ଦକ୍ଷିଣ ଆଭ୍ୟନ୍ତରୀଣ ବିଭିନ୍ନ ଜିଲ୍ଳାରେ ବର୍ଷା ହେବାର ସମ୍ଭାବନା: ୪ଟି ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି

Published By : Prameya-News7 Bureau | May 10, 2020 IST

ଭୁବନେଶ୍ବର୧୦/୫: ରାଜ୍ୟରେ ଆଗକୁ ଜାରି ରହି ପାରେ କାଳବୈଶାଖୀର ପ୍ରଭାବ। ରାଜସ୍ଥାନରୁ ଛତିଗଡ ପର୍ଯ୍ୟନ୍ତ ଏକ ଟ୍ରପ ଲାଇନ୍ ରହିଛି । ଯାହାର ପ୍ରଭାବରେ ଦକ୍ଷିଣ ଆଭ୍ୟନ୍ତରୀଣ ବିଭିନ୍ନ ଜିଲ୍ଳାରେ ବର୍ଷା ହେବ । ସେହିପରି ଉତ୍ତର ଉପକୂଳ କିଛି ଜିଲ୍ଲା ଯଥା ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଅନୁଗୁଳ, କନ୍ଧମାଳ, ଗଞ୍ଜାମ ଜଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଭଦ୍ରକ, ବାଲେଶ୍ବର ଯାଜପୁର, କେନ୍ଦ୍ରାପଡା ଏହି ସବୁ ଜିଲ୍ଲାଗୁଡିକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଦିଆଯାଇଥିବା ବେଳେ ଘଡଘଡି ସହିତ ବର୍ଷା ହେବାର ମଧ୍ୟ ସମ୍ଭବନା ରହିଛି। କିଛି ସମୟ ପାଇଁ ପବନର ବେଗ ୪୦ ରୁ ୫୦ କିଲୋମିଟର ବେଗରେ ବହିପାରେ । ଏଭଳି ପାଗ ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ଲାଗିପାରେ ବୋଲି ଆଶଙ୍କା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.