Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସନ୍ ଧରି ଫେରୁଥିଲେ, ଓଲଟି ଗଲା ଟ୍ରାକ୍ଟର ଡାଲା, ୨ ମୃତ
  • ||
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||

ପିଇଓ ସ୍ମିତାରାଣୀ ରହସ୍ୟ ଜନକ ମୃତ୍ୟୁ ମାମଲା – ମାଟିରେ ମିଶିବ ରଙ୍ଗଶାଳା

30/11/2019 at 5:30 PM

ଭୁବନେଶ୍ୱର /ଯାଜପୁର ୩୦।୧୧ –  ଯାଜପୁର ଧର୍ମଶାଳାର ବହୁ ଚର୍ଚ୍ଚିତ ରଙ୍ଗଶାଳା ମାଟିରେ ମିଶିବ । ରାଜସ୍ବ ବିଭାଗ ଯାଜପୁର ଜିଲ୍ଲାପାଳଙ୍କୁ ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ଜମି ଉପରେ ରଙ୍ଗଶାଳା ରହିପାରିବନି ବୋଲି ବିଭାଗ ସଫାସଫା ଜଣାଇଛି । ରଙ୍ଗଶାଳାର ବିକଳ୍ପ ବ୍ୟବହାର ପାଇଁ ଆଇନରେ ଅନୁମତି ନାହିଁ । ତେବେ ଭାଙ୍ଗିବା ପୂର୍ବରୁ କୋର୍ଟରେ ମାମଲା କଥା ଚିନ୍ତା କରିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଛି ।

ଭଙ୍ଗା ହେବ ରଙ୍ଗଶାଳା । ସରକାରୀ ଜମିରେ ଠିଆହୋଇ ସ୍ନିତାରାଣୀ ଆତ୍ମହତ୍ୟାର ମୁକସାକ୍ଷୀ ଥିବା ରଙ୍ଗଶାଳା ମାଟିରେ ମିଶିବ । ଏକଥା ସ୍ପଷ୍ଟ ଭାବେ ଯାଜପୁର ଜିଲ୍ଲାପାଳଙ୍କୁ ଅବଗତ କରାଇଛି ରାଜସ୍ବ ବିଭାଗ । ରଙ୍ଗଶାଳା ଭାଙ୍ଗିବ ନା ରହିବ ତାକୁ ନେଇ ଅନେକ ଦିନ ଧରି ବିତର୍କ ଚାଲିଥିଲା । ରଙ୍ଗଶାଳା ଭାଙ୍ଗିଦିଆଯାଇଛି ବୋଲି ଆରଆଇଙ୍କ ମିଛ ରିପେ।ର୍ଟ ଧରାପଡ଼ିବା ପରେ ସରକାରୀ ଜମିରେ ସରପଞ୍ଚଙ୍କ ସ୍ବାମୀ ରୁପେଶ ଭଦ୍ରା ଗଢିଥିବା ଏହି ବିଶାଳକାୟ କୋଠାକୁ ନଭାଙ୍ଗିବା ପାଇଁ ବଡ଼ ଚକ୍ରାନ୍ତ କରାଯାଇଥିଲା । ସ୍ନିତାରାଣୀଙ୍କ ଆତ୍ନହତ୍ୟା ପଛରେ ନେତାଙ୍କଠାରୁ ଆରମ୍ଭ କରି ବେପାରୀଙ୍କ ସହ ଡ଼ିଲ୍ ସବୁର ମୁକସାକ୍ଷୀ ଥିବା ରଙ୍ଗଶାଳାକୁ ନଭାଙ୍ଗି ଅନ୍ୟ କାମରେ ବ୍ୟବହାର ପାଇଁ ରାଜସ୍ବ ବିଭାଗରୁ ଅନୁମତି ଲୋଡିଥିଲେ ଜିଲ୍ଲାପାଳ ।

 ରାଜସ୍ବ ବିଭାଗକୁ ଜିଲ୍ଲାପାଳ ଲେଖିଥିବା ଚିଠିରେ ସ୍ଥାନୀୟ ଲୋକ ଏବଂ କିଛି ସଂଗଠନ ସେଠାରେ ଲାଇବ୍ରେରୀ, ହସ୍ପିଟାଲ୍ କରିବା ପାଇଁ ଅନୁରୋଧ କରୁଥିବା ଉଲ୍ଲେଖ ଥିଲା । ତେଣୁ ସେଠି ଏଭଳି ବ୍ୟବସ୍ଥା କରାଯାଇ ପାରିବ କି ନାହିଁ ସେନେଇ ଜିଲ୍ଲାପାଳ ରାଜସ୍ବ ବିଭାଗକୁ ସ୍ପଷ୍ଟୀକରଣ ମାଗିଥିଲେ । ଜିଲ୍ଲାପାଳଙ୍କ ଏଭଳି ଚିଠିପାଇ ରାଗିପାଚି ଲାଲ ପଡ଼ିଯାଇଥିଲେ ରାଜସ୍ବ ବିଭାଗର ଅଧିକାରୀ । ଆଇନ୍ ମୁତାବକ ସରକାରୀ ଜମିରେ କୌଣସି ବେଆଇନ ନିର୍ମାଣକୁ ଭାଙ୍ଗିଦେବା ପାଇଁ ନିୟମ ରହିଛି ।

 ହେଲେ କଣ ପାଇଁ ଯାଜପୁର ଜିଲ୍ଲାପାଳ ଏଦିଗରେ ରାଜସ୍ବ ବିଭାଗର ସ୍ପଷ୍ଟୀକରଣ ଲୋଡିଲେ ସେନେଇ କ୍ଷୁବ୍ଧ ହୋଇଛି ବିଭାଗ । ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କୁ ଦିଆଯାଇଥିବା ଚିଠିରେ ସ୍ବଷ୍ଟ ତାଗିଦ୍ କରାଯାଇଛି ଯେ ଏଭଳି କ୍ଷେତ୍ରରେ କୌଣସି ଜିଲ୍ଲାପାଳ ରାଜସ୍ବ ବିଭାଗର ଅନୁମତି ନେବା ଜରୁରୀ ନଥିବା ବେଳେ କାହିଁକି ଯାଜପୁର ଜିଲ୍ଲାପାଳ ଏଭଳି କଲେ ? ଏହାସହ ରଙ୍ଗଶାଳାରେ ଜଣେ ମହିଳାଙ୍କ ଆତ୍ନହତ୍ୟା ଜାଣିବି ଜିଲ୍ଲାପାଳ ତାହା ଚିଠିରେ କାହିଁକି ଉଲ୍ଲେଖ କଲେ ନାହିଁ ସେନେଇ ବିଭାଗ କ୍ଷୁବ୍ଧ ହୋଇଛି । ଯେହେତୁ ଏବେ ମାମଲା କୋର୍ଟରେ ବିଚାରାଧୀନ ଅଛି ତେଣୁ ଏହାକୁ ଧ୍ୟାନରେ ରଖି ରଙ୍ଗଶାଳାକୁ ଭାଙ୍ଗିବାକୁ ଜିଲ୍ଲାପାଳ ହିଁ ଶେଷ ନିଷ୍ପତି ନେବା ଉଚିତ୍ ବୋଲି ରାଜସ୍ବ ବିଭାଗ ସ୍ପଷ୍ଟ କରିଦେଇଛି  ।

   Related Posts