Part-2: ‘ମୋତେ ଯିଏ ଯାହା ଡାକିବ ମୁଁ ଖୁସି’…ଏଥର ମୋ ଯାତ୍ରା ବମ୍ ବ୍ଲାଷ୍ଟ୍ କରିବ… ଦେଖନ୍ତୁ
7/06/2020 at 9:15 PM

ଭୁବନେଶ୍ବର୭/୬: ଲକ୍ଡାଉନ୍ ଯୋଗୁଁ ଗତ କିଛିଦିନ ହେବ ଯାତ୍ରାଜଗତରେ ଲାଗି ରହିଛି କନ୍ଦଳ । ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଯାତ୍ରା କଳାକାର ଏବଂ ଯାତ୍ରା ମାଲିକଙ୍କ ମଧ୍ୟରେ କାଦୁଅ ଫିଙ୍ଗାପିଙ୍ଗି ଚାଲିଛି। କିନ୍ତୁ ସବୁଠାରୁ ଅଧିକ ଚର୍ଚ୍ଚାର ପରିସରଭିତରୁ ଟାଣି ହୋଇ ଆସିଛନ୍ତି ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା। ପୂର୍ବ ଆଟିକିଲ୍ରେ ରାନୀ କଣ କହିଥିଲେ, ସେହି ସଂପର୍କରେ ଆମେ କହିଥିଲୁ। କିନ୍ତୁ ଏହି ଆଟିକିଲ୍ରେ ରାନୀ କହିଛନ୍ତି, କିଛି ଲୋକ ତାଙ୍କୁ ବିବାଦୀୟ ଅଭିନେତ୍ରୀ ସଜାଇ ଦେଇଛନ୍ତି। କିନ୍ତୁ ସେ କାହା କଥାକୁ ନଶୁଣି ନିଜ କାମକୁ ଭଲ ପାଆନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ତାଙ୍କୁ କହୁଥିବା ଲୋକମାନେ ଭିତରେ କେତେ ଡ୍ରେସ୍ ଖୋଲୁଥିବେ ଜଣା ନାହିଁ। ହେଲେ ରାଣୀ ପଣ୍ଡା ହଜାର ହଜାର ଲୋକଙ୍କ ସାମ୍ନାରେ ନାଚୁଛି ବୋଲି ଖରାପ ହୋଇଗଲା। ଏମିତି ବୋଲି ପ୍ରଶ୍ନ କରିଥିଲେ ରାଣୀ। ଏହା ପରେ ଯେଉଁ ନାଟକରେ ସେ ଅଭିନୟ କରିବେ, ସେହି ନାଟକ ବମ୍ ବ୍ଲାଷ୍ଟ ନାଟକ ହେବ। ଯାତ୍ରା ଜଗତରେ ରେକର୍ଡ ସୃଷ୍ଟି କରିବ ବୋଲି ରାନୀ କହିଛନ୍ତି। ରାନୀ ପଣ୍ଡା ଆଉ ଯାତ୍ରାରେ ଆଇଟମ୍ ଗୀତରେ ନାଚିବେ କି ନାହିଁ, ଏନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଏହି ପ୍ରଶ୍ନରେ ରାନୀ କଣ ଉତ୍ତର ଦେଲେ… ଦେଖନ୍ତୁ