ମୁମ୍ବାଇରେ ହୋଇଥିବା ଦୁଷ୍କର୍ମର ସତ୍ୟ ଘଟଣା ଉପରେ ଆଧାରିତ ରାଣୀ ମୁଖାର୍ଜୀଙ୍କ ‘ମର୍ଦାନୀ ୨’ : କମ୍ ବୟସର ଖଳନାୟକଙ୍କ ସହ ହେବ ଲଢ଼େଇ

Published By : Prameya-News7 Bureau | November 20, 2019 IST

ମୁମ୍ବାଇ ୨୦/୧୧: ରାଣୀ ମୁଖାର୍ଜୀଙ୍କ ଅପକମିଙ୍ଗ ଫିଲ୍ମ ‘ମର୍ଦାନୀ ୨’ର କାହାଣୀ ସତ୍ୟ ଘଟଣା ଉପରେ ଆଧାରିତ। ‘ମର୍ଦାନୀ ୨’ର ଟ୍ରେଲରରେ ଦେଖାଯାଇଛି ଯେ ଫିଲ୍ମର କାହାଣୀ କୋଟା ସହରରେ ସେଟ୍ କରାଯାଇଛି, କିନ୍ତୁ ନିର୍ମାତାମାନେ ଏପରି ଅନେକ ଘଟଣା ରେଫରେନ୍ସ ହିସାବରେ ନେଇଛନ୍ତି, ଯେଉଁଥିରେ ଅନେକ କମ୍ ବୟସର ଯୁବକମାନେ ମହିଳାଙ୍କ ସହ ଅପରାଧ ଘଟାଇଛନ୍ତି।

{"id":187020,"sizeSlug":"large"}

ଏହି ଘଟଣାଗୁଡ଼ିକ ମଧ୍ୟରେ ମୁମ୍ବାଇର ଶକ୍ତି ମିଲ୍ସରେ ହୋଇଥିବା ଦୁଷ୍କର୍ମ ଘଟଣା ସାମିଲ ରହିଛି। ଏହା ପୂରା ବିଶ୍ବରେ ହଇଚଇ ସୃଷ୍ଟି କରିଥିଲା। ଫିଲ୍ମର ଲେଖକ-ନିର୍ଦେଶକ ଗୋପି ପୁଥରନଙ୍କ କହିବା ଅନୁସାରେ ଯମୁନା ଏକ୍ସପ୍ରେସଓ୍ବେଠୁ ନେଇ ଶକ୍ତି ମିଲ୍ସ ଘଟଣା ଏବଂ ଆହୁରି କେତେକ ଘଟଣାକୁ ନେଇ ‘ମର୍ଦାନୀ ୨’ର କାହାଣୀ ପର୍ଯ୍ୟବେସିତ ହୋଇଛି।

{"id":187021,"sizeSlug":"large"}

ଗୋପି କହିଛନ୍ତି ଯେ ଏହି ଫିଲ୍ମର ଉଦ୍ଦେଶ୍ୟ ହେଉଛି ଆମକୁ ସବୁବେଳେ ସତର୍କ ଏବଂ ସଜାଗ ରହିବାର ଆବଶ୍ୟକତା ରହିଛି କାରଣ ଆମ ଆଖପାଖରେ ବିପଦ ରହିଛି।

{"id":187022,"sizeSlug":"large"}

‘ମର୍ଦାନୀ ୨’ ଫିଲ୍ମରେ ରାଣୀ ପୁଣି ଥରେ ଜଣେ ସଚ୍ଚୋଟ ଏବଂ କର୍ମଠ ପୋଲିସ୍ ଅଫିସର ଭୂମିକାରେ ନଜର ଆସିବେ। ତାଙ୍କ ଚରିତ୍ରର ନାଁ ଶିବାନୀ ଶିବାଜୀ ରାୟ। ରାଣୀ ଏଥର କମ୍ ବୟସର ଭୟଙ୍କର ଅପରାଧୀଙ୍କ ସହ ଲଢ଼େଇ କରିବେ। ‘ମର୍ଦାନୀ ୨’ରେ ବିଶାଲ ଜେଠଓ୍ବା ଖଳନାୟକ ଭୂମିକାରେ ନଜର ଆସିବେ। ସେ ଅନେକ ଟିଭି ଶୋ ରେ କାମ କରିଛନ୍ତି। ‘ମର୍ଦାନୀ ୨’ ଡିସେମ୍ବର ୧୩ତାରିଖରେ ରିଲିଜ ହେବ।

{"id":187023,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.