ରଙ୍ଗିଲା ପୋଲିସ ବାବୁ : ନିଜକୁ ଅବିବାହିତ କହି ମହିଳା କନଷ୍ଟେବଳଙ୍କୁ ଦୁଷ୍କର୍ମ କରୁଥିଲେ ଏସଆଇ, ୩ ବର୍ଷ ଧରି ଲିଭ୍ ଇନ୍ ରିଲେସନସିପରେ ମଧ୍ୟ ରହିଥିଲେ
9/03/2021 at 8:53 AM

ଇନ୍ଦୋର,୦୯/୦୩: ମହିଳା କନଷ୍ଟେବଳଙ୍କୁ ଦୁଷ୍କର୍ମ କଲେ ପୋଲିସ ଏସଆଇ । ନିଜକୁ ଅବିବାହିତ କହି କରି ଚାଲିଥିଲେ ଦୁଷ୍କର୍ମ । ଏପରି ମାମଲା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ତେଜାଜୀ ନଗର ଥାନାରେ । ପୀଡିତା କନଷ୍ଟେବଳଙ୍କ ଅଭିଯୋଗ ପରେ ଏସଆଇଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।
ପୀଡିତା ନିଜ ଅଭିଯୋଗରେ କହିଛନ୍ତି ଯେ, ଅଭିଯୁକ୍ତ ଏସଆଇ ୩ ବର୍ଷ ଧରି ଇନ୍ଦୋରରେ ରହିଛନ୍ତି । ସେ ନିଜକୁ ଅବିବାହିତ କହି ତାଙ୍କ ସହ ଶରୀରିକ ସମ୍ପର୍କ ରଖିଥିଲେ ।ଏହାସହ ଲିଭ୍ ଇନ ରିଲେସନସିପରେ ମଧ୍ୟ ରହିଥିଲେ । ପରେ ଏସଆଇ ମିଛ କହୁଥିବା ଜଣାପଡିଥିଲା । ସେ ପୂର୍ବରୁ ବିବାହିତ । ସତ ଜଣା ପଡିବା ପରେ ସେ ନିଜ ପତ୍ନୀଙ୍କୁ ଛାଡପତ୍ର ଦେଇ ତାଙ୍କୁ ବିବାହ କରିବେ ବୋଲି ମଧ୍ୟ ମିଛରେ କହିଥିଲେ ।
ଏହାପରେ ପୀଡିତା ତାଙ୍କୁ ବିବାହ ପାଇଁ ଚାପ ପକାଇଥିଲେ । କିନ୍ତୁ ଏସଆଇ କିଛି ଶୁଣିନଥିଲେ । ଫଳରେ ବାଧ୍ୟ ହୋଇ ମହିଳା କନଷ୍ଟେବଳ ଥାନାରେ ଅଭିଯୋଗ କରିଥିଲେ । ତେବେ ଉଭୟଙ୍କ ମଧ୍ୟରେ ଇନ୍ଦୋର ଥାନାରୁ ପ୍ରେମ ଗଢି ଉଠିଥିଲା । ଏହାପରେ ସେମାନେ ଅନେକ ଥର ଶାରୀରିକ ସମ୍ପର୍କ ରଖିଥିଲେ । କିନ୍ତୁ ପରେ ଏସଆଇ ବିବାହିତ ଥିବା ଓ ତାଙ୍କର ୨ଟି ସନ୍ତାନ ଥିବା ଜଣାପଡିଥିଲା ।
ପୋଲିସ ଅଭିଯୁକ୍ତ ଏସଆଇଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଅଭିଯୁକ୍ତ ଏସଆଇ ଫେରାର ହୋଇଯାଇଛନ୍ତି । ପୋଲିସର କହିବାନୁସାରେ, ଉଭୟ ୩ ବର୍ଷ ଧରି ଲିଭ୍ ଇନରେ ରହିଥିଲେ । ବିବାହ କଥା ହେବାରୁ ଅଭିଯୁକ୍ତ ଏସଆଇଙ୍କ ସବୁ ସତ ଜଣାପଡିଯାଇଥିଲା । ଏହି ଆଧାରରେ ମାମଲା ରୁଜୁ ହୋଇଛି ।