Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପର ମୁଣ୍ଡରେ ନାହିଁ ବଡ ବର୍ଷା, ରେଙ୍ଗାଳିରୁ ଗୋଟିଏ ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
  • ||
  • ସାଲେପୁର : AC ମେକାନିକ୍‌ଙ୍କ କାରନାମା, ମହିଳାଙ୍କ ଗାଧୁଆ ଘରେ ରେକର୍ଡିଂ ମୋଡ୍‌ରେ ମୋବାଇଲ୍ ରଖି ହେଲେ ଗିରଫ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ବାରିପଦା : ଆଜିଠୁ ଖୋଲିଲା ଦ୍ବିତୀୟ ଶ୍ରୀକ୍ଷେତ୍ର, ମୟୂରଭଞ୍ଜର ସମସ୍ତ ମଠ ମନ୍ଦିରରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ
  • ||
  • ମହାକାଳପଡା : ଆଜିଠୁ ଖୋଲିଲା ଐତିହାସିକସ୍ଥଳୀ ହୁକିଟୋଲା, ଜଳଯାତ୍ରାର ମଜା ଉଠାଉଛନ୍ତି ପର୍ଯ୍ୟଟକ
  • ||
  • ବୌଦ୍ଧ : ଚୋରା ଚାଲାଣ ବେଳେ ୧୬ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୮ ଜଣଙ୍କ ଜୀବନ
  • ||

‘ବାଜିବ ସାହାନାଇ, ବେଦିରେ ବସିବି ମୁଁ କିନ୍ତୁ ଏବେ କହିବିନି ମୋ ବର ନାଁ…’

11/08/2020 at 7:58 PM

ଭୁବନେଶ୍ବର୧୧/୮: ବିବାହ ବନ୍ଧନରେ ବାନ୍ଧି ହେବେ ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା। ବିଭିନ୍ନ ଗଣମାଧ୍ୟମରେ ବାହା ହେବେ ନାହିଁ କହୁଥିବା ରାନୀ ପୁଣି ନିଜର ନିଷ୍ପତ୍ତି ପରିବର୍ତ୍ତନ କରିଛନ୍ତି। ରାନୀ ବିବାହ କରିବେ ବୋଲି ସେ ଏକ ଭିଡିଓ ଜାରି କରିଛନ୍ତି। ସେହି ଭିଡିଓରେ ରାନୀ କହିଛନ୍ତି, ରାନୀ ବିବାହ କରିବେ କି ନାହିଁ, ତାଙ୍କୁ ବିଭିନ୍ନ ଗଣମାଧ୍ୟମରେ ପଚରା ଯାଇଥିଲା। ହେଲେ ରାନୀ ବାହା ହେବେ ନାହିଁ ବୋଲି ସଫା ସଫା ମନା କରି ଦେଇଥିଲେ। କିନ୍ତୁ ସେ ପୁଣି ରାନୀ ନିଜର ନିଷ୍ପତ୍ତି ବଦଳାଇଛନ୍ତି। ଭିଡିଓରେ ସେ ଆହୁରି ମଧ୍ୟ କହିଛନ୍ତି, ବହୁ ବାଧାବିଘ୍ନ ସହ ସେ ଏତେ ବାଟ ଆସିଛନ୍ତି। ସେ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ। ସେ କାହାକୁ, କେବେ ବିବାହ କରିବେ, ତାହା ଆଉ ଏକ ଭିଡିଓ ମାଧ୍ୟମରେ କହିବେ ବୋଲି ରାନୀ ଭିଡିଓରେ କହିଛନ୍ତି।

ବିଭିନ୍ନ ସମୟରେ  ବିବାଦୀୟ ମନ୍ତବ୍ୟ  କିମ୍ବା ଷ୍ଟେଜ୍‌ରେ ଅଶାଳୀନ ନୃତ୍ୟ କରି ବିବାଦରେ ଛନ୍ଦି ହୋଇଥାଆନ୍ତି। ନିକଟରେ କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଏପରି କି ଚିକିତ୍ସା ନିମନ୍ତେ କିଛି କଳାକାରଙ୍କୁ ତାଙ୍କ ସକ୍ଷମ ଅନୁସାରେ ସେ କିଛି ଅର୍ଥ ଦାନ କରିଥିଲେ। କେବଳ ସେତିକି ନୁହେଁ, କରୋନା କଟକଣାରେ ଆଜି ରାମ ମନ୍ଦିରରେ ନିକଟରେ ଭିକାରୀମାନଙ୍କୁ ରାନୀ ଖାଦ୍ୟ ବଣ୍ଟନ କରିଥିଲେ।ରାନୀଙ୍କ ନିଖୁଣ ଅଭିନୟ ମଧ୍ୟ ଦର୍ଶକଙ୍କୁ ଷ୍ଟେଜ ପାଖରେ ବାନ୍ଧି ରଖିଥାଏ।

   Related Posts