ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲା- ମାଟିରେ ମିଶିଲା ରଙ୍ଗଶାଳା, ବିରୋଧ କଲେ ମହିଳା ସରପଞ୍ଚ

Published By : Prameya-News7 Bureau | February 07, 2020 IST

ଯାଜପୁର ୦୭।୦୧ - ଯାଜପୁର ଜିଲ୍ଲା ଧର୍ମଶାଳାରେ ବହୁ ଚର୍ଚ୍ଚିତ ରଙ୍ଗଶାଳା ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଏହି ଗେଷ୍ଟ ହାଉସ ଭଙ୍ଗା ହେବା ପୂର୍ବରୁ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ରୂପେଶଙ୍କ ପତ୍ନୀ ତଥା ହରିଦାସପୁର ସରପଞ୍ଚ ଓ ତାଙ୍କ ସମର୍ଥକ ପ୍ରବଳ ବିରୋଧ କରିଥିଲେ ।

{"id":221246,"sizeSlug":"large"}

ରୂପେଶଙ୍କ ରଙ୍ଗଶାଳା ଉପରେ ବୁଲିଲା ବୁଲଡୋଜର । ଭାଙ୍ଗିଲା ସରକାରୀ ଜମି ଉପରେ ନିର୍ମିତ ଗେଷ୍ଟ ହାଉସ୍‌ । ଯାଜପୁର ଜିଲ୍ଲା ଧର୍ମଶାଳା ହରିଦାସପୁରର ବହୁ ଚର୍ଚ୍ଚିତ ରଙ୍ଗଶାଳା ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି ସ୍ଥାନୀୟ ପ୍ରଶାସନ । ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ର ଏବେ ଜେଲ୍‌ରେ ଥିବା ବେଳେ ତାଙ୍କ ଗେଷ୍ଟ ହାଉସ୍‌ ଉପରେ ବୁଲିଛି ବୁଲ ଡୋଜର । ତେବେ ଆଜି ରଙ୍ଗଶାଳା ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ରୂପେଶଙ୍କ ପତ୍ନୀ ତଥା ହରିଦାସପୁର ସରପଞ୍ଚ ଓ ତାଙ୍କ ସମର୍ଥକ ଘଟଣାସ୍ଥଳରେ ପହଞ୍ଚି ପ୍ରବଳ ବିରୋଧ କରିଥିଲେ । ଫଳରେ କିଛି ସମୟ ପାଇଁ ସ୍ଥାନୀୟ ଅଂଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।

{"id":221245,"sizeSlug":"large"}

ହରିଦାସପୁର ସରପଞ୍ଚ ଓ ତାଙ୍କ ସମର୍ଥକଙ୍କ ବିରୋଧ ସତ୍ବେ ଗେଷ୍ଟହାଉସ ଭାଙ୍ଗିବା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଉଚ୍ଛେଦ ସ୍ଥଳରେ ୪ଜଣ ମାଜିଷ୍ଟେ୍ରଟ୍‌ ଓ ମହିଳା ପୋଲିସ କର୍ମୀଙ୍କ ସମେତ ୧ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି । ରଙ୍ଗଶାଳାଟି ସରକାରୀ ଜମିରେ ନିର୍ମାଣ ହୋଇଥିବାରୁ ଉଚ୍ଛେଦ ପାଇଁ ନିଷ୍ପତ୍ତି ନିଆଯାଇଛି ।

୧୬ ଅକ୍ଟୋବର, ୨୦୧୯ । ରୂପେଶଙ୍କ ରଙ୍ଗଶାଳାରେ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ସଂଦେହ ଜନକ ମୃତ୍ୟୁ ସାମ୍ନାକୁ ଆସିଥିଲା । ରୂପେଶଙ୍କ ସହ ସ୍ମିତାରାଣୀଙ୍କ ସମ୍ପର୍କ ଥିବା ଏବଂ ସ୍ମିତାରାଣୀଙ୍କ ମୃତ୍ୟୁ ସମୟରେ ରୂପେଶ ରଙ୍ଗଶାଳାରେ ଉପସ୍ଥିତ ଥିବା କଥା ସାମ୍ନାକୁ ଆସିବା ପରେ ରୂପେଶଙ୍କୁ ଗିରଫ କରିଥିଲା ପୋଲିସ । ସେପଟେ ସରକାରୀ ଜମିରେ ନିର୍ମାଣ ହୋଇଥିବା ଏହି ରଙ୍ଗଶାଳାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠାଇଥିଲେ ବିରୋଧୀ । ତେବେ ସ୍ମିତାରାଣୀଙ୍କ ମୃତ୍ୟୁକୁ ପାଖାପାଖି ୪ମାସ ବିତିବାକୁ ବସିଥିବା ବେଳେ ଏବେ ରଙ୍ଗଶାଳା ଉପରେ ବୁଲଡୋଜର ଚଳାଇଛି ଜିଲ୍ଲା ପ୍ରଶାସନ ।

ଯାଜପୁର ଜିଲ୍ଲା ଧର୍ମଶାଳା ହରିଦାସପୁରର ବହୁ ଚର୍ଚ୍ଚିତ ରଙ୍ଗଶାଳା ଉଚ୍ଛେଦ ପ୍ରକ୍ରିୟା ଆଜି ଆରମ୍ଭ ହୋଇଛି। । ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସକୁ ଉଚ୍ଛେଦ  ଆରମ୍ଭ ହେବା ପୂର୍ବରୁ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି । ହରିଦାସପୁର ସରପଞ୍ଚ  ଓ ତାଙ୍କ ସମର୍ଥକ ପହଞ୍ଚି ଘର ଭଙ୍ଗାକୁ ବିରୋଧ କରିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଏଥିପାଇଁ ଘଟଣାସ୍ଥଳରେ ୪ ମାଜିଷ୍ଟ୍ରେଟ ଓ ୧ ପ୍ଲାଟୁନ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି । ଏହି ରଙ୍ଗଶାଳାଟି ସରକାରୀ ଜମିରେ ଗଢି ଉଠିଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । 

ଆଉ ସପ୍ତାହ ପରେ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ୩ ମାସ ପୁରିବାକୁ ଯାଉଛି । ହେଲେ ବାଲିଗିରିଠାରେ ଥିବା ବିବାଦୀୟ ଗେଷ୍ଟ ହାଉସକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସ୍ମିତାରାଣୀ ମୃତ୍ୟୁ ଘଟଣାରେ ହରିଦାସପୁର ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ର ଏବେ ଜେଲ୍‌ରେ ଅଛନ୍ତି । ଏହି ରଙ୍ଗଶାଳାରୁ ସନ୍ଦେହଜନକ ଅବସ୍ଥାରେ ସ୍ମିତାରାଣୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ଘଟଣାକୁ ନେଇ ରାଜନୈତିକ ତୁମ୍ବିତୋଫାନ ସହ ରାଜରାସ୍ତାକୁ ଓହ୍ଲାଇଥିଲେ ସାଧାରଣ ଜନତା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.