ସାବଧାନ ! ଏହି ଔଷଧ ଖାଉଛନ୍ତି କି? ତୁରନ୍ତ ବନ୍ଦ କରନ୍ତୁ ନଚେତ୍ ହେବ କ୍ୟାନସର

Published By : Prameya-News7 Bureau | September 25, 2019 IST

ନୂଆଦିଲ୍ଲୀ ୨୫/୯: ଡ୍ରଗ୍ କଣ୍ଟୋଲର ଅଫ ଇଣ୍ଡିଆ ଗତକାଲି ରାନିଟିଡିନ୍ ଉପରେ ନିଷେଧାଦେଶ ଜାରି କରିଛି।  ଏଥିସହ ସେ କହିଛନ୍ତି ଯେ ଏଥିରୁ ଏକ ରାସାୟନିକ ପଦାର୍ଥ ମିଳିଛି ଯାହା ଦ୍ବାରା କ୍ୟାନସର ହେବାର ଆଶଙ୍କା ରହିଛି। ରାନିଟିଡିନ୍ ଶସ୍ତାରେ ମିଳୁଥିବା ବହୁତ ପୁରୁଣା ଔଷଧ,ଯାହାର ବ୍ୟବହାର ପେଟର ଏସିଡିଟିକୁ କମ୍ କରିବା ପାଇଁ କରାଯାଇଥାଏ। ଅନ୍ୟ କେତେକ ଦେଶର ଡ୍ରଗ୍ ରେଗୁଲେଟର ମଧ୍ୟ ଏଥିରେ ହାନିକାରକ ରାସାୟନିକ ପାଇଛି ଏବଂ ଏହାର ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛି।

ରାନିଟିଡିନ୍ ଔଷଧର ବ୍ୟବହାର କେତେକ ଦେଶରେ ଅନ୍ୟାନ୍ୟ ରୋଗର ଚିକିତ୍ସା ପାଇଁ ମଧ୍ୟ କରାଯାଇଥାଏ। ଏହା ଭିନ୍ନ ଭିନ୍ନ ଫର୍ମୁଲେସନରେ ଟ୍ୟାବଲେଟ୍ ଏବଂ ଇଞ୍ଜେକସନ ଭାବେ ବଜାରରେ ଉପଲବ୍ଧ ହୋଇଥାଏ। ଏହା ସେଡ୍ୟୁଲ୍ ଏଚ୍ ଅନୁସାରେ ପ୍ରେସକ୍ରିପ୍ସନ ଡ୍ରଗ୍ ଅର୍ଥାତ୍ ଏହାକୁ ଔଷଧ ଦୋକାନରୁ କିଣିବା ପାଇଁ ଡାକ୍ତରଙ୍କ ପ୍ରେସକ୍ରିପ୍ସନର ଆବଶ୍ୟକତା ପଡ଼ିଥାଏ।

ଏହି ଔଷଧରେ କ୍ୟାନସରର କାରକ ଅଛି ବୋଲି ପ୍ରଥମେ ଆମେରିକାର ଏଫଡିଏ ଜାଣି ପାରିଥିଲେ ଏବଂ ଏହା ସମ୍ବନ୍ଧରେ ଆଲର୍ଟ ଜାରି କରିଥିଲେ। ଭାରତରେ ଏହି ଔଷଧ ଉତ୍ପାଦନ କରୁଥିବା କମ୍ପାନୀକୁ ଏହାର ଉତ୍ପାଦନ ରୋକିବାକୁ କୁହାଯାଇଛି। ଡାକ୍ତରଙ୍କୁ ମଧ୍ୟ ପରାମର୍ଶ ଜାରି କରାଯାଇଛି ଯେ ସେମାନେ ରୋଗୀଙ୍କୁ ଏହି ଔଷଧ ଖାଇବାର ପରାମର୍ଶ ନ ଦିଅନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.