ଅଭିନେତା ରଣଧୀର କପୁର କରୋନା ସଂକ୍ରମିତ, ମୁମ୍ବାଇ କୋକିଲାବେନ ହସ୍ପିଟାଲରେ ଭର୍ତ୍ତୀ

Published By : Prameya-News7 Bureau | April 30, 2021 IST

ମୁମ୍ବାଇ ୩୦/୦୪: କରୋନା ଭାଇରସର ଦ୍ୱିତୀୟ ଲହର ସମଗ୍ର ଦେଶରେ ଆତଙ୍କ ସୃଷ୍ଟି କରିଛି । ପ୍ରତିଦିନ ଲକ୍ଷ ଲକ୍ଷ ମାମଲା ମାମଲା ସାମ୍ନାକୁ ଆସୁଛି । ଏହି ସମୟରେ ବଲିଉଡ ଇଣ୍ଡଷ୍ଟ୍ରିରୁ ଏକ ବଡ ଖବର ମଧ୍ୟ ଆସିଛି ।  କରୀନା କପୁର ଏବଂ କରିସ୍ମା କପୁରଙ୍କ ବାପା ରଣଧୀର କପୁର କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥି ସହିତ ହସ୍ପିଟାଲର୍ ଡାକ୍ତର ସାନ୍ତୋଷ ଶେଟ୍ଟୀ କହିଛନ୍ତି ଯେ ଅଭିନେତା ରଣଧୀର କପୁରଙ୍କୁ ଗତକାଲି ରାତିରେ କୋଭିଡ -୧୯ ଚିକିତ୍ସା ପାଇଁ କୋକିଲାବେନ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି ।

ଗତ ଦେଢ ବର୍ଷ କପୁର ପରିବାର ପାଇଁ ବହୁତ କଷ୍ଟସାଧ୍ୟ ହୋଇଛି । ସ୍ୱର୍ଗତ ଅଭିନେତା ରାଜ କପୁରଙ୍କ ପାଞ୍ଚ ପିଲାଙ୍କ ମଧ୍ୟରୁ ଗତ ଦେଢ ବର୍ଷ ମଧ୍ୟରେ ତିନି ଜଣଙ୍କର ଦେହାନ୍ତ ହୋଇସାରିଛି । ରଣଧୀରଙ୍କ ଭାଇ ଋଷି କପୁର ଏବଂ ରଣବୀର କପୁରଙ୍କ ବାପା ୩୦ ଏପ୍ରିଲ ୨୦୨୦ ରେ କ୍ୟାନ୍ସର ରୋଗରେ ମୃତ୍ୟୁ ବରଣ କରିଥିଲେ । ଏଥି ସହିତ ତାଙ୍କ ଭଉଣୀ ଋତୁ ନନ୍ଦା ମଧ୍ୟ ୧୪ ଜାନୁୟାରୀ ୨୦୨୦ ରେ ମୃତ୍ୟୁ ବରଣ କରିଥିଲେ । କେବଳ ଏତିକି ନୁହେଁ, ୯ ଫେବୃଆରୀ ୨୦୨୧ ରେ ହୃଦଘାତରେ ସାନଭାଇ ରାଜୀବ ମଧ୍ୟ କପୁର ପରିବାରକୁ ଛାଡ଼ି ଏହି ଦୁନିଆକୁ ବିଦାୟ ଦେଇଥିଲେ । ଏଭଳି ପରିସ୍ଥିତିରେ, ତିନି ଭାଇଙ୍କ ମଧ୍ୟରୁ କେବଳ ରଣଧୀର କପୁର ଏହି ପରିବାରରେ ଏକମାତ୍ର ।

ଫିଲ୍ମ କ୍ୟାରିୟରର ଆରମ୍ଭ ରଣଧୀର କପୁର ଶିଶୁ କଳାକାରରୁ କରିଥିଲେ । ଶିଶୁ କଳାକାର ଭାବରେ ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ଶ୍ରୀ ୪୨୦’ । ଏହା ପରେ ରଣଧୀର ଆଉ ପଛକୁ ଚାହିଁ ନଥିଲେ । ଗୋଟିଏ ପରେ ଗୋଟିଏ ଅନେକ ଫିଲ୍ମରେ ଅଭିନୟ କରି ରଣଧୀର ଦର୍ଶକଙ୍କ ହୃଦୟ ଜିତିଥିଲେ । ରଣଧୀର କପୁରଙ୍କ ହିଟ୍ ଫିଲ୍ମ ମଧ୍ୟରେ 'କଲ୍ ଆଜ୍ ଔର କଲ୍', 'ଜୱାନୀ ଦିୱାନୀ', 'ରାମପୁର କା ଲକ୍ଷ୍ମଣ' ଏବଂ 'ଚାଚା ଭତିଜା' ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.