Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ରେଞ୍ଜ ଅଧିକାରୀ ହଟହଟା : କ୍ଷୟକ୍ଷତି ଆକଳନ ପାଇଁ ୩ କିମି ଚଲାଇଲେ ଗାଁ ଲୋକେ

15/11/2021 at 2:11 PM

କରଞ୍ଜିଆ, ୧୫|୧୧: ହଟହଟା ହେଲେ ରେଞ୍ଜ୍ ଅଧିକାରୀ ।  ହାତୀପଲଙ୍କ ଉପଦ୍ରବର କ୍ଷୟକ୍ଷତି ଆକଳନ ପାଇଁ ଯାଇଥିବା ଅଧିକାରୀ ଲୋକଙ୍କ ଆକ୍ରୋଶର ଶିକାର ହେଲେ । ଲୋକେ ରେଞ୍ଜ ଅଫିସ ଘେରିବା ସହ ଅଧିକାରୀଙ୍କୁ ୩ କିମି ଚଲେଇ ଚଲେଇ ନେଲେ । ଏପରି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ଗିଧିବାସ ଗାଁରେ ।

ଗାଁ ଲୋକେ ୨୬ଟିକିଆ ଝାଡ଼ଖଣ୍ଡୀ ହାତୀପଲଙ୍କ ଉପଦ୍ରବରେ ଅତିଷ୍ଠ ହୋଇଯାଇଥିଲେ । ପଳରେ ସେମାନେ ପ୍ରଥମେ ଦୁଧିଆଣି ରେଞ୍ଜ ଅଫିସ ଘେରାଓ କରିଥିଲେ । ଏହା ପରେ ରେଞ୍ଜ ଅଧିକାରୀଙ୍କୁ କ୍ଷୟକ୍ଷତି ଆକଳନ କରିବାକୁ ୩ କିମି ଚଲେଇ ଚଲେଇ ଗାଁକୁ ନେଇଥିଲେ । ବାଧ୍ୟ ହୋଇ ବର୍ଷାରେ ଭିଜି ଅଧିକାରୀ କ୍ଷୟକ୍ଷତି ଆକଳନ କରିଥିଲେ।

ପୂର୍ବରୁ ମଧ୍ୟ ଝାଡ଼ଖଣ୍ଡୀ ହାତୀପୋଲଙ୍କ  ଦୌରାତ୍ମରେ ଅତିଷ୍ଠ ହୋଇ ଦୁଧିଆଣି ରେଞ୍ଜ କାର୍ଯ୍ୟାଳୟକୁ ଦୁଇ ଦୁଇଥର ଘେରାଓ କରାଯାଇଥିଲା । ତଥାପି କୌଣସି ସମାଧାନର ରାସ୍ତା ବାହାରି ନଥିଲା । ତେବେ କେବେ ଏଇ ହାତୀପଲଙ୍କ ଦୌରାତ୍ମ୍ୟରୁ ଲୋକେ ରକ୍ଷା ପାଇବେ ତାହା ଦେଖିବାକୁ ବାକି ରହିଛି ।

   Related Posts