Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ପୁନର୍ଜୀବନ ପାଇଲା ସମ୍ବଲପୁରର ରାଣୀ ମହଲ: ନୂଆ ରୂପ ଦେଲା ଇ-ଟେକ ସଂସ୍ଥା

23/10/2020 at 2:18 PM

ସମ୍ବଲପୁର୨୩/୧୦: ପର୍ଯ୍ୟଟନର ବିକାଶ ପାଇଁ ପୁନରୁଦ୍ଧାର ହୋଇଛି ସମ୍ବଲପୁରର ରାଣୀ ମହଲ। ଓଡିଶା ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଦେଢ କୋଟି ଟଙ୍କା ଖର୍ଚ୍ଚ କରି ପୁନରୁଦ୍ଧାର କାମ କରିଛି। ଫଳରେ ଦୀର୍ଘଦିନ ଧରି ଜରାଜୀର୍ଣ୍ଣ ହୋଇ ପଡିଥିବା ମହଲ ପୁଣି ଝଲସିବା ଆରମ୍ଭ କରିଛି ।

ନୂଆ ରୂପରେ ସଜେଇ ହୋଇ ଝଲସୁଛି ଐତିହାସିକ ରାଣୀ ମହଲ। ଓଡିଶା ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଦେଢ କୋଟି ଟଙ୍କା ଖର୍ଚ୍ଚ କରି ରାଣୀ ମହଲର ପୁନରୁଦ୍ଧାର କାମ କରିଛନ୍ତି। ଯାହାର ଦାୟିତ୍ବ ନେଇଛି ଇ-ଟେକ ସଂସ୍ଥା । ରାଜତନ୍ତ୍ରର ସେହି ସ୍ବର୍ଣ୍ଣିମ ଇତିହାସକୁ ମନେ ପକାଇବା ସହ ପର ପିଢିକୁ ଜଣାଇବାର ସୁଯୋଗ ଅପେକ୍ଷାରେ ରାଣୀ ମହଲ। ରାଜବଂଶ ଲୋପ ହେବା ପରେ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବା ମହଲର ପୁନରୁଦ୍ଧାର ହେବା ନେଇ ସମସ୍ତଙ୍କ ମନରେ ଖୁସି ଆଣିଦେଇଛି।

୧୯୬୦ରେ ସମ୍ବଲପୁର ରାଜା ପାଟରାଣୀ ପାଇଁ ନିର୍ମାଣ କରିଥିଲେ ରାଣୀ ମହଲ । ଯାହା ସେତେବେଳର ରାଜତନ୍ତ୍ର ଓ ଇତିହାସର ଗାଥା ବହନ କରୁଥିଲା । ଏବେ ଲୋପ ପାଇଯାଉଥିବା ରାଜବଂଶର ଇତିହାସ ପୁଣି ଉଜ୍ଜିବିତ ହେବ ବୋଲି ମତ ରଖିଛନ୍ତି ଐତିହାସିକ । ରାଣୀ ମହଲ ସହ ସମ୍ବଲପୁର ପର୍ୟ୍ୟଟନର ମଧ୍ୟ ବିକାଶ ହେବ ।କୋଭିଡ କଟକଣା ଯୋଗୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇନି ରାଣୀ ମହଲ । ଖୁବ ଶୀଘ୍ର ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶନାମା ପରେ ଖୋଲିବ ରାଣୀ ମହଲ ।

   Related Posts