ୨ ଲକ୍ଷ ଭୋଟରଙ୍କ ଭୋଟ କାହା ସପକ୍ଷରେ ଯିବ ତାକୁନେଇ ଛିଣ୍ଡୁନି ଅଙ୍କ। ବିଜେଡି-ବିଜେପି ମଧ୍ୟରେ ଏଥର ଏଠି କଡା ଟକ୍କର ହେବାର ସମ୍ଭାବନା । ଗତ ନିର୍ବାଚନରେ ବିଜେଡି ଦଖଲକୁ ଯାଇଥିବା ଏହି କ୍ଷେତ୍ରରେ  ବିଜେପି କେତେ କଡା ଟକ୍କର ଦେବ ତାରି ଉପରେ ରହିବ ନଜର।

{"id":101873,"width":596,"height":407}

ରଣପୁର ନିର୍ବାଚନମଣ୍ଡଳୀରେ ଏଥର ବିଜେପି ଟିମ ଟୁ ବିଟ୍ ଭାବେ ଉଭାହୋଇଛି। ରଣପୁରରେ ବିକାଶ କାର୍ଡ ଖେଳି ଜନମତକୁ ତତାଇ ମତାଇ  ପୁଣି ଥରେ ବିଧାୟିକାଭାବେ ନିର୍ବାଚିତ ହେବେ ବୋଲି ଦୃଢୋକ୍ତି କରିଛନ୍ତି ବିଜେପି ପ୍ରାର୍ଥୀ ସୁରମା ପାଢୀ । ୨୦୦୪ ନିର୍ବ।ଚନରେ ବିଜେଡି ଏବଂ ବିଜେପି ମଧ୍ୟରେ ଆସନ ବୁଝାମଣା ପରେ ସୁରମା ପାଢୀ ନିର୍ବ।ଚିତ ହୋଇ ମନ୍ତ୍ରୀ ହୋଇଥିଲେ । ପରବର୍ତ୍ତୀ ସମୟରେ ୨୦୦୯ରେ ବିଜେଡି ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ ଓ ୨୦୧୪ରେ ରବି ମହାପାତ୍ରଙ୍କଠାରୁ ହାରିଯାଇଥିଲେ।ଦୁଇ ଥରର ବିଧାୟକମାନେ ରଣପୁରରେ କିଛି ବିକାଶ  କରିନଥିବାରୁ ଜନତାଙ୍କ ମତ ତାଙ୍କ ସପକ୍ଷରେ ଯିବାନେଇ ସୁରମା ଆଶାବାଦୀ।

{"id":101874,"width":596,"height":417}

ଗତ ପଞ୍ଚାୟତ ନିର୍ବ।ଚନରେ ଏହି ନିର୍ବ।ଚନମଣ୍ଡଳିର ୬ଟି ଜିଲ୍ଲାପରିଷଦ ଜୋନରୁ ବିଜେପି ୪ଟି ହାସଲ କରିଥିଲା। ବହୁ ସରପଞ୍ଚ ପଦବୀରେ ବିଜୟୀ ହୋଇଥିଲା। ତେଣୁ ରାଜନୈତିକ ପାଣିପାଗ ବିଜେପି ସପକ୍ଷରେ ଯିବାର ସମ୍ଭାବନା।ଏପଟେ ବିଜେଡି ବିଧାୟକ ରବି ମହାପାତ୍ରଙ୍କୁ ଏଥର ଟିକେଟ ନଦେଇ ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କ ଉପରେ ଭରସା କରିଛି। ନବୀନ ସରକାରର ଲୋକପ୍ରିୟତା ଏବଂ ନିଜେ ଏହି ନିର୍ବ।ଚନମଣ୍ଡଳିରେ ଦୀର୍ଘ ଦିନ ହେଲା ସଂଗଠନିକ କାର୍ଯ୍ୟରେ ରହିଥିବାରୁ ଲୋକମତ ତାଙ୍କ ସପକ୍ଷରେ ଯିବ ବୋଲି ଆଶାବାଦୀୟ ସତ୍ୟନାରାୟଣ।ଗତ ତିନୋଟି ନିର୍ବ।ଚନରେ ତୃତୀୟ ସ୍ଥାନରେ ରହିଥିବା  କଂଗ୍ରେସ ଏଥର ଶୁଭଶ୍ରୀ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି । ୨୦୧୪ନିର୍ବ।ଚନରେ ଆମ ଓଡିଶାରୁ ପ୍ରାର୍ଥୀ ହୋଇଥିବା  ଶୁଭଶ୍ରୀ ପଣ୍ଡା ୫ହଜାର ଭୋଟ୍ ପାଇଥିବାବଳେ କଂଗ୍ରେସ ୧୭ହଜାର ଭୋଟ୍ ପାଇଥିଲା । ତେଣୁ ଏଥର ୨୨ହଜାରରୁ ତାଙ୍କର ଭୋଟ୍ ଆରମ୍ଭ ହେବବୋଲି ସେ କହିଛନ୍ତି।

{"id":101875,"width":595,"height":431}

ରେ ଚଳିତ ନିର୍ବ।ଚନରେ ତ୍ରିମୁଖୀ ପ୍ରତିଯୋଗୀତା ହେଉଥିବାବଳେ ବିଜେପିର ପଲା ଟିକେ ଭାରିଥିବା ଭୋଟରଙ୍କ ମତାମତରୁ ଜଣାପଡିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.