ରାଣୀ କିରଣ ଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର କ୍ୟାବ୍ ଡ୍ରାଇଭର, ମିଳିଛି ଫାଇଭ ଷ୍ଟାର ରେଟିଂ

Published By : Prameya-News7 Bureau | September 08, 2019 IST

ଦେଶରେ କ୍ୟାବ୍ ର ଚାହିଦା ବେଳକୁ ବେଳ ବଢିବାରେ ଲାଗିଛି। ସୁବିଧା ଅସୁବିଧାରେ ଲୋକେ କ୍ୟାବ୍ ରେ ଯାତାୟାତ ଲାଗି ଅଧିକପସନ୍ଦ କରୁଛନ୍ତି। କ୍ୟାବ୍ କୁ ଉଭୟ ପୁରୁଷ ଓ ମହିଳା ଚଳାଇ ପାରୁଛନ୍ତି।  ହେଲେ ଏପର୍ଯ୍ୟନ୍ତ ଆମ ଦେଶରେ କେବଳ ପୁରୁଷମାନଙ୍କୁ ଏପର୍ଯ୍ୟନ୍ତ କ୍ୟାବ୍ ଚାଳାଉଥିବା ଦେଖାଯାଉଛି। ତେବେ ଟ୍ରାନ୍ସଜେଣ୍ଡର ରାଣୀ କିରଣ କ୍ୟାବ୍ ଚଳାଇ ଦେଶରେ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ଏଥିଲାଗି ରାଣୀଙ୍କୁ ଫାଇଭ ଷ୍ଟାର ରେଟିଂ ବି ମିଳିଛି।

{"id":154880}

ରାଣୀ ଏହା ପୂର୍ବରୁ ଅଟୋ ରିକ୍ସା ଚଳାଉଥିଲେ। ୨୦୧୬ ମସିହାରେ ଯେତେବେଳେ ସେ ଅଟୋରିକ୍ସା ଚଳାଇଲେ ସେତେବେଳେ ଖୁବ୍ ଚର୍ଚ୍ଚାକୁ ଆସିଥିଲେ। ହେଲେ ସେ ଟ୍ରାନ୍ସଜେଣ୍ଡର ହୋଇଥିବାରୁ କେହି ତାଙ୍କ ଅଟୋରେ ବସି ନଥିଲେ। ଏଣୁ ସେ ଅଟୋ ଚଳାଇବା ଛାଡି ଦେଇଥିଲେ। ଗତ ପୁରୀ ରଥ ଯାତ୍ରାରେ ସେ ସ୍ୱେଚ୍ଛାସେବୀ ଭାବେ ଆମ୍ବୁଲାନ୍ସ ଚଳାଇଥିଲେ। ଏବେ କ୍ୟାବ୍ ଚଳାଇ ବେଶ ଲୋକପ୍ରୀୟତା ହାସଲ କରିଛନ୍ତି। ଏଥିପାଇଁ ତାଙ୍କୁ କ୍ୟାବ୍ ଗ୍ରାହକମାନେ ରେଟିଂ କରିଥିବା ବେଳେ ତାଙ୍କୁ ଫାଇଭ ଷ୍ଟାର ରେଟିଂ ମିଳିଛି।

{"id":154881}

ଜଣେ କ୍ୟାବ୍ ଡ୍ରାଇଭରଙ୍କଠାରୁ ସେ ପ୍ରେରିତ ହୋଇ ପ୍ରଥମେ ଡ୍ରାଇଭିଂ ପ୍ରଶିକ୍ଷଣ ପ୍ରାପ୍ତ କରିଥିଲେ। ତା ପରେ ନିଜର ଏକ କାର କିଣି କ୍ୟାବ୍ ଚଳାଇବା ଆରମ୍ଭ କରିଥିଲେ। ତାଙ୍କଠାରୁ ପ୍ରେରଣା ପାଇ ଓଡିଶା ଟ୍ରାନ୍ସଜେଣ୍ଡର କମ୍ୟୁନିଟିର ସ୍ନେହାଶ୍ରୀଙ୍କ ସମେତ ଅନେକ  ତାଙ୍କ ଭଳି ଜଣେ କ୍ୟାବ୍ ଡ୍ରାଇଭର ହେବାକୁ ଇଚ୍ଛା ପ୍ରକାଶ କଲେଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.