ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗ - ବିବାଦୀୟ ରଙ୍ଗଶାଳାକୁ ଭାଙ୍ଗିବା ନେଇ ଦ୍ବନ୍ଦ୍ବରେ ଯାଜପୁର ଜିଲ୍ଲା ପ୍ରଶାସନ

Published By : Prameya-News7 Bureau | November 26, 2019 IST

ଯାଜପୁର ୨୬।୧୧-  ବିବାଦୀୟ ରଙ୍ଗଶାଳାକୁ ଭାଙ୍ଗିବା ନେଇ ଦ୍ବନ୍ଦ୍ବରେ ଯାଜପୁର ଜିଲ୍ଲା ପ୍ରଶାସନ । ସରକାରୀ ଜମିରେ ବେଆଇନ ଭାବେ ଗଢାଯାଇଥିବା ରଙ୍ଗଶାଳାକୁ ଭାଙ୍ଗିଦେବା ଲାଗି ସରକାରୀ ନିର୍ଦେଶନାମା ଥିଲେ ବି ଏହାକୁ ଜିଲ୍ଲା ପ୍ରଶାସନ ବଦଳାଇଦେବା ଯୋଜନାରେ ଅଛି । ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତିବିଶେଷ ରଙ୍ଗଶାଳାକୁ ନ ଭାଙ୍ଗି ସେଠାରେ ଲାଇବ୍ରେରୀ କିମ୍ବା ଅର୍ଫାନ ଏଜ୍  କରିବାକୁ ପ୍ରସ୍ତାବ ଦେଇଥିବାରୁ ଏହାକୁ ଭଙ୍ଗାଯିବ କି ନାହିଁ ଏ ନେଇ ଯାଜପୁର ଜିଲ୍ଲାପାଳ ରାଜସ୍ବ ବିଭାଗ ସଚିବଙ୍କ ଠାରୁ ସ୍ପଷ୍ଟ ନିର୍ଦ୍ଦେଶ ମାଗିଛନ୍ତି ।

ଯାହାକୁ ନେଇ ଦୁଇ ଭାଗରେ ବିଭକ୍ତ ହୋଇଛି ମତ । ଗୋଟିଏ ପଟେ ସ୍ମିତାରାଣୀ ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତ ରୁପେଶ ଭଦ୍ରା ଗିରଫ ହୋଇଛନ୍ତି । ରୁପେଶ ଭଦ୍ରାଙ୍କ ରଙ୍ଗଶାଳାରେ ସ୍ମୀତାରାଣୀ ଆତ୍ମହତ୍ୟା ବିବାଦ ରାଜ୍ୟ ରାଜନୀତିକୁ ହଲଚଲ କରିବା ପରେ ଜିଲ୍ଲାପାଳଙ୍କ ଏଭଳି ଚିଠିକୁ ନେଇ ନାନା ପ୍ରଶ୍ନ ସାମ୍ନାକୁ ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.