୬୦ ଟି ମାଙ୍କଡଙ୍କୁ ବିଷ ଦେଇ ମାରିବା ଘଟଣାରେ କଡା ପ୍ରତିକ୍ରିୟା ପ୍ରକାଶ କଲେ ରଣଦୀପ ହୁଡ୍ଡା, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ କଲେ ଅପିଲ୍

Published By : Prameya-News7 Bureau | July 30, 2021 IST

ମୁମ୍ବାଇ ୩୦/୦୭ : କର୍ଣ୍ଣାଟକରେ ମାଙ୍କଡଙ୍କ ହତ୍ୟାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ଅଭିନେତା ରଣଦୀପ ହୁଡ୍ଡା। ସେ ଲଗାତାର ପରିବେଶ ତଥା ପଶୁମାନଙ୍କ ସହ ଜଡିତ ପ୍ରସଙ୍ଗ ଉଠାଇ ଚିନ୍ତା ଜାହିର କରିଥାନ୍ତି। ରଣଦୀପ ହୁଡ୍ଡା ଏକ ଟ୍ୱିଟ କରି କହିଛନ୍ତି - ଏହା ପ୍ରକୃତରେ ଘୃଣ୍ୟ କାର୍ଯ୍ୟ। ୬୦ ଟି ମାଙ୍କଡଙ୍କୁ ବିଷ ଦେଇ ରାସ୍ତାରେ ଫୋପାଡ଼ି ଦିଆଗଲା। ରଣଦୀପ ଏହି ଟ୍ୱିଟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭା ରାଜ ବୋମ୍ବେଇଙ୍କୁ ଟ୍ୟାଗ୍ କରିଛନ୍ତି ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅପିଲ କରିଛନ୍ତି। ଏହି ଟ୍ୱିଟରେ ସେ ପରିବେଶ ଏବଂ ଜଙ୍ଗଲ ମନ୍ତ୍ରଣାଳୟକୁ ମଧ୍ୟ ଟ୍ୟାଗ୍ କରିଛନ୍ତି। ଯେଉଁମାନେ ଏହି ଘୃଣ୍ୟ କାର୍ଯ୍ୟ କରିଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ରଣଦୀପ କହିଛନ୍ତି।

ରଣଦୀପ ହୁଡ୍ଡା ଟ୍ୱିଟରରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ ମାଙ୍କଡମାନଙ୍କୁ ବିଷ ଦିଆଯାଇ ବ୍ୟାଗରେ ଭର୍ତ୍ତି କରି ହାସନ ଜିଲ୍ଲା ରାସ୍ତାରେ ଫିଙ୍ଗି ଦିଆଯାଇଛି। ଏହା ବ୍ୟତୀତ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପରିବେଶ ଏବଂ ପଶୁମାନଙ୍କ ପ୍ରତି ଅତ୍ୟାଚାର ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ଅନ୍ୟାନ୍ୟ ଲିଙ୍କ ମଧ୍ୟ ସେୟାର କରିଛନ୍ତି।

wp:embed {"url":"https://twitter.com/RandeepHooda/status/1420641637185642497","type":"rich","providerNameSlug":"twitter","responsive":true,"className":""}
https://twitter.com/RandeepHooda/status/1420641637185642497
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.