ବାଲେଶ୍ବର ଉପ-ନିର୍ବାଚନର ପ୍ରଚାର ମୈଦାନକୁ ଓହ୍ଲାଇବେ ରାଣୀ, କହିଲେ, ବେଣୁ ମଉସାଙ୍କୁ ଦେବେ ସାଇକେଲ

Published By : Prameya-News7 Bureau | October 21, 2020 IST

ଭୁବନେଶ୍ବର୨୧/୧୦:  ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। କେତେବେଳେ ପେଣ୍ଡାଲ ଉପରେ ଅଶ୍ଲୀଳ ନୃତ୍ୟ କରି ତ, ପୁଣି କେତେବେଳେ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଦାନ କରି। ପୁଣି ବାଲେଶ୍ବର ଉପ ନିର୍ବାଚନ ମୈଦାନର ପ୍ରଚାର ମୈଦାନକୁ ଓହ୍ଲାଇବେ ରାଣୀ ପଣ୍ଡା। ବାଲେଶ୍ବର ଉପ-ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ୯୦ ବର୍ଷ ବୟସ୍କ ବେଣୁଧର ବାରିକଙ୍କ ପାଇଁ ପ୍ରଚାର କରିବେ। ଏହାସହ ବେଣୁଙ୍କ ପାଇଁ ପ୍ରଚାର କରିବେ ବୋଲି ରାଣୀ ଭିଡିଓରେ କହିଛନ୍ତି। ବେଣୁଙ୍କୁ ଗୋଟେ ସାଇକେଲ ଦେବେ ବୋଲି ମଧ୍ୟ ରାଣୀ କହିଛନ୍ତି।

wp:html /wp:html

ଲୋକଙ୍କ ଭଲ ପାଇବା ମୋ ପୁଞ୍ଜି । ଏହାକୁ ପାଥେୟ କରି ମୁଁ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛି । ଜୀବନ ତମାମ ଖଟିଖିଆ ମେହନତି ମଣିଷ, ବାସ୍ତିବାସିନ୍ଦାଙ୍କ ସ୍ଥାୟୀ ଜମି ପଟ୍ଟା ସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଲଢ଼େଇ କରି ଆସିଛି । ଏହି ଲଢ଼େଇ ମଧ୍ୟ ଆଗାମୀ ଦିନରେ ଚାଲିବ ।

wp:html /wp:html

ଲୋକେ ନିଶ୍ଚିତ ଭାବେ ମୋତେ ଭୋଟ ଦେବେ । ବିଧାୟକ ଭାବେ ନିର୍ବାଚିତ ହେବା ପରେ ବସ୍ତିବାସିନ୍ଦାଙ୍କ ସମସ୍ୟା ବିଧାନସଭାରେ ଉପସ୍ଥାପନ କରିବି । କେବଳ ବାଲେଶ୍ୱର ନୁହେଁ, ତମାମ ରାଜ୍ୟରେ ବସ୍ତିବାସିନ୍ଦାଙ୍କୁ କେମିତି ସ୍ଥାୟୀ ଜମି ପଟ୍ଟା ମିଳିବ, ସେନେଇ ଆନ୍ଦୋଳନ କରିବି । ଏମିତି ଭାବେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ବେଣୁଧର ବାରିକ । ଚଳିତ ସଦର ଉପନିର୍ବାଚନରେ ଶ୍ରୀ ବାରିକ ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.