ପ୍ରସିଦ୍ଧ ଅଭିନେତ୍ରୀ ରାଣୀ ଚାଟାର୍ଜୀ କାର ଦୁର୍ଘଟଣାରେ ଗୁରୁତର

Published By : Prameya-News7 Bureau | September 29, 2019 IST

 ମୁମ୍ବାଇ ୨୯/୯: ଗତକାଲି ଭୋଜପୁରୀ ଫିଲ୍ମର ପ୍ରସିଦ୍ଧ ଅଭିନେତ୍ରୀ ରାଣୀ ଚାଟାର୍ଜୀଙ୍କ କାର୍ ଗୋରେଗାଁଓ ହାଇଓ୍ବେରେ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି। ଏହି ଦୁର୍ଘଟଣାରେ ରାଣୀ ଚାଟାର୍ଜୀ ଗୁରୁତର ହୋଇଛନ୍ତି ଏବଂ ତାଙ୍କ ହାତ-ଗୋଡ଼ରେ ଗୁରୁତର ଆଘାତ ଲାଗିଛି। ରାଣୀ ଚାଟାର୍ଜୀଙ୍କ ଭାଇ ସମୀର ଚାଟାର୍ଜୀ ତାଙ୍କ ଫେସବୁକ୍ ପେଜରେ ପୋଷ୍ଟ କରି ଏହାର ସୂଚନା ଦେଇଛନ୍ତି।

{"id":164089,"width":599,"height":449}

ରାଣୀ ଚାଟାର୍ଜୀ ସୋଶିଆଲ ମିଡିଆରେ ସବୁବେଳେ ସକ୍ରିୟ ରୁହନ୍ତି। ନିଜ ସୁନ୍ଦର ଫଟୋ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଗତ ବର୍ଷ ସେ ନିଜର ଏକ ସାକ୍ଷାତକାର ପାଇଁ ସୋଶିଆଲ ମିଡିଆରେ ୟୁଜରଙ୍କ ଟାର୍ଗେଟରେ ଆସି ଯାଇଥିଲେ।

{"id":164090}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.