ରଞ୍ଜୀବ କହିଲେ 'ମୁଁ କଂଗ୍ରେସରେ ଅଛି', ସୁର କହିଲେ 'ଅଗାଡି ପଳାଇଲେ ଭଲ ଚାଷ ହେବ'

Published By : Prameya-News7 Bureau | August 14, 2019 IST

ଭୁବନେଶ୍ବର ୧୪|୮: ମୁହଁ ଖୋଲିଛନ୍ତି କଂଗ୍ରେସ ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ବାଳ । ସେ କହିଛନ୍ତି ଯେ, ମୁଁ ମୋ ମନର ରାଜା । ଏବେ ଯାଏଁ ମୁଁ କଂଗ୍ରେସରେ ଅଛି । ଯେତେବେଳ ଯାଏଁ ଭଲ ଲାଗିବ ମୁଁ ଦଳରେ ଅଛି ଯେତେବେଳେ ଭଲ ନଲାଗିବ ମୁଁ ନଥିବି । ସେ କହିଛନ୍ତି ଯେ, ମୋତେ କୌଣସି ଦଳ ଟଙ୍କା ଯାଚିବା କଥା ମିଛ । ପିସିସି ହେବାକୁ ମୋର ଆଶା ନାହିଁ । ହାଇ କମାଣ୍ଡଙ୍କ ସହ ଏ ନେଇ ଆଲୋଚନା ବି ହୋଇନି । ରଞ୍ଜୀବ କହିଛନ୍ତି ଯେ, ବର୍ତ୍ତମାନ କଂଗ୍ରେସ ର ବିପର୍ଯ୍ୟୟ ଆସିଛି । ବିଶ୍ବାସଯୋଗ୍ୟ ନେତାଙ୍କୁ ନେଇ ଏକଜୁଟ ହେବାର ଆବଶ୍ୟକତା ରହିଛି । ନିରଂଜନଙ୍କ ହାତରେ ମ୍ୟାଜିକ୍ ବାଡ଼ି ନାହିଁ ଯେ ସେ ସବୁ ବଦଳାଇଦେବେ । ଗ୍ରାଉଣ୍ଡରେ ରେ ନେତା କାମ କଲେ କଂଗ୍ରେସର ଅବସ୍ଥା ସୁଧୁରିବ ବୋଲି ସେ କହିଛନ୍ତି ।

ଟ୍ରିପଲ୍ ତଲାକ୍ ବିଲ୍ ବେଳେ ରାଜ୍ୟସଭାରେ ଅନୁପସ୍ଥିତ ଥିଲେ ରଞ୍ଜୀବ ବିଶ୍ବାଳ । ଯାହାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗିଥିଲା । ସେ କଂଗ୍ରେସ ଛାଡି ଅନ୍ୟ ଦଳକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଥିଲା ।

ଅନ୍ୟପଟେ ରଞ୍ଜୀବଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟ । ସେ କହିଛନ୍ତି ଯେ, ବିଶ୍ବାଳ ଓ ପଟ୍ଟନାୟକ ପରିବାର ବାଦ କଂଗ୍ରେସରେ ଅନେକ ଲୋକ ଅଛନ୍ତି । କିଏ ଆସିବ କିଏ ଯିବ ସେଥିରେ କିଛି ଅସୁବିଧା ନାହିଁ । କଂଗ୍ରେସ ଦଳ ସବୁବେଳେ  ସାହଣମେଲା । ଅଗାଡି ପଳାଇଲେ  ଭଲ ଚାଷ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.