Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ପାଟ୍ରୋଲିଂ ବେଳେ ରେଞ୍ଜର ଓ କର୍ମଚାରୀଙ୍କୁ ମାଡ, ବେଆଇନ ଭାବେ ମୋରମ୍ ରାସ୍ତା ତିଆରିକୁ କରିଥିଲେ ବିରୋଧ

31/12/2019 at 1:14 PM

କୋଣାର୍କ ୩୧।୧୨: ପାଟ୍ରୋଲିଂ ବେଳେ ବାଲୁଖଣ୍ଡ କୋଣାର୍କ ସେଞ୍ଚୁରୀ ଅଭୟାରଣ୍ୟ ମଧ୍ୟରେ କୋଣାର୍କ ବନାଞ୍ଚଳ ଅଧିକାରୀ ଓ ତାଙ୍କ କର୍ମଚାରୀଙ୍କୁ ଆକ୍ରମଣ । ବେଆଇନ ଭାବେ ମୋରମ ରାସ୍ତା ତିଆରି କରୁଥିବା ଠିକାଦାରଙ୍କୁ ବିରୋଧ କରିବାରୁ ଠିକାଦାରଙ୍କ ସହ ଆଉ ଚାରି ଜଣ ଦୁର୍ବୃତ୍ତ ରେଞ୍ଜର ଓ ତାଙ୍କ କର୍ମଚାରୀଙ୍କୁ ମାଡମାରିଥିବା ଅଭିଯୋଗ ହୋଇଛି ।

ଏନେଇ  ଚନ୍ଦ୍ରଭାଗା ମେରାଇନ୍ ଥାନାରେ ଏତଲା ଦିଆଯାଇଛି ।  ଠିକାଦାର ଯେଉଁଠି ରାସ୍ତା ନିର୍ମାଣ କରୁଛି  ତାହା ବନ୍ୟଜନ୍ତୁ ସଂରକ୍ଷଣ ଆଇନକୁ ଉଲଂଘ କରୁଛି । ଠିକାଦାରଙ୍କୁ  କିଏ ଏଠାରେ ପାର୍କିଂ କରିବାକୁ ଅନୁମତି ଦେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି  । ତେବେ ମେରାଇନ୍ ଥାନା ପକ୍ଷରୁ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇନି ।

   Related Posts