Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

Part-4: ମୋର ବି ଜଣେ ବୟଫ୍ରେଣ୍ଡ୍ ଅଛନ୍ତି କିନ୍ତୁ…

9/06/2020 at 7:56 AM

ଭୁବନେଶ୍ବର୯/୬: ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ସଂପର୍କରେ ଦର୍ଶକେ ଉଣାଅଧିକ ଜାଣିଛନ୍ତି। ବିବାଦୀୟ ମନ୍ତବ୍ୟ ହେଉ କିମ୍ବା ପେଣ୍ଡାଲ୍ ଉପରେ ପୋଷାକ ଖୋଲିବା। ଏମିତି କାଣ୍ଡକରି ସେ କେତେବେଳେ ବିବାଦରେ ଛନ୍ଦି ହୋଇପଡ଼ନ୍ତି ତ ପୁଣି କେତେବେଳେ ପେଣ୍ଡାଲ୍‌ରେ ସୁନ୍ଦର ଅଭିନୟ କରି ପ୍ରଶଂସା ସାଉଁଟି ଥାଆନ୍ତି ରାଣୀ। ଖାଲି ବିବାଦ ନୁହେଁ, ସମାଜର ହିତରେ ମଧ୍ୟ ରାଣୀ ବହୁତ ଭଲ କାମ କରିଛନ୍ତି। କିଛିଦିନ ତଳେ କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ରାଣୀ ୫୦ ହଜାର ଟଙ୍କା ଦାନ କରିଥିଲେ। ଏନେଇ ବିଭିନ୍ନ ମହଲରେ ରାଣୀଙ୍କୁ ପ୍ରଶଂସା କରାଯାଇଥିଲା। କିଛିଦିନ ତଳେ ଏକ ସାକ୍ଷାତକାରରେ ରାଣୀ ପ୍ରଥମ ଥ‌ର କହିଛନ୍ତି, ତାଙ୍କର ଜଣେ ବୟଫ୍ରେଣ୍ଡ୍ ଅଛନ୍ତି। ସବୁ ପରିସ୍ଥିତିରେ ତାଙ୍କ ବୟଫ୍ରେଣ୍ଡ ତାଙ୍କୁ ସାଥ୍ ଦେଇଥାଆନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫୦ ହଜାର ଟଙ୍କା ଦାନ ଦେବା ପରେ ରାଣୀ ନିଜେ କିପରି ଚଳୁଛନ୍ତି, ତାହା କେହି ଜାଣି ନାହାନ୍ତି। ଚଳିବା ଲାଗି ତାଙ୍କ ବୟଫ୍ରେଣ୍ଡ ତାଙ୍କୁ ସାହାଯ୍ୟ କରନ୍ତି ବୋଲି ରାଣୀ କହିଛନ୍ତି। କେବଳ ସେତିକି ନୁହେଁ, ତାଙ୍କ ଦୁଃଖସୁଖରେ ସେ ସାଥ୍ ଦେଇଥାଆନ୍ତି। ରାଣୀ କେବେ ବାହା ହେବେ? ଏହି ପ୍ରଶ୍ନର ଉତ୍ତରରେ ରାଣୀ କହିଥିଲେ, ସେ ଭଲ ପାଉଛନ୍ତି ସତ, କିନ୍ତୁ ଭବିଷ୍ୟତରେ ବାହା ହେବା ଲାଗି କିଛି ପ୍ଳାନ୍ ରଖି ନାହାନ୍ତି।

   Related Posts