ପିପିଲିରେ ରାଣୀଙ୍କ ଚର୍ଚ୍ଚା: ଗାଁ ଗାଁ ବୁଲି ମହିଳାଙ୍କୁ ଦାନ କଲେ ନୂଆ ବସ୍ତ୍ର, ବାଣ୍ଟିଲେ ମହାପ୍ରସାଦ, ଲୋକେ କହିଲେ, ‘ଏ ତାଙ୍କର କେଉଁ ରୂପ’
14/10/2020 at 4:58 PM

ନିମପଡା୧୪/୧୦: ସ୍ୱର୍ଗତଃ ମହାରଥୀଙ୍କୁ କେବଳ ପିପିଲି ଝୁରୁନି, ଝୁରୁଛି ସାରା ଓଡିଶା ଓ ଯାତ୍ରା ଜଗତ। ମହାରଥୀଙ୍କ ଏକାଦଶାହ କାର୍ଯ୍ୟକ୍ରମ ଡେଲାଙ୍ଗ ପିପିଲିର ପ୍ରତ୍ୟେକ ପଞ୍ଚାୟତରେ କରୋନା କଟକଣା ନିୟମ ଅନୁଯାୟୀ ପାଳନ ହୋଇ ଯାଇଛିl ଏହା ମଧ୍ୟରେ ପିପିଲିରେ ଯାତ୍ରା ଜଗତର ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ଦେଖିବାକୁ ମିଳିଛି।

ଧଳା ବସ୍ତ୍ର ପରିଧାନ କରି ସାଙ୍ଗରେ ମହାପ୍ରସାଦ ଧରି ପିପିଲିର ୨୩ ପଞ୍ଚାୟତ ମଧ୍ୟରୁ ଏକ ଦଳିତ ସାହିରେ ଗରିବ ମହିଳାମାନଙ୍କୁ ନୂତନ ବସ୍ତ୍ରଦାନ କରିବା ସହ ମହାପ୍ରସାଦ ବାଣ୍ଟିଥିଲେ। ପରେ ସତ୍ୟବାଦୀ ପଟ୍ଟନାୟକିଆ ନିକଟ ଶବର ସାହିରେ ମଧ୍ୟ ମହାପ୍ରସାଦ ବାଣ୍ଟି ଥିଲେ ରାନୀ l

ଯାହା ଏବେ ସାରା ପିପିଲିରେ ଆଲୋଚନା ହେଉଛି ରାନୀଙ୍କ ଏ କେଉଁ ରୂପ l ମେଡିକାଲରେ ରାତି ତମାମ ଅନେଇ ବସି ମହାରଥୀଙ୍କ ବାସ ଭବନରେ ଶେଷ ଦର୍ଶନ କରିବା ଓ ଶେଷରେ ଏକା ଦଶାହରେ ମହା ପ୍ରସାଦ ସହିତ ନୂତନ ବସ୍ତ୍ର ବଣ୍ଟନ କରିବା ସବୁ ଆଡ଼େ ଅନେକ ପ୍ରକାର କଥା ଆଲୋଚନା ହେଉଛି l

ହେଲେ ରାନୀ କୁହନ୍ତି, ମାହାରଥୀଙ୍କ ପାଇଁ ମୁଁ ପରିଚୟ ପାଇଛି ତାଙ୍କୁ ମୁଁ ଅନେକ ଭଲ ପାଏ l ମୋ ଗୁରୁ ହିସାବରେ ଏହା ମୋର ଗୋଟେ ଛୋଟିଆ ଗୁରୁ ଦକ୍ଷିଣା। ଏହା କୌଣସି ରାଜ ନୈତିକ ଉଦେଶ୍ୟ ନୁହେଁ l