Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ହେବେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ! କଂଗ୍ରେସ ନେତାଙ୍କ ଦାବି

23/08/2020 at 10:04 AM

ନୂଆଦିଲ୍ଲୀ, ୨୩।୦୮:  ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ବିଜେପିରେ ଯୋଗଦେବେ । ଏପରିକି ସେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି କହିଛନ୍ତି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ତରୁଣ ଗୋଗୋଇ । ଆସାମରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଅଛି ।

ତରୁଣ ଗୋଗୋଇ କହିଛନ୍ତି ଯେ, ତାଙ୍କୁ ଖବର ମିଳିଛି ଯେ, ରଞ୍ଜନ ଗୋଗୋଇ ବିଜେପିର ମୁଖ୍ୟମନ୍ତ୍ରୀ ତାଲିକାରେ ରହିଛନ୍ତି । ତାଙ୍କୁ ଆସାମର ଆଗାମୀ ମୁଖ୍ୟମନ୍ତ୍ରୀ ଭାବେ ଦଳ ମଇଦାନକୁ ଓହ୍ଲାଇବ । ଏପରିକି ସେ ରାଜ୍ୟସଭାକୁ ଯାଇପାରନ୍ତି ମାନେ ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଓହ୍ଲାଇପାରନ୍ତି । ରାଜନୀତିରେ ସବୁ ସମ୍ଭବ । ଅଯୋଧ୍ୟା ରାମ ମନ୍ଦିର ନିଷ୍ପତ୍ତିକୁ ନେଉ ବିଜେପି ଗୋଗୋଇଙ୍କ ଉପରେ ଖୁସି ଅଛି । ସେ ରାଜ୍ୟସଭା ପାଇଁ ମନା କରିନଥିଲେ ।

ତେବେ ତରୁଣ ନିଜେ କଂଗ୍ରେସ ତରଫରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ନାହିଁ ବୋଲି କହିଛନ୍ତି । ବିଜେପିକୁ ସରକାରରୁ ବାହାର କରିବା ପାଇଁ ମହାମେଣ୍ଟ ଆବଶ୍ୟକ ବୋଲି ସେ କହିଛନ୍ତି ।

   Related Posts