ମନ୍ତ୍ରୀଙ୍କ ସଫେଇ , ପଶ୍ଚିମବଙ୍ଗରୁ କମ୍ ଆସୁଛି ବୋଲି ଆଳୁଦର ବଢ଼ିଛି

Published By : Prameya-News7 Bureau | January 07, 2020 IST

ଭୁବନେଶ୍ବର ୭/୧: ପଶ୍ଚିମବଙ୍ଗରୁ କମ୍ ଆଳୁ ଆସୁଥିବାରୁ ଦର ବଢ଼ିଛି। ତେବେ ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ଆଳୁ ଯୋଗାଇବାକୁ ଆଜି ହିଁ ନିଷ୍ପତ୍ତି ହେବ। ଏପରି ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ରାଜ୍ୟରେ ଆଳୁ ଦର ବୃଦ୍ଧି ଚିନ୍ତାର କାରଣ ହୋଇଥିବାବେ​‌ଳେ ମନ୍ତ୍ରୀ ଏପରି ସଫେଇ ଦେଇଛନ୍ତି। ଏହା ସହ ଆଳୁ ମହଜୁଦକାରୀଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୃତି ଦେଇଛନ୍ତି ମନ୍ତ୍ରୀ। ବେଆଇନଭାବେ ଆଳୁ ମହଜୁଦ କରି ରଖୁଥିବା ଏବଂ ଦରବୃଦ୍ଧିକୁ ପ୍ରୋତ୍ସାହିତ କରୁଥିବା ବ୍ୟବସାୟୀଙ୍କ ସମ୍ପର୍କରେ ପ୍ରଶ୍ନ ହେବାରୁ ମନ୍ତ୍ରୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଚଢ଼ାଉର ଇଙ୍ଗିତ ଦେଇଛନ୍ତି।

ପିଆଜ ଦର ଦେଢ ଶହରୁ ଖସି ୪୫ଟଙ୍କାରେ ପାଇକାରୀ ମୂଲ୍ୟ ପହଞ୍ଚିଥିବା ବେଳେ ଆଳୁଦର ବଢିଯାଇଛି । ରାଜଧାନୀର ଅନେକ ସ୍ଥାନରେ ପିଆଜ ଏବେ ବି ୭୦ ଟଙ୍କାରେ ବିକ୍ରି ହେଉଛି ।

ଏବେ ଆଳୁ ଗଦି ବା ଆଳୁ ଗୋଦାମରେ ଆଳୁକୁ ପାଇକାରୀ ଦର ୨୨ ଟଙ୍କାରେ ବିକ୍ରି କରାଯାଉଛି । ମାତ୍ର ଖୁଚୁରା ବେପାରୀ ଏହାକୁ କିଲୋପ୍ରତି ୩୨ ଟଙ୍କାରେ ବିକ୍ରି କରୁଛନ୍ତି । ଯୋଗାଣ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ସାଧାରଣ ଖାଉଟି ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏବେ ବଜାରକୁ ନୂଆ ଆଳୁ ଆସିଲାଣି । ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶରୁ ନୂଆ ଆଳୁ ଆସିଛି । ମାତ୍ର ଦର ଖୁଚୁରା ବଜାରରେ କମି ନାହିଁ । ଆଳୁକୁ କିଛି ବେପାରୀ ବଜାରକୁ ନ ଛାଡିବାରୁ ଏବେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ବଜାରରେ ଆଳୁର ଏକ ପ୍ରକାରର ଆଳୁର କୃତ୍ରିମ ଅଭାବ ସୃଷ୍ଟି ହୋଇଛି ।

ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଆଳୁର ଦର ହ୍ରାସ ପାଇବ ବୋଲି ଜଣା ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.