ରାଣୀଙ୍କ କମ୍‌ବ୍ୟାକ୍‌- ରୂପେଲୀ ପରଦାରେ ଏହି ଦମ୍‌ଦାର ଭୂମିକାରେ ନଜର ଆସିବେ

Published By : Prameya-News7 Bureau | November 14, 2019 IST

ମୁମ୍ବାଇ ୧୪।୧୧- ପୁଣି ସିଲଭର ସ୍କ୍ରିନରେ ଏକ ଦମଦାର ଭୂମିକାରେ କମ୍ ବ୍ୟାକ୍  କଲେ ରାଣୀ ମୁଖାର୍ଜୀ। କହିବା ବାହୁଲ୍ୟ ପୂର୍ବରୁ ମର୍ଦ୍ଦାନି ଫିଲ୍ମରେ ସେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଏବଂ ଏହି ଫିଲ୍ମର ସିକ୍ବେଲ ଆସିଛି।  ମର୍ଦ୍ଦାନି ପାର୍ଟ ଟୁର ଟ୍ରେଲର ଆଜି ଆସିଛି। 

{"id":184281,"sizeSlug":"large"}

ଏଥିରେ ମଧ୍ୟ ରାଣୀ ମୁଖାର୍ଜୀଙ୍କୁ ସୁପର କପ୍  ଭୂମିକାରେ ଦେଖିବାକୁ ମିଳିଛି।   ଫିଲ୍ମର ପ୍ରଥମ ଭାଗ ଭଳି ଏଥିରେ ମଧ୍ୟ ଦେଖିବାକୁ ମିଳିଛି ନାବାଳିକା ନିର୍ଯାତନା କାହାଣୀ। ଏବଂ ଅପରାଧୀ ଓ ପୋଲିସର ଲୁଚକାଳି ଦୃଶ୍ୟ। ତେବେ ଟ୍ରେଲରକୁ ମାତ୍ର କିଛି ଘଣ୍ଟା ମଧ୍ୟରେ ୧୧ ଲକ୍ଷ ଦେଖିବା ଏହାର ସଫଳତାର ଆଭାସ ବୋଲି କହିପାରିବା।  ମର୍ଦ୍ଦାନି ଟୁର ନିର୍ଦ୍ଦେଶନା ଦେଇଛନ୍ତି ଗୋପି ପୁତ୍ରନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.