ତିନି ବର୍ଷରେ ତିନିଥର ଗିରଫ: ପୁଣିଥରେ ପୋଲିସ୍ କବଜାରେ ଡି, ବ୍ରଦର୍ସ ସହଯୋଗୀ ରଞ୍ଜିତା ବିଶ୍ବାଳ

Published By : Prameya-News7 Bureau | November 10, 2020 IST

କଟକ୧୦/୧୧: ଦାଦାବଟି ଅଭିଯୋଗରେ ପୁଣି ଥରେ ଗିରଫ ହେଲେ ପୂର୍ବତନ କର୍ପୋଟେର ରଞ୍ଜିତା ବିଶ୍ବାଳ। ରଞ୍ଜିତାଙ୍କ ସମେତ ଆଉ ୨ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ସାଇକେଲ ନାନା ଓରଫ୍ ସୁଚିତ୍ର ରଞ୍ଜନ ମହାପାତ୍ର ଓ ରଞ୍ଜିତ୍ ସିଂ । ତିନି ବର୍ଷରେ ତୃତୀୟ ଥର ପାଇଁ ଗିରଫ ହୋଇଛନ୍ତି ଡି’ ବ୍ରଦର୍ସ ସହଯୋଗୀ ରଞ୍ଜିତା ବିଶ୍ୱାଳ।

{"id":359549,"width":569,"height":320,"sizeSlug":"large"}

ଏହି ସମସ୍ତ ଦାଦା ବାଟି ଧଳ ସାମନ୍ତ ବ୍ରଦରସଙ୍କ ଇସରାରେ ଚାଲିଥିବା ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି  ଜୋନ୍ ୩ ର ଏ ସି ପି । ଗତ ୯ ତାରିଖ ରାତିରେ ସେକ୍ଟର ୧୧ରେ ଥିବା ବାଲିଘାଟ ଠିକାଦାର ଠାରୁ ଦାଦାବଟି ମାଗିବା ନେଇ ପୋଲିସ  ଶୁରାକ ପାଇଥିଲା । ତୁରନ୍ତ ଘାଟ ଉପରେ ପହଁଚିବା ପରେ ସେଠାରୁ ସାଇକେଲ ନନାକୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ୨ ଜଣ ଖସି ଯାଇଥିଲେ।

ପରବର୍ତ୍ତୀ ସମୟରେ ଫେରାର ଅଭିଯୁକ୍ତ ଗିରଫ କରି ସେମାନଙ୍କ ଠାରୁ ୧ ଲକ୍ଷ ଟଙ୍କା ଜବତ କରାଯାଇଥିବା କହିଛନ୍ତି ଏସିପି ପ୍ରଫୁଲ୍ଲ ଚନ୍ଦ୍ର ବଡଜେନା । ଏହି ଏକ ଲକ୍ଷ ଟଙ୍କା କାହା ପାଖରୁ ଆଦାୟ କରିଥିଲେ ସେ ନେଇ ତଦନ୍ତ ଜାରି ରହିଛି।ଏହି ଘଟଣାରେ ପୋଲିସ ନିକଟକୁ କେହି ଅଭିଯୋଗ ନ କରିଥିଲେ ମଧ୍ୟ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ରଞ୍ଜିତାଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.