ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଅପିଲ୍: ଲକ୍‌ଡାଉନ୍‌ ନିୟମ ମାନ, ରାସନ କାର୍ଡ ନ ଥିଲେ ବ୍ଲକରେ ଆବେଦନ କର..

Published By : Prameya-News7 Bureau | April 16, 2020 IST

ଭୁବନେଶ୍ବର୧୬/୪: ଦ୍ବିତୀୟ ପର୍ଯ୍ୟାୟ ଲକ୍ ଡାଉନକୁ ଧର୍ଯ୍ୟର ସହ ମୁକାବିଲା କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅପିଲ୍। ରାଜ୍ୟରେ ଏବେ ପର୍ଯ୍ୟାପ୍ତ ପରିମାଣର ଅତ୍ୟାବଶ୍ୟକୀୟ ଖାଦ୍ୟପଦାର୍ଥ ମହଜୁଦ ରହିଛି। ତେଣୁ କେହି ବ୍ୟତିବ୍ୟସ୍ତ ହେବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି । ସେହିପରି ବ୍ୟବସାୟୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଏବେ କଳାବଜାରୀ ନକରି ମଣିଷତ୍ବର ପରିଚୟ ଦେବାର ସମୟ । ସେହିପରି ଯେଉଁମାନଙ୍କର ରାସନ କାର୍ଡ ନାହିଁ ସେମାନଙ୍କୁ ନିଜ ବ୍ଲକରେ ଆବେଦନ କରିବା ପାଇଁ ସେ କହିଛନ୍ତି । ଏହା ସହିତ ସେ ବିପଦ ସମୟରେ ସମସ୍ତ ସଙ୍ଗଠନକୁ ଆଗେଇଆସିବାକୁ ସେ ନିବେଦନ ମଧ୍ୟ କରିଛନ୍ତି।

କରୋନା ମୁକାବିଲା ପାଇଁ ରାଜ୍ୟ ମନ୍ତ୍ରୀ ସ୍ତରୀୟ ବୈଠକରେ ବ୍ୟାପକ ପଦକ୍ଷେପ ନିଆଯାଇଛି । ଟ୍ରେନିଂ ଓ ଚିକିତ୍ସା ବ୍ୟବସ୍ଥା ବଢ଼ାଇବା ଉପରେ ଆଲୋଚନା ମଧ୍ୟ ହୋଇଛି । ଗୋଷ୍ଠୀ ସ୍ତରରେ କରୋନା ମୁକାବିଲା ପାଇଁ କିଭଳି ଅଧିକ ମ୍ୟାନ ପାୱାର ନିୟୋଜିତ ହୋଇପାରିବେ ସେନେଇ ବୈଠକରେ ମଧ୍ୟ ଆଲୋଚନା ହୋଇଛି । ଅଙ୍ଗନଓ୍ବାଡି, ଆଶାକର୍ମୀ, ଏଏନଏମ  ଓ ଡାକ୍ତରମାନଙ୍କୁ ଅଧିକ ସଂଖ୍ୟାରେ ତାଲିମ ପାଇଁ ଗୁରୁତ୍ବ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.