Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଟ୍ରାଭେଲ୍ସ ବିଲ୍ ମାମଲାରେ ପାଠକ ବାପା-ପୁଅଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ
  • ||
  • ଚଣ୍ଡିଖୋଲ : ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କୁ ଗୁଳିମାଡ, ଦୁଇ ଆହତ
  • ||
  • ଚଣ୍ଡିଖୋଲ : ପୃଥକ ପୃଥକ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର
  • ||
  • ଭୁବନେଶ୍ବର : ବିଧାନସଭା ବାଚସ୍ପତିଙ୍କ ସହ ମନ୍ତ୍ରୀ ଓ ବିଧାୟକ ନେଲେ କରୋନା ଟିକା
  • ||
  • କଟକ : ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, CBI ତଦନ୍ତ ଶିଥିଳତା ମାମଲାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ହାଇକୋର୍ଟ
  • ||
  • ବଲାଙ୍ଗୀର : ବସ୍ ଧକ୍କାରେ ଶିକ୍ଷକଙ୍କ ମୃତ୍ୟୁ, NH ଅବରୋଧ କଲେ ସ୍ଥାନୀୟ ଲୋକ
  • ||
  • ବୌଦ୍ଧ : ସମ୍ପତ୍ତି ପାଇଁ ଭାଇ ହେଲା ବଇରୀ, ରକ୍ତ ସମ୍ପର୍କକୁ ଭୁଲି ମାରି ପୋଡିଦେଲେ ସାନ ଭାଇକୁ
  • ||
  • ନୟାଗଡ : ଗ୍ରାମବାସୀଙ୍କ ମାଡରେ ଲୁଟେରା ମୃତ ! ଚେନ୍ ଲୁଟ୍ ଉଦ୍ୟମ ବେଳେ ଧରି ଛେଚିଥିଲେ ଲୋକେ
  • ||
  • ମଣ୍ଡିରେ ବିକ୍ରି ହେଉନି ଧାନ, ପ୍ରତିବାଦରେ ରାସ୍ତାରୋକ କଲେ ଚାଷୀ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ରାଜସ୍ଥାନ ରାଜନୈତିକ ସଙ୍କଟ : ଅଡିଓ କ୍ଲିପ୍‌କୁ ନେଇ ରଣଦୀପ୍ ସୁରଜେଵାଲା କହିଲେ, ‘ବିଜେପି ଏଥର ଭୁଲ ରାଜ୍ୟ ବାଛିଚି’

17/07/2020 at 12:02 PM

ଜୟପୁର ୧୭/୦୭ : ରାଜସ୍ଥାନ ରାଜନୈତିକ ସଙ୍କଟ ମଧ୍ୟରେ ଗୁରୁବାର ଦିନ ଗେହଲତ କ୍ୟାମ୍ପ ତରଫରୁ ଜାରି କରାଯାଇଥିବା ୩ଟି ଅଡିଓ କ୍ଲିପକୁ ନେଇ କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୁରଜେଵାଲା ବିଜେପିକୁ ଘେରିଛନ୍ତି | ସୁରଜେଵାଲା ଶୁକ୍ରବାର ଦିନ ଜୟପୁରରେ ନବନିଯୁକ୍ତ ପିସିସି ସଭାପତି ଗୋବିନ୍ଦ ଦୋଟାସରାଙ୍କ ସହିତ ସଂଯୁକ୍ତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବିଜେପି ରାଜସ୍ଥାନରେ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରିଛି | ସେ ଆକ୍ଷେପ କରି କହିଛନ୍ତି ଯେ ସରକାର ଲୁଟୁଥିବା ବିଜେପି ଏଥର ଭୁଲ ରାଜ୍ୟ ବାଛିଚି |

ସୁରଜେଵାଲା ବିଜେପି ଉପରେ କଡା ପ୍ରହାର କରି କହିଛନ୍ତି ଯେ ବିଜେପି ପାଖରେ ଶାସନ ଲୁଟିବା ଛଡା ଆଉ କିଛି ବାକି ନାହିଁ | କଂଗ୍ରେସ ଅଡିଓ ଟେପ୍ ଯାଞ୍ଚ ପାଇଁ ଏସଓଜିକୁ ଅଭିଯୋଗ କରିଛି ବୋଲି ସେ କହିଛନ୍ତି | ସୁରଜେଵାଲା ଏସଓଜିକୁ କେନ୍ଦ୍ରୀୟ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍ ଙ୍କ ବିରୋଧରେ ମାମଲା ରୁଜ୍ଜୁ କରିବାକୁ ଦାବି କରିଛନ୍ତି | ସେ କହିଛନ୍ତି ଯେ ଏସଓଜିର ଗଜେନ୍ଦ୍ର ସିଂହ ଶେଖାୱତ୍, ବିଧାୟକ ଭଁବରଲାଲ ଶର୍ମା ଏବଂ ସଞ୍ଜୟ ଜୈନଙ୍କୁ ଗିରଫ କରାଯିବ ଉଚିତ | ଟେପ ସମସ୍ତଙ୍କ ସାମ୍ନାକୁ ଆସିବା ପରେ ଆଉ କଣ ବାକି ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି |  

ପ୍ରେସ ବାର୍ତ୍ତାରେ ସୁରଜେଵାଲା ନିକଟରେ ମନ୍ତ୍ରୀ ପଦରୁ ବରଖାସ୍ତ କରାଯାଇଥିବା ବିଶ୍ୱେନ୍ଦ୍ର ସିଂହ ଓ ଅଡିଓ କ୍ଲିପରେ କଥିତ ଭାବେ ସାମିଲ ହୋଇଥିବା ବିଧାୟକ ଭଁବରଲାଲ ଶର୍ମାଙ୍କୁ କଂଗ୍ରେସରୁ ନିଲମ୍ବିତ କରିବାକୁ ଘୋଷଣା କରିଛନ୍ତି | ସଚିନ ପାଇଲଟ ମଧ୍ୟ ଏହି ମାମଲାରେ ସାମ୍ନାକୁ ଆସି ସଫେଇ ଦେବା ଉଚିତ ବୋଲି ସେ କହିଛନ୍ତି |

ସୂଚନାଯୋଗ୍ୟ ଯେ, ଗେହଲାତ କ୍ୟାମ୍ପ ତରଫରୁ ଗୁରୁବାର ଦିନ ୩ଟି ଅଡିଓ କ୍ଲିପ ଜାରି କରାଯାଇଥିଲା | ଏହି ଅଡିଓ କ୍ଲିପରେ ଭଁବରଲାଲ ଶର୍ମା ଓ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହଙ୍କ ବାର୍ତ୍ତାଳାପ ଅଛି ବୋଲି ଦାବି କରାଯାଉଛି | ଏହି ବାର୍ତ୍ତାଳାପରେ ସରକାର ଭାଙ୍ଗିବା ପାଇଁ କଥାବାର୍ତ୍ତା ହୋଇଛି | ଏହି ଦୁଇଜଣଙ୍କ ମଧ୍ୟରେ ସଞ୍ଜୟ ଜୈନ ନାମକ ବ୍ୟକ୍ତି ମଧ୍ୟସ୍ଥତା କରୁଛି | ଏହି ଅଡିଓ କ୍ଲିପ ଜାରି ହେବାପରେ ରାଜ୍ୟ ଶାସନରେ ଚାଲିଥିଲା ଉତ୍ତେଜନା ଆହୁରି ଭୟଙ୍କର ରୂପ ନେଇଛି | ବିଜେପି ଏହି ଅଡିଓ କ୍ଲିପକୁ ଫର୍ଜୀ କହି ଏହି କ୍ଲିପ ମାଧ୍ୟମରେ ବିଜେପିର ଛବି ଖରାପ କରିବାକୁ ପ୍ରୟାସ କରାଯାଉଛି ବୋଲି କହିଛି | ଭଁବରଲାଲ ଶର୍ମା ମଧ୍ୟ ଏହି ଅଡିଓ କ୍ଲିପକୁ ଫେକ୍ ବୋଲି କହିଛନ୍ତି |

   Related Posts