ବ୍ଲାକ୍ ଫିଲ୍ମରେ ରାଣୀ ମୁଖାର୍ଜୀଙ୍କ ପିଲାବେଳ ଭୂମିକାରେ ଅଭିନୟ କରିଥିବା ନାବାଳିକା ଏବେ ସବୁଠୁ ହଟ୍ ମଡେଲ୍ : ଦେଖନ୍ତୁ ଫଟୋ

Published By : Prameya-News7 Bureau | August 07, 2019 IST

ମୁମ୍ବାଇ ୭/୮: ଅଭିନେତା ଅମିତାଭ ବଚ୍ଚନ ଏବଂ ରାଣୀ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ଲାକ୍’ ୨୦୦୫ମସିହାରେ ରିଲିଜ ହୋଇଥିଲା। ଏହି ଫିଲ୍ମରେ ଅମିତାଭ ବଚ୍ଚନ ଏବଂ ରାଣୀ ମୁଖାର୍ଜୀଙ୍କ ଅଭିନୟକୁ ଲୋକେ ଖୁବ୍ ପ୍ରଶଂସା କରିଥିଲେ। ଏହି ଫିଲ୍ମ ପାଇଁ ବିଗ୍ ବିଙ୍କୁ ଶ୍ରେଷ୍ଠ ଅଭିନେତା ପାଇଁ ଜାତୀୟ ପୁରସ୍କାର ମିଳିଥିଲା। ଏହି ଫିଲ୍ମରେ ଅମିତାଭ ବଚ୍ଚନ ଏବଂ ରାଣୀ ମୁଖାର୍ଜୀଙ୍କ ବ୍ୟତୀତ ଅଭିନେତ୍ରୀ ଆୟେଶା କପୁରଙ୍କୁ ମଧ୍ୟ ଲୋକେ ଖୁବ୍ ପ୍ରଶଂସା କରିଥିଲେ।

{"id":141765}

ଏହି ଫିଲ୍ମରେ ଆୟେଶା କପୁର,ରାଣୀ ମୁଖାର୍ଜୀଙ୍କ ପିଲାଦିନର ଭୂମିକାରେ ଅଭିନୟ କରିଥିଲେ। ବ୍ଲାକ୍ ରିଲିଜ ହେବାର ୧୪ବର୍ଷ ବିତିଗଲାଣି ଏବଂ ଏହି ୧୪ବର୍ଷ ମଧ୍ୟରେ ଅଭିନେତ୍ରୀ ଆୟେଶା କପୁର ମଧ୍ୟ ବହୂତ ବଦଳିଗଲେଣି। ଆୟେଶା କପୁର ପୂର୍ବ ଅପେକ୍ଷା ଏବେ ଆହୁରି ହଟ୍ ଏବଂ ସୁନ୍ଦର ଦେଖାଯାଉଛନ୍ତି। ଏବେ ତାଙ୍କୁ ୨୫ବର୍ଷ ହୋଇସାରିଛି।

{"id":141766}

ବ୍ଲାକ୍ ଫିଲ୍ମ ପରେ ଆୟେଶା କପୁରଙ୍କୁ ‘ସିକନ୍ଦର’ ଫିଲ୍ମରେ ଦେଖାଯାଇଥିଲା। ଏହି ଫିଲ୍ମ ୨୦୦୯ମସିହାରେ ରିଲିଜ ହୋଇଥିଲା। ଏହି ଫିଲ୍ମ ପରେ ଆୟେଶା କପୁରଙ୍କୁ ଅନ୍ୟ କୈାଣସି ଫିଲ୍ମରେ ଦେଖାଯାଇନଥିଲା। ବ୍ଲାକ୍ ଫିଲ୍ମରେ ଆୟେଶାଙ୍କ ଜବରଦସ୍ତ ଆକ୍ଟିଂ ପାଇଁ ତାଙ୍କୁ ଫିଲ୍ମଫେୟାର ଆଓ୍ବାର୍ଡ଼ ମଧ୍ୟ ମିଳିଥିଲା। ଆୟେଶା କଲମ୍ବିଆ ୟୁନିର୍ଭସିଟିରେ ଗ୍ରାଜୁଏସନ କରିଛନ୍ତି।

{"id":141767}

ଆୟେଶା କପୁର ସୋଶିଆଏ ମିଡିଆରେ ପ୍ରାୟ ସବୁବେଳେ ଆକ୍ଟିଭ ଥାଆନ୍ତି। ବେଳେବେଳେ ତାଙ୍କର ସୁନ୍ଦର ଫଟୋ ତାଙ୍କ ଫ୍ୟାନଙ୍କ ସହ ସେୟାର କରିଥାଆନ୍ତି।

{"id":141768}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.